କେନ୍ଦ୍ରକୁ ଭର୍ତ୍ସନା କଲେ ହାଇକୋର୍ଟ, ପଞ୍ଜାବ ଏବଂ ହରିୟାଣାକୁ ସଉତୁଣୀ ଭଳି ବ୍ୟବହାର କର ନାହିଁ

Published By : Prameya-News7 Bureau | May 08, 2021 IST

ଚଣ୍ଡିଗଡ଼, ୦୮/୦୫: ଅକ୍ସିଜେନ୍‌ ଯୋଗାଣକୁ ନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ବିଭିନ୍ନ ରାଜ୍ୟକୁ କରାଯାଉଥିବା ଅକ୍ସିଜେନ୍‌ ଆବଣ୍ଟନ ନୀତି ବିରୋଧରେ କୋର୍ଟ ବିଚାର କରିଛନ୍ତି । ଏନେଇ କୋର୍ଟ କହିଛନ୍ତି ଯେ, କେନ୍ଦ୍ର ସରକାର ପାତର-ଅନ୍ତର କରନ୍ତୁ ନାହିଁ ।

ବର୍ତ୍ତମାନ ପରିସ୍ଥିତି ବହୁତ ଖରାପ ରହିଥିବା ହାଇକୋର୍ଟ କହିଛନ୍ତି । ଏହା ଭିତରେ କେନ୍ଦ୍ର ସରକାରଙ୍କୁ ନିଜର ଅକ୍ସିଜେନ୍‌ ଆବଣ୍ଟନ ନୀତି ବିରୋଧରେ ଆଉଥରେ ବିଚାର କରିବାକୁ ସେ କହିଛନ୍ତି । ଏନେଇ  ହାଇକୋର୍ଟର ଏକ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ୍‌ ରାଜନ୍‌ ଗୁପ୍ତା ଏବଂ ଜଷ୍ଟିସ୍ କରମଜିତ ସିଂହଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ କହିଛନ୍ତି ଯେ, ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ରେ ଚିକିତ୍ସିତ ରୋଗୀ ମାନଙ୍କ ସମ୍ପର୍କୀୟଙ୍କୁ ଅକ୍ସିଜେନ୍‌ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି । ଏଥି ସହିତ ଅନ୍ୟ ରାଜ୍ୟ ଗୁଡ଼ିକରୁ ଅକ୍ସିଜେନ୍‌ର ବ୍ୟବସ୍ଥା କରିବାକୁ ପଡ଼ୁଛି । ଅକ୍ସିଜେନ୍‌ ମିଳୁନଥିବା କାରଣରୁ ଏହାର ବ୍ୟବସ୍ଥା ପାଇଁ ସଂପର୍କୀୟ ମାନଙ୍କୁ ହଇରାଣ ହେବାକୁ ପଢ଼ୁଛି । ଏଥି ପାଇଁ ଅଧିକ ସମୟ ଦରକାର ପଡ଼ୁଛି । କାରଣ ଏହାର ଟ୍ରାନ୍ସପୋର୍ଟ ଟ୍ରେନ୍‌ କିମ୍ୱା ସଡ଼କ ପଥରେ ହେଉଛି । ତେଣୁ କେନ୍ଦ୍ର ସରକାର ଅକ୍ସିଜେନ୍ ଆବଣ୍ଟନ ନୀତି ଉପରେ ବିଚାର କରିବାର ଆବଶ୍ୟକତା ରହିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.