Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

କ୍ୟାପଟେନ ଅମେରେନ୍ଦ୍ର ନରେନ୍ଦ୍ର ମୋଦିଙ୍କୁ କହିଲେ ଯେ “ଅଭିନନ୍ଦନଙ୍କୁ ସ୍ବାଗତ କରିବାକୁ ଯିବା ତାଙ୍କ ପାଇଁ ସମ୍ମାନର କଥା”

1/03/2019 at 4:37 PM

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଆଜି ପାକିସ୍ତାନ ମୁକ୍ତ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ବିଷୟରେ ଗତକାଲି ପାର୍ଲାମେଣ୍ଟର ମିଳିତ ଅଧିବେଶନରେ ଘୋଷଣା କରିଥିଲେ। ଏହି ଘୋଷଣାର ଘଣ୍ଟେ ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟନ ଅମେରେନ୍ଦ୍ର ସିଂ ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍‌ କରିଛନ୍ତି। ସେ ଲେଖିଥିଲେ ଯେ ଯଦି ସେ କମା୍ଡର ଅଭିନନ୍ଦନଙ୍କୁ ସ୍ବାଗତ କରିବା ପାଇଁ ୱାଘା ବର୍ଡର ଯିବେ ତେବେ ଏହା ତାଙ୍କ ପାଇଁ ବଡ ସମ୍ମାନ ହେବ।
ଟୁଇଟ୍‌ରେ ଅମେରେନ୍ଦ୍ର ସିଂ ଲେଖିଛନ୍ତି ଯେ ସେ ଏବେ ଅମୃତସରରେ ଅଛନ୍ତି। ତେବେ ସେ ଅଭିନନ୍ଦନଙ୍କୁ ରିସିଭ କରିବା ପାଇଁ ୱାଘା ବର୍ଡର ଯିବାକୁ ଚାହାନ୍ତି। ଅଭିନନ୍ଦନ ଓ ତାଙ୍କ ବାପା ଏନଡିଏରେ ଏକାଠି ରହିଥିଲେ। ସେ ନିଜେ ମଧ୍ୟ ଏନଡିଏ ଯୋଗଦେଇଥିଲେ। ଅଭିନନ୍ଦନଙ୍କ ଭାରତ ଫେରିବା ସଫଳତାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯାଉଛି।
ସୂଚନାଯୋଗ୍ୟ ଯେ ନରେନ୍ଦ୍ର ମୋଦି ଅଭିନନ୍ଦନଙ୍କୁ ପାକିସ୍ତାନରୁ ମୁକ୍ତ କରିବାର ଦାୟିତ୍ୱ ରାଷ୍ଟ୍ରୀୟ ସୁରକ୍ଷାର ଉପଦେଷ୍ଟା ଅଜିତ୍‌ ଡୋଭାଲଙ୍କୁ ଦେଇଥିଲେ। ତେବେ ଡୋଭାଲ ଏହି ବିଷୟକୁ ନେଇ ପାକିସ୍ତାନ ଉପରେ ଚାପ ପକାଇଥିଲେ। ସେ ଏ ସଂକ୍ରାନ୍ତରେ ଆମେରିକାର ବୈଦେଶିକ ମନ୍ତ୍ରୀଙ୍କ ସହ ୨୫ ମିନିଟ କଥାବାର୍ତ୍ତା କରିଥିଲେ। ଏହା ପରେ ଗୁରୁବାର ଦିନ ପାକିସ୍ତାନରୁ ଅଭିନନ୍ଦନ ବର୍ଦ୍ଦମାନଙ୍କୁ ମୁକ୍ତ କରିବା ପାଇଁ ଘୋଷଣା କରିଥିଲେ ଇମ୍ରାନ ଖାନ୍‌।                  

 

   Related Posts