କରୋନା ଭୟରେ ଆତ୍ମହତ୍ୟା କଲେ ପତି-ପତ୍ନୀ, ପୋଷ୍ଟମର୍ଟମ କରିବାକୁ ମନା କଲେ ଡାକ୍ତର

Published By : Prameya-News7 Bureau | April 03, 2020 IST

ନୂଆଦିଲ୍ଲୀ ୦୪।୦୩: ପଞ୍ଜାବର ଅମୃତସରରେ ମହାମାରୀ କରୋନା ଭାଇରସ ଭୟରେ ଆତ୍ମହତ୍ୟା କରିବା ଭଳି ଦୁଃଖଦ ଘଟଣା ସାମ୍ନାକୁ ଅାସିଛି। ଏଠାରେ ଏକ ପତି-ପତ୍ନୀ କରୋନା ଭାଇରସ୍ ଲକ୍ଷଣ ଡରରେ ଆତ୍ମହତ୍ୟା କରିଛନ୍ତି। ସେମାନେ ନିଜର ସୁଇସାଇଡ୍ ନୋଟରେ ଲେଖିଛନ୍ତି ଯେ, ଆମେ କରୋନା ଭାଇରସ କାରଣରୁ ମରିବାକୁ ଚାହୁଁନଥିଲୁ। ଆମେ କରୋନା ନେଇ ବହୁତ ଚିନ୍ତିତ  ଥିଲୁ।

ଏହି ଘଟଣା ଅମୃତସରର ବାବା ବକାଲାର ସଠିୟାଲା ଗାଁରେ ଘଟିଛି। ମୃତକଙ୍କ ନାମ ଗୁରଜିନ୍ଦର କୌର ଓ ବଲବିନ୍ଦର ସିଂହ। ଅନ୍ୟପଟେ ଡାକ୍ତର  ମୃତ ଶରୀରର ଶବ  ବ୍ୟବଚ୍ଛେଦ କରିବାକୁ ମନା କରି ଦେଇଛନ୍ତି। ପତିଙ୍କ ବୟସ 65 ବର୍ଷ ଏବଂ ପତ୍ନୀଙ୍କ ବୟସ 63 ବର୍ଷ ହୋଇଥିଲା। ଉଭୟ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ ଭୟରେ ଅାତ୍ମହତ୍ୟା କରିବାର ଅନେକ ମାମଲା ସାମ୍ନାକୁ ଆସିଛି। ଏହା ପୂର୍ବରୁ ବୁଧବାର ଉତ୍ତର ପ୍ରଦେଶର ସାମଲିରେ କ୍ଵାରେଣ୍ଟାଇନ ଓ୍ଵାର୍ଡରେ ଭର୍ତ୍ତି କରୋନା ସନ୍ଦିଗ୍ଧ ରୋଗୀ ଆତ୍ମହତ୍ୟା କରିଥିଲେ। ଏହି ଯୁବକ ଦୁଇ ଦିନ ପୂର୍ବେ ନିଜ ଗାଁକୁ ଆସିଥିଲେ। ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ କ୍ଵାରେଣ୍ଟାଇନ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଯୁବକ ଆତ୍ମହତ୍ୟା କରିଥିଲେ। ଅନ୍ୟପଟେ ଦିଲ୍ଲୀର ତବଲିଗି ଜମାତର ମରକଜରେ ସାମିଲ ଜଣେ ଯୁବକ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.