Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ପିଚ୍‌ରେ ରେସ୍ କଲେ ପଞ୍ଜାବର ବ୍ୟାଟ୍ସମ୍ୟାନ୍, ଦେଖନ୍ତୁ ଭାଇରାଲ ଭିଡିଓ

3/05/2021 at 10:31 AM

ନୂଆଦିଲ୍ଲୀ, ୦୩/୦୫:  ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲର ୨୯ତମ ମୁକାବିଲାରେ ପଞ୍ଜାବ କିଙ୍ଗସକୁ ୭ ଓ୍ୱିକେଟରେ ପରାସ୍ତ କରିଛି । ଦିଲ୍ଲୀ ଟସ୍ ଜିତି ପଞ୍ଜାବକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଅଧିନାୟକ ମୟଙ୍କ ଅଗ୍ରଓ୍ୱାଲଙ୍କ ୯୯ ରନ୍ ବଳରେ ଦଳ ୨ ୦ଓଭରରେ ୬ ଓ୍ୱିକେଟ୍ ହରାଇ ୧୬୬ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୧୭.୪ ଓଭରରେ ୩ ଓ୍ୱିକେଟ୍ ହରାଇ ୧୬୭ ରନ୍ କରି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ପଞ୍ଜାବ ବ୍ୟାଟିଂ କରୁଥିବା ବେଳେ ଏକ ଅଜବ ଘଟଣା ଘଟିଥିଲା । ଇନିଂସର ୧୪ ତମ ଓଭରରେ କ୍ରିଜରେ ଥିଲେ ମୟଙ୍କ ଅଗ୍ରଓ୍ୱାଲ ଓ ଦୀପକ ହୁଡ୍ଡା । ଅକ୍ଷର ପଟେଲ ବୋଲିଂ କରୁଥିଲେ । ଅକ୍ଷରଙ୍କ ତୃତୀୟ ବଲରେ ମୟଙ୍କ ଏକ୍ସଟ୍ରାକଭର୍ ରେ ଏକ ସଟ୍ ମାରିଥିଲେ ଓ ରନ୍ ନେବାକୁ ଚାହୁଁଥିଲେ । ନନ୍ ଷ୍ଟ୍ରାଇକର୍ ଏଣ୍ଡରେ ଥିବା ଦୀପକ ହୁଡ୍ଡା ମଧ୍ୟ କ୍ରିଜ୍ ବାହାରକୁ ଚାଲିଯାଇଥିଲେ ।

ଦୀପକଙ୍କୁ ରନ୍ ପୂରଣ ହେବ ବୋଲି ଲାଗିନଥିଲା । ଏହାପରେ ସେ ନିଜ କ୍ରିଜକୁ ଫେରିଯାଇଥିଲେ । କିନ୍ତୁ ମୟଙ୍କ ରହି ନଥିଲେ । ଉଭୟ ବ୍ୟାଟସମ୍ୟାନ୍ ଗୋଟିଏ ଦିଗକୁ ଧାଇଁଥିଲେ । ଫିଲଡର୍ ସିମରନ୍ ହେଟମାୟର ବଲ୍ ଥ୍ରୋ କରିଥିଲେ । ଅକ୍ଷର ସମୟ ନଷ୍ଟ ନକରି ପନ୍ତଙ୍କୁ ବଲ୍ ଦେଇଥିଲେ । ପନ୍ତ ମଧ୍ୟ ଓ୍ୱିକେଟରେ ବଲ୍ ଲଗାଇଥିଲେ ।

ଫିଲ୍ଡ ଅମ୍ପାୟାର ରନ୍ ଆଉଟକୁ ନେଇ ତୃତୀୟ ଅମ୍ପାୟାରଙ୍କ ସହାୟତା ଲୋଡିଥିଲେ । ଏଥିରେ ଦୀପକ ହୁଡ୍ଡା ଅଧା ପିଚ୍ ଅତିକ୍ରମ କରିପାରିନଥିଲେ ଓ ଅକ୍ଷର ତାଙ୍କୁ ରନ୍ ଆଉଟ୍ କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ଦୀପକ ମାତ୍ର ୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।

ମୟଙ୍କ ୫୮ ବଲ୍‌ରୁ ୯୯ ରନ୍ କରିଥିଲେ । ଏହି ପାଳିରେ ସେ ୮ ଚୌକା ଓ ୪ ଛକ୍କା ଥିଲା । ସେ ୯୯ ରନରେ ଅପରାଜିତ ରହିଥିବା ହେଉଛନ୍ତି ତୃତୀୟ ବ୍ୟାଟସମ୍ୟାନ୍ । ଏହାପୂର୍ବରୁ କ୍ରିସ ଗେଲ୍ ଓ ସୁରେଶ ରାଇନା ୯୯ ରନରେ ପ୍ୟାଭିଲିୟନ ଫେରିଥିଲେ ।

   Related Posts