Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୃଷକ ଆନ୍ଦୋଳନରେ ପ୍ରାଣ ହରାଉଥିବା ଚାଷୀ ପରିବାରଙ୍କୁ ମିଳିବ ସରକାରୀ ଚାକିରି

22/01/2021 at 9:23 PM

ଚଣ୍ଡିଗଡ ୨୨।୦୧: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଶୁକ୍ରବାର କୃଷି ଆଇନ୍‌କୁ ନେଇ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କୃଷି ଆଇନ୍‌ ବିରୋଧରେ ଦିଲ୍ଲୀର ସୀମାରେ ଆନ୍ଦୋଳନ କରୁଥିବା ୭୬ କୃଷକଙ୍କ ନିଧନ  ହୋଇ ସାରିଛି। ଆଜି ମୁଁ ଘୋଷଣା କରୁଛି ଯେ କୃଷକ ଆନ୍ଦୋଳନରେ ପ୍ରାଣ ହରାଉଥିବା କୃଷକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବୁ।

ପଞ୍ଜାବର ମୁଖ୍ୟମନ୍ତ୍ରୀ କୃଷି ଆଇନ୍‌ ତରବରିଆ ଭାବେ ପାରିତ କରାଯିବା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କ୍ୟାପଟେନ୍ କହିଛନ୍ତି କଣ ଏହି ଦେଶରେ ସମ୍ବିଧାନ ରହିଛି ? କୃଷି ଅନୁସୂଚି ଆଧାରରେ ରାଜ୍ୟ ବିଷୟ। କେନ୍ଦ୍ର ସଂସଦରେ ଆଲୋଚନା ବିନା ଏଥିରେ କାହିଁକି ପରିବର୍ତ୍ତନ କଲେ ? ଲୋକସଭାରେ ନିଜର ସଂଖ୍ୟା ଗରିଷ୍ଠତା କାରଣରୁ ଶାସକ ଦଳ ଆଇନକୁ ତରବରିଆ ଭାବେ ଗୃହୀତ କରାଇଛନ୍ତି। ରାଜ୍ୟସଭାରେ ଏହାକୁ ଅରାଜକତା ଜରିଆରେ ପାରିତ କରାଗଲା।

ଅନ୍ୟପଟେ କୃଷକ ସଂଗଠନ ପଞ୍ଜାବ ଗାଁରେ ଟ୍ରାକ୍ଟର ଶୋଭାଯାତ୍ରାର ଆୟୋଜନ ଆରମ୍ଭ କରି ଦେଇଛନ୍ତି। କୃଷକ ସଂଗଠନ ଜାନୂଆରୀ ୨୬ରେ ପରେଡ୍‌ର ସମାନ୍ତରାଳ ଭାବେ ଟ୍ରାକ୍ଟର ଶୋଭାଯାତ୍ରା ବାହାର କରିବାକୁ ଅଣ୍ଟା ଭିଡିଛନ୍ତି। କୃଷକ ନେତା କହିଛନ୍ତି ଜାନୁଆରୀ ୨୬ରେ ପ୍ରସ୍ତାବିତ କାର୍ଯ୍ୟକ୍ରମ ପାଇଁ ନଓ୍ଵାସହର ଏବଂ ଗୁରୁଦାସପୁର ପରି ସ୍ଥାନରେ ଟ୍ରାକ୍ଟର ଶୋଭାଯାତ୍ରା ଆୟୋଜନ କରିଛନ୍ତି। ଆଗାମୀ ଦୁଇ ଦିନ ରାଲି କରିବାର ଯୋଜନା ରହିଛି।

   Related Posts