କରତାରପୁର କରିଡର ଉଦଘାଟନ ପୂର୍ବରୁ ପାକିସ୍ତାନର ହୀନ ଉଦ୍ୟମ, ଖଲିସ୍ତାନ ଆନ୍ଦୋଳନକୁ ଉସୁକୁକାଇବା ଲାଗି ଅପଚେଷ୍ଟା
6/11/2019 at 5:47 PM

ପଞ୍ଜାବ ୬|୧୧ : କରତାରପୁର କରିଡର ଉଦଘାଟନ ପୂର୍ବରୁ ପାକିସ୍ତାନର ନାପାକ ହରକତ ଦେଖାଦେଇଛି । କରିଡରକୁ ନେଇ ପାକିସ୍ତାନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଭିଡିଓକୁ ନେଇ ବିବାଦ ଛିଡା ହୋଇଛି। ଏହି ଭିଡିଓରେ ଖଲିସ୍ତାନୀ ଆତଙ୍କବାଦୀ ଜର୍ନେଲ ସିଂ ଭିନ୍ଦରୱାଲେଙ୍କୁ ଦେଖିବାକୁ ମିଳିଛି। ପ୍ରମୋସନଲା ଭିଡିଓରେ ଏଭଳି ଜଣେ ଆତଙ୍କୀଙ୍କୁ ହିରୋ ଭାବେ ଦର୍ଶାଇବା ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆପତ୍ତି ଉଠାଇଛନ୍ତି ।

କରତାରପୁର କରିଡର ନେଇ ପ୍ରସ୍ତୁତ ଭିଡିଓକୁ ସୋମବାର ଜାରି କରିଛି ପାକ୍ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଭିଡିଓରେ ଖଲିସ୍ତାନୀ ଆତଙ୍କୀ ଭିନ୍ଦରୱାଲଙ୍କ ସମେତ ମେଜର ଜେନେରାଲ ଶାବେଗ ସିଂ ଓ ଖାଲସାଙ୍କ ପୋଷ୍ଟରକୁ ସାମିଲ କରାଯାଇଛି। ଭିଡିଓରେ ଦେଖାଦେଉଥିବା ଏହି ତିନି ଖାଲିସ୍ତାନୀ ଆତଙ୍କୀ ଭାରତୀୟ ସେନାର ଅମ୍ରୃତସର ସହରରେ ଥିବା ସ୍ବର୍ଣ୍ମ ମନ୍ଦିରରେ ୧୯୮୪ ଜୁନରେ କରାଯାଇ ଅପରେସନ ବ୍ଲୁ ଷ୍ଟାରରେ ନିହତ ହୋଇଥିଲେ। କରତାରପୁର କରିଡର ମାଧ୍ୟମରେ ପାକିସ୍ତାନ ପୁଣି ଥରେ ଖଲିସ୍ତାନୀ ଆନ୍ଦୋଳନକୁ ଉସୁକାଇବା ପାଇଁ ଅପଚେଷ୍ଟା କରିଥିବା ନେଇ ଆଶଙ୍କା ପ୍ରକାଶ କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । କରତାରପୁର କରିଡର ନେଇ ପୂ ର୍ବରୁ ଭାରତୀୟ ଗୁଇନ୍ଦା ସଂସ୍ଥା ଓ ସୁରକ୍ଷା ବିଶେଷଜ୍ଞ ପାକସ୍ତାନର ଆନ୍ତରିକତା ନେଇ ପ୍ରଶ୍ନ ଉଠାଇସାରିଛନ୍ତି।