ସୋନାକ୍ଷୀଙ୍କୁ ଆକ୍ଷେପ କରିଥିବାରୁ ପିତାମହ ଭୀଷ୍ମଙ୍କୁ ଦୁର୍ଯ୍ୟୋଧନଙ୍କ କଡା ତାଗିଦ…
12/04/2020 at 5:02 PM

ମୁମ୍ବାଇ ୧୨/୦୪ : ଅଭିନେତା ପୁନିତ ଇସାର ନିଜର ସହଯୋଗୀ କଳାକାର ମୁକେଶ ଖାନ୍ନାଙ୍କୁ ତାଗିଦ କରିଛନ୍ତି | ମୁକେଶ ଖାନ୍ନା ନିକଟରେ ସୋନାକ୍ଷୀ ସିହ୍ନାଙ୍କୁ ହିନ୍ଦୁ ପୌରାଣିକ ତଥ୍ୟ ଜାଣିଥିବା ନେଇ ଆକ୍ଷେପ କରିଥିଲେ । ପୁଣିତ କହିଛନ୍ତି, ମୁକେଶ ବୋଧେ ଭୁଲି ଯାଉଛନ୍ତି ଯେ, ସୋନାକ୍ଷୀ ଏଭିଏମ ଛାତ୍ରୀ| ତାଙ୍କ ପିଲାମାନେ ମଧ୍ୟ ସେହି ସ୍କୁଲକୁ ଯାଆନ୍ତି| ଯଦି ସେ କେବିଶିରେ ରାମାୟଣର ଗୋଟିଏ ପ୍ରଶ୍ନର ଉତ୍ତର ଦେଇପାରିଲାଣି ତାମାନେ ନୁହେଁ ଯେ ଦୁନିଆ ସେଠି ଶେଷ ହୋଇଗଲା | ଜଣେ ଆଉ ଜଣଙ୍କୁ ଏହିଭଳି ଆକ୍ଷେପ କରିବା ଅନୁଚିତ ବୋଲି ସେ କହିଛନ୍ତି| ଜଣେ ବୟସ୍କ ବ୍ୟକ୍ତି ଭାବରେ ମୁକେଶଙ୍କ ବ୍ୟବହାର ଭଲ ହେବା କଥା| ଗଛରେ ଫଳ ଫଳିଲେ ଗଛ ତଳକୁ ନଇଁ ଯାଏ ବୋଲି ସେ କହିଛନ୍ତି |
ନିକଟରେ ମୁକେଶ ଖାନ୍ନା କହିଥିଲେ ଯେ ଟିଭି ରେ ମହାଭାରତ ଓ ରାମାୟଣ ଆରମ୍ଭ ହୋଇଛି ଏବଂ ଏହା ସୋନାକ୍ଷୀ ଭଳି ଲୋକଙ୍କୁ ନିଶ୍ଚୟ ଦେଖିବା ଉଚିତ | କିଛି ଦିନ ପୂର୍ବରୁ ସୋନାକ୍ଷୀ କେବିଶି ଯାଇଥିଲେ | କିନ୍ତୁ ସେ ରାମାୟଣର ଗୋଟିଏ ପ୍ରଶ୍ନର ଉତ୍ତର ଦେଇପାରିନଥିଲେ | ମୁକେଶ ଖାନ୍ନାଙ୍କ ଆକ୍ଷେପକୁ ନେଇ ସୋନାକ୍ଷୀଙ୍କ ପିତା ଶତ୍ରୁଘନ ସିହ୍ନା ମଧ୍ୟ ରାଗି ଯାଇଥିଲେ | ୧୯୮୦ ଦଶନ୍ଧିରେ ପ୍ରସାରିତ ହୋଇଥିବା ମହାଭାରତରେ ପୁନିତ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରିଥିବାବେଳେ ମୁକେଶ ଖାନ୍ନା ଭୀଷ୍ମଙ୍କ ଭୂମିକାରେ ଅଭିନୟ କରିଥିଲେ |