ଭିଡିଓ ଗେମ୍‌ରୁ ବୁଦ୍ଧି ଶିଖିଲା, PUBG ଖେଳି ବରବାଦ କରିଥିବା ପୁଅକୁ ଗ୍ୟାରେଜରେ କାମ କରାଉଛି ବାପା

Published By : Prameya-News7 Bureau | July 06, 2020 IST

ଚଣ୍ଡିଗଡ, ୦୬|୦୭: PUBG ଗେମ୍ ଚକ୍କରରେ ଜଣେ ୧୭ ବର୍ଷର ନାବାଳକ ନିଜ ବାପାଙ୍କୁ କାଙ୍ଗାଳ କରିଦେଇଛି । ଲୁଚିଛପି ଏହି ନାବାଳକଜଣଙ୍କ ବାପାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୧୬ ଲକ୍ଷ ଟଙ୍କା ଉଡାଇ ଦେଇଛି । ଏବେ ବାପା ପୁଅକୁ ପାନେ ଦେବା ପାଇଁ ଗ୍ୟାରେଜରେ ବସାଇ ଦେଇଛନ୍ତି । ଟଙ୍କାର ମୂଲ୍ୟ ବୁଝିବା ସହ ପାନେ ଦେବା ପାଇଁ ବାପା ଏହି ପଦକ୍ଷେପ ନେଇଛନ୍ତି ।

ବାପାଙ୍କ କହିବାନୁସାରେ, ପୁଅ ସଦାବେଳେ ମୋବାଇଲ୍ ଫୋନରେ ଗେମ୍ ଖେଳୁଥିଲା । ଏବେ ଆଉ ପୁଅକୁ ମୋବାଇଲ୍ ଦିଆଯିବ ନାହିଁ । ଘରେ କିଛି କାମ ନଥିବାରୁ ତାହା ପାଇଁ ଗ୍ୟାରେଜରେ କାମ ଠିକ୍ କରାଯାଇଛି । ଟଙ୍କା ରୋଜଗାର କରିବା କେତେ କଷ୍ଟ ସେ ବୁଝିବା ଦରକାର ।

ନାବାଳକଜଣଙ୍କ PUBG ଗେମିଂ ଆକାଉଣ୍ଟ ଅପଗ୍ରେଡ୍ କରିବା ପାଇଁ ଏହି ଟଙ୍କା ଖର୍ଚ୍ଚ କରିଛି । ପିତାଙ୍କୁ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିବା ପୂର୍ବରୁ ଆକାଉଣ୍ଟ ଗୋଲ୍ ହୋଇଯାଇଥିଲା । ପୁଅ ନିଜ ବାପାଙ୍କଠୁ ପାଠପଢା ବାହାନାରେ ମୋବାଇଲ ନେଇ ଗେମ୍ ଖେଳୁଥିଲା । ବାପା ଯେପରି ଟଙ୍କା କଟିଥିବା ଜାଣିପାରିବେ ନାହିଁ, ନାବାଳକ ମୋବାଇଲରୁ ମେସେଜ୍ ମଧ୍ୟ ଡିଲିଟ୍ କରିଦେଉଥିଲା । ଏପରିକି ସେ ନିଜ ମାଆଙ୍କ ଫୋନରୁ ଏହି ସବୁ ଟ୍ରାଞ୍ଜାକ୍ସନ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.