Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଲଖିମପୁର ଖେରି ମାମଲା: ମୃତକଙ୍କ ପରିବାରକୁ ୫୦-୫୦ ଲକ୍ଷ ସହାୟତା ଦେବେ ପଞ୍ଜାବ ଓ ଛତିଶଗଡ଼ ସରକାର

6/10/2021 at 3:03 PM

ଲଖିମପୁର ୦୬/୧୦ : ଲଖିମପୁର ଖେରିରେ ହିଂସାରେ ପ୍ରାଣ ହରାଇଥିବା ୮ ଜଣଙ୍କ ପରିବାରକୁ ପଞ୍ଜାବ ଓ ଛତିଶଗଡ଼ ସରକାର ୫୦-୫୦ ଲକ୍ଷ ଟଙ୍କା ସହାୟତା କରିବ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏନେଇ ଘୋଷଣା କରିଛନ୍ତି।

ଏପଟେ ଉତ୍ତର ପ୍ରଦେଶ ସରକାର ବିରୋଧୀ ନେତାଙ୍କୁ ଲଖିମପୁର ଆସିବାକୁ ଅନୁମତି ଦେଇଛନ୍ତି। ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ସମେତ କଂଗ୍ରେସର ୫ ନେତାଙ୍କୁ ଲଖିମପୁର ଆସିବାକୁ ଅନୁମତି ମିଳିଛି। ଏଥିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ସଚିନ ପାଇଲଟ ସାମିଲ ଅଛନ୍ତି। ରାହୁଲ ଗାନ୍ଧୀ ଲକ୍ଷ୍ନୌ ପହଞ୍ଚି ସାରିଛନ୍ତି। ସେଠାରୁ ପ୍ରିୟଙ୍କାଙ୍କ ସହ ପୀଡିତ ପରିବାରକୁ ଭେଟିବାକୁ ଲଖିମପୁର ଯିବେ। ସୀତାପୁରରୁ ରାହୁଲ-ପ୍ରିୟଙ୍କାଙ୍କୁ ଲଖିମପୁର ନେଇଯିବାକୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

   Related Posts