ଚୀନ୍ ସହ ହିଂସା ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର୍ ସିଂହ କହିଲେ, 'ଆମର ଜଣେ ଯବାନ୍ ଶହୀଦ ହେଲେ ତାଙ୍କର ୫ ସେନାକୁ ମାର'

Published By : Prameya-News7 Bureau | June 21, 2020 IST

ନୂଆଦିଲ୍ଲୀ ୨୧/୦୬ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଚୀନ ସହିତ ଚାଲିଥିବା ଗତିବିଧିକୁ ନେଇ ନିଜର ବୟାନ ରଖିଛନ୍ତି | ସେ କହିଛନ୍ତି 'ଯଦି ସୀମାରେ ଆମର ଜଣେ ଯବାନ ଶହୀଦ ହେଉଛନ୍ତି, ତାହେଲେ ଆମକୁ ଶତ୍ରୁ ପକ୍ଷର ୫ ସେନାକୁ ମାରିବା ଦରକାର |' ଆସ୍କ କ୍ୟାପଟେନ କାର୍ଯ୍ୟକ୍ରମ ସମୟରେ ଫେସବୁକ ପେଜରେ ପଞ୍ଜାବ ଜନତାଙ୍କୁ ସମ୍ବୋଧିତ କରି ସେ ଏହିଭଳି କହିଛନ୍ତି | ସେ ଆହୁରି କହିଛନ୍ତି ଯେ ଚୀନ ଉପରେ ବିଶ୍ୱାସ କରାଯାଇ ପାରିବନାହିଁ | କ୍ୟାପଟେନ କାରଣ ଭାଇରସ ଏବଂ ଖାଲିସ୍ଥାନ ପ୍ରସଙ୍ଗରେ ମଧ୍ୟ ଚୀନକୁ ଆକ୍ଷେପ କରିଥିଲେ |

ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି ଚୀନ ବିଶ୍ୱାସଯୋଗ୍ୟ ନୁହେଁ | ସୀମାରେ ଯବାନଙ୍କୁ ଅସ୍ତ୍ରଶସ୍ତ୍ର ବିନା ପଠାଇବା ଅନୁଚିତ | ଏହିଭଳି ଫଇସଲା ବଦଳାଇବା ଦରକାର | ସେ କହିଛନ୍ତି, 'ଆମର ଜଣେ ଯବାନ ଶହୀଦ ହେଲେ ତାଙ୍କର ୫ ସେନାକୁ ମାର | ମୋର ଆଶା କେନ୍ଦ୍ର ମୋ କଥା ନିଶ୍ଚୟ ଶୁଣିବା | ଯଦି ଚୀନ ସେନା ଠାରୁ ଭାରତୀୟ ସେନାକୁ ବିପଦ ରହିଛି ତାହେଲେ ତାଙ୍କୁ ଗୁଳି କରିବାକୁ ଆଦେଶ ଦିଆଯିବ ଉଚିତ |'

{"id":289241,"width":577,"height":383,"sizeSlug":"large"}

କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି, ଚୀନ ସୀମାରେ ସେ ମଧ୍ୟ ସେନା ଭାବେ ନିୟୋଜିତ ହୋଇଥିଲେ | ଦେଶ ପାଇଁ ଯେଉଁ ଯବାନ ବଳିଦାନ ଦେଇଛନ୍ତି ସେ ତାଙ୍କ ପରିବାର ସହ କଥାବାର୍ତ୍ତା କରିଛନ୍ତି | ଶହୀଦଙ୍କ ପରିବାରର ଅନୁକମ୍ପା ରାଶି ମଧ୍ୟ ସେ ବଢ଼ାଇଛନ୍ତି | ଯେଉଁ ଯବାନ ଦେଶ ପାଇଁ ଶହୀଦ ହେବେ ତାଙ୍କ ଗାଁରେ ତାଙ୍କ ନାଁରେ ସ୍କୁଲ ନାମିତ କରାଯିବ ବୋଲି ସେ କହିଛନ୍ତି |  

ଏହାସହ ସେ କରୋନା ସମ୍ବନ୍ଧରେ ମଧ୍ୟ ଲୋକଙ୍କୁ ସଚେତନ କରାଇଛନ୍ତି | ସାମାଜିକ ଦୂରତା ପାଳନ କରିବାକୁ ଏବଂ ମାସ୍କ ବ୍ୟବହାର କରିବାକୁ ଲୋକଙ୍କୁ ଅପିଲ କରିଥିଲେ | ଯଦି କୌଣସି ଲକ୍ଷଣ ଦେଖାଦିଏ ତାହେଲେ ତୁରନ୍ତ ଯାଇ ପରୀକ୍ଷା କରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଥିଲେ | କରୋନା ମାମଲା ବଢି ବଢି ଚାଲିଛି | ସେଥିପାଇଁ ସଚେତନ ରହିବାକୁ ସେ ବାରମ୍ବାର ଲୋକଙ୍କୁ ଅପିଲ କରିଥିଲେ |

{"id":289242,"sizeSlug":"large"}

ଜୁନ ୨୪ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏଗ୍ରିକଲଚର ରିଫର୍ମ ଅର୍ଡିନେନ୍ସ ଅଳ ପାର୍ଟି ମିଟିଂ ଡାକିଛନ୍ତି | ସମସ୍ତ ଦଳ ତରଫରୁ କେନ୍ଦ୍ରକୁ ଚିଠି ଲେଖିବାକୁ ସେ ଦାବି କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.