୬ବର୍ଷର ଝିଅକୁ ଦୁଷ୍କର୍ମ କରି ହତ୍ୟା କରିଥିବା ବାପାକୁ ଫାଶୀ ଦଣ୍ଡାଦେଶ
25/12/2018 at 10:49 AM

ଭୋପାଳ ୨୫/୧୨: ନିଜର ୬ବର୍ଷର କୋମଳମତି ଝିଅକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା ଅଭିଯୋଗରେ ବାପା ଅଫଜଲ ଖାନକୁ ଫାଶୀ ଦଣ୍ଡାଦେଶ ଶୁଣାଯାଇଛି। ମୁଖ୍ୟ ବିଚାରପତିଙ୍କ କହିବା ଅନୁସାରେ ଅଫଜଲର ଯେପର୍ଯ୍ୟନ୍ତ ମୃତ୍ୟୁ ନ ହୋଇଛି ତାକୁ ଫାଶୀଖୁଣ୍ଟରେ ଝୁଲାଇ ରଖାଯିବ।
ଅଫଜଲ ବିଚାରପତିଙ୍କୁ କହିଥିଲା ଯେ ତାକୁ ସନ୍ଦେହ ଥିଲା ଯେ ଝିଅ ତାର ନୁହେଁ ସେଥିପାଇଁ ସେ ତାର ହତ୍ୟା କରିଥିଲା। ଏହି ଘଟଣାଟି ୨୦୧୭ ମାର୍ଚ ୧୫ତାରିଖରେ ଲାଲଘାଟି ସ୍ଥିତ ବରେଲା ଗାଁର। ଝିଅଟିର ଶବ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା।
ଝିଅର ହତ୍ୟା ପରେ ଅଫଜଲ କୋହେଫିଜା ପୋଲିସ ଷ୍ଟେସନରେ ଝିଅର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିବାର ସୂଚନା ଦେଇଥିଲା। କିନ୍ତୁ ଡାକ୍ତର ପୋଷ୍ଟମର୍ଟମ ରିପୋର୍ଟକୁ ଅନୁଧ୍ୟାନ କରି କହିଥିଲେ ଯେ ଝିଅଟି ସହ ଦୁଷ୍କର୍ମ ହୋଇଛି ଏବଂ ଏହା ପରେ ତାକୁ ହତ୍ୟା କରାଯାଇଛି। ପୋଲିସ୍ ୮ଜଣ ଲୋକଙ୍କ ଡିଏନଏ ଟେଷ୍ଟ କରିଥିଲେ। ଝିଅଟିର ଡ୍ରେସରେ ଲାଗିଥିବା ରକ୍ତର ନମୁନା ଅଫଜଲର ଡିଏନଏ ସହ ମିଶିଯିବାରୁ ତାକୁ ଗିରଫ କରାଯାଇଥିଲା।
୨୦୧୮ମସିହାରେ ଦେଶ ସାରା ଚାଲିଥିବା ଅପରାଧ ମାମଲାରେ ୧୯ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଯାଇଛି।