ନୂଆ ଶିକ୍ଷାବର୍ଷରୁ ପବ୍ଲିକ ସ୍କୁଲଙ୍କ ଲାଗି ଗରିବ ପିଲାଙ୍କ ଆଡମିଶନ ହେବ ବାଧ୍ୟତାମୂଳକ : ହାଇକୋର୍ଟ

Published By : Prameya-News7 Bureau | October 30, 2021 IST

ଚଣ୍ଡିଗଡ଼ ୩୦।୧୦: ଘରୋଇ ବିଦ୍ୟାଳୟ ସଞ୍ଚାଳକଙ୍କୁ ୨୦୨୧-୨୨ ଶିକ୍ଷାବର୍ଷରୁ ଧାରା ୧୩୪ଏ ଅନୁଯାୟୀ ଗରିବ ପିଲାଙ୍କୁ ଆଡମିଶନ  କରାଇବା ବାଧ୍ୟତାମୂଳକ ହେବ। ଏ ସମ୍ପର୍କିତ ପଞ୍ଚକୂଲା ଜିଲ୍ଲା ଶିକ୍ଷା ନିର୍ଦ୍ଦେଶକଙ୍କ ଆଦେଶକୁ ପଞ୍ଜାବ ଏଣ୍ଡ ହରିୟାଣା ହାଇକୋର୍ଟ ରଦ୍ଦ କରିବା ସହ ଏହି ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷା ନିର୍ଦ୍ଦେଶକ ପଞ୍ଚକୁଲାଙ୍କ ଆଦେଶ ଏହା ଦ୍ୱାରା ରଦ୍ଦ ହୋଇଥିବା ବେଳେ ପବ୍ଲିକ ସ୍କୁଲ ମଧ୍ୟ ଗିରବୀ ସୀମାରେଖା ତଳେ ରହୁଥିବା ଲୋକଙ୍କ ପିଲାଙ୍କ ଲାଗି ବିଦ୍ୟାଳୟରେ ସ୍ଥାନ ରଖିବେ ବୋଲି କୋର୍ଟ କହିଛନ୍ତି।

ପଞ୍ଜାବ ଏଣ୍ଡ ହରିୟାଣା ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସୁଧିର ମିତ୍ତଲ ତାଙ୍କ ରାୟରେ ଧାରା ୧୩୪ଏ ଅନୁସାରେ ବିଦ୍ୟାଳୟରେ ଗରିବ ପିଲାଙ୍କ ଲାଗି ଆସନ ରିକ୍ତ ରଖିବାର ଦାୟିତ୍ୱ ବିଦ୍ୟାଳୟଙ୍କର ବି ଥିଲା। ତେବେ ଏପରି ଆଡମିଶନ ନେଇ ଘରୋଇ ବିଦ୍ୟାଳୟମାନେ ତମାମ ସମସ୍ୟା ଉପସ୍ଥାପନ କରିଥିଲେ। ତେବେ କୋର୍ଟ ୨୫ ଅକ୍ଟୋବରର ରାଏରେ ଧାରା ୧୩୪-ଏ ଅନୁସାରେ ଛାତ୍ରଛାତ୍ରୀଙ୍କ ଆଡମିଶନ ନିୟମାନୁମୋଦିତ ବୋଲି କହିଛନ୍ତି। ଏଣୁ କୌଣସି ପବ୍ଲିକ ସ୍କୁଲ ଏବେ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପିଲାଙ୍କୁ ସ୍କୁଲରେ ଆଡମିଶନ କରାଇବାକୁ ମନା କରିପାରିବେନି।

{"id":535781,"sizeSlug":"full","linkDestination":"none"}

ହରିୟାଣା ଅଭିଭାବକ ଏକତା ମଞ୍ଚ ଓ ପ୍ରଦେଶ ସଭାପତି ଆଡଭୋକେଟ ଓ.ପି.ଶର୍ମା ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି। ଏହା ସହ ଜିଲ୍ଲା ଶିକ୍ଷା ନିର୍ଦ୍ଦେଶକ ପଞ୍ଚକୁଲା ଓ ଜିଲ୍ଲା ଶିକ୍ଷା ଅଧିକାରୀ ଫରିଦାବାଦଙ୍କୁ  ସିବିଏସଇ ଓ ହରିୟାଣା ବୋର୍ଡଙ୍କ ସଞ୍ଚାଳିତ ଯେଉଁ ପବ୍ଲିକ ସ୍କୁଲମାନେ ଧାରା ୧୩୪-ଏ ଅନୁସାରେ ବିଦ୍ୟାଳୟର ୧୦ ପ୍ରତିଶତ ଆସନ ଦୁର୍ବଳବର୍ଗର ଛାତ୍ରଛାତ୍ରୀଙ୍କ  ଲାଗି ସଂରକ୍ଷିତ ରଖୁ ନାହାନ୍ତି ସେମାନଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଘରୋଇ ବିଦ୍ୟାଳୟମାନେ ତାଙ୍କ ଆବେଦନରେ ୨୦୨୧-୨୨ ଶିକ୍ଷାବର୍ଷରେ ଆଡମିଶନ ଲାଗି ହରିୟାଣା ଶିକ୍ଷା ବିଭାଗ ୧୩୪-ଏ ଅନୁସାରେ ଆଡମିସନ ସିଡ୍ୟୁଲ ଜାରି କରିଥିଲେ। ତେବେ ନିୟମରେ ଖାଲିସିଟ୍‌ ନେଇ ପୋର୍ଟାଲରେ ବିବରଣୀ ପ୍ରଦାନ ଲାଗି ଯେଉଁ ଆଦେଶ ଦେଇଛନ୍ତି ତାହା ପାଳନୀୟ ନୁହେଁ। ବିଦ୍ୟାଳୟମାନେ ୧୩୪-ଏରେ ନିଜେ ସିଟ୍‌ ପୂରଣ କରିଦେଇଛନ୍ତି। ଏଣୁ କୌଣସି ଆସନ ରିକ୍ତ ନାହିଁ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.