Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପଞ୍ଜାବ କ୍ୟାବିନେଟ୍ ବିସ୍ତାର: ଶପଥ ନେଲେ ଚନ୍ନୀଙ୍କ ୧୫ ମନ୍ତ୍ରୀ, ୭ ନୂତନ ଚେହେରା ସାମିଲ୍

26/09/2021 at 6:55 PM

ଚଣ୍ଡିଗଡ ୨୬।୦୯: ପଞ୍ଜାବରେ ଚରଣଜିତ ସିଂହ ଚନ୍ନୀଙ୍କ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ ହୋଇଛି। ଏଥିରେ ୧୫ ଜଣ ନୂତନ ମନ୍ତ୍ରୀ ଭାବେ ପଦ ଏବଂ ଗୋପନୀୟତାର ଶପଥ ପାଠ ନେଇଛନ୍ତି। ପୂର୍ବ କ୍ୟାବିନେଟ୍‌ରେ ମନ୍ତ୍ରୀ ରହିଥିବା କିଛି ନେତାଙ୍କୁ ଚନ୍ନୀ କ୍ୟାବିନେଟ୍‌ରେ ସାମିଲ୍ କରାଯାଇଛି। ନୂତନ ଚେହେରାଙ୍କୁ ସୁଯୋଗ ମିଳିଛି। ମହିଳା ବିଧାୟକ ଅରୁଣା ଚୌଧୁରୀ ଓ ରଜିଆ ସୁଲତାନଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି।

ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବନଓ୍ଵାରୀ ଲାଲ ପୁରୋହିତ ୧୫ ନୂତନ ମନ୍ତ୍ରୀଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ନେଇଥିବା ସମସ୍ତ ୧୫ ମନ୍ତ୍ରୀ କ୍ୟାବିନେଟ୍ ସ୍ତରର। ନୂତନ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ ଆଜି ହୋଇପାରେ। ଶପଥ ସମାରୋହ ପରେ ପାର୍ଟି ରାଜ୍ୟ ପ୍ରଭାରୀ ହରିଶ ରାଓ୍ଵତ କହିଛନ୍ତି, ଯେଉଁ ବରିଷ୍ଠ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଛି ସେମାନଙ୍କ ବିଷୟରେ ପାର୍ଟି କିଛି ଚିନ୍ତା କରି ରଖିଛି। ଏହି ନେତାଙ୍କୁ ପାର୍ଟି ସଂଗଠନରେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦିଆଯିବ।

c

ନୂତନ ମନ୍ତ୍ରିମଣ୍ଡଳରେ ସବୁ ଦୃଷ୍ଟିରୁ ସନ୍ତୁଳିତ କରାଯାଇଛି ଏବଂ ସବୁ ବର୍ଗକୁ ପ୍ରତିନିଧିତ୍ଵ ଦିଆଯାଇଛି। ହେଲେ ମନ୍ତ୍ରିମଣ୍ଡଳରେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଘନିଷ୍ଠ ୫ ମନ୍ତ୍ରୀଙ୍କୁ ଛୁଟି ଦିଆଯାଇଛି। ୧୫ ମନ୍ତ୍ରୀଙ୍କ ମଧ୍ୟରେ ୭ ଜଣ ନୂତନ ଚେହେରା ସାମିଲ୍ କରାଯାଇଛି।

   Related Posts