ପୁଣି ପୁରୀ ସ୍ବର୍ଗଦ୍ବାରରେ ବୁଲିଲା ବୁଲଡୋଜର...

Published By : Prameya-News7 Bureau | February 24, 2020 IST

ପୁରୀ୨୪/୨: ପୁରୀ ସ୍ବର୍ଗଦ୍ବାରର ଉନ୍ନତିକରଣ ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ। ସ୍ବର୍ଗଦ୍ବାରକୁ ଅବରୋଧ ମୁକ୍ତ କରିବାକୁ ପ୍ରଥମେ ପଦକ୍ଷେପ ନିଆଯାଇଛି । ଆଜି ଜିଲ୍ଲାପ୍ରଶାସନ ଓ ପୌରସଂସ୍ଥା ପକ୍ଷରୁ ୪ ଟି ଦୋକାନ ଘର ଓ ଗୋଟିଏ ଧର୍ମଶାଳାକୁ ଭାଙ୍ଗି ଦିଆଯାଇଛି । ବିନା ନୋଟିସ୍ ଏବଂ ଥଇଥାନରେ ସେମାନଙ୍କୁ ଉଚ୍ଛେଦ କରାଯାଇଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ।

ପୁରୀ ସ୍ବର୍ଗଦ୍ବାରରେ ପୁଣି ବୁଲିଲା ବୁଲଡୋଜର ।ସ୍ବର୍ଗଦ୍ବାରର ଉନ୍ନତି, ବିକାଶ ଓ ସଂପ୍ରସାରଣ କାର୍ଯ୍ୟ ପାଇଁ ସୋମବାର ଭାଙ୍ଗିଛି ଗୋଟିଏ ଧର୍ମଶାଳା, ୪ ଦୋକାନ ଘର । ଜିଲ୍ଲା ପ୍ରଶାସନ ଏବଂ ପୌର ସଂସ୍ଥାର ମିଳିତ ଉଦ୍ୟମରେ ଉଛେଦ କାର୍ଯ୍ୟ କରାଯାଇଛି । ମାଜିଷ୍ଟ୍ରେଟ ଏବଂ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଉପସ୍ଥିତିରେ ୨ ଟି ବୁଲଡୋଜର ଉଚ୍ଛେଦ କରିଥିଲା। ଉଛେଦକୁ କିନ୍ତୁ ବିରୋଧ କରିଥିଲେ କ୍ଷତିଗ୍ରସ୍ତ । ବିନା ନୋଟିସ୍ କିମ୍ବା ଥଇଥାନରେ ଘର ଏବଂ ଦୋକାନ ଭାଙ୍ଗଥିବା ଅଭିଯୋଗ ହୋଇଛି। ଯାହାକୁ ଅସ୍ବୀକାର କରିଛି ପ୍ରଶାସନ । ୭ ଦିନ ପୂର୍ବରୁ ନୋଟିସ୍ ଦିଆଯାଇଥିବା କହିଛନ୍ତି ଅତିରିକ୍ତ ପୌର ଅଧିକାରୀ।

ସ୍ବର୍ଗଦ୍ବାରର ଉନ୍ନତିକରଣ ପାଇଁ ୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ହାଇଦ୍ରବାଦର ସ୍ଥପତି ସଂସ୍ଥା ଫିନିକ୍ସ ଫାଉଣ୍ଡେସନ ସୌନ୍ଦର୍ଯ୍ୟକରଣର ନକ୍ସା ତିଆରି କରିଛି । କିଛି ଦିନ ତଳେ ଜିଲ୍ଳାପାଳ ଉନ୍ନତିକରଣ କାର୍ଯ୍ୟର ଭୂମିପୂଜା କରିଥିଲେ । ୬ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ତେଣୁ ଏବେ ଉଛେଦ କାର୍ଯ୍ୟକୁ ଜୋରଦାର କରାଯାଇଛି । ସ୍ବର୍ଗଦ୍ବାରର ଅଧା ଅଞ୍ଚଳକୁ ଶବ ସତ୍କାର ପାଇଁ ସଂରକ୍ଷଣ ରଖାଯାଇ ଅନ୍ୟ ଅଧା ଅଞ୍ଚଳରେ ଥିବା ଟିକେଟ ଘର, ପଥଶ୍ରାଦ୍ଧ ଗୃହ, ଯାତ୍ରୀ ପ୍ରତୀକ୍ଷାଳୟ ଟିଣ ଚାଦର ଘେରାଯାଇ ରଖାଯାଇଛି। ଫୋନିକ୍ସ ଫାଉଣ୍ଡେସନ ଏବଂ ଓଡ଼ିଶା ସେତୁ ନିର୍ମାଣ ନିଗମର ମିଳିତ ସହଯୋଗରେ ସ୍ବର୍ଗଦ୍ବାରର ସୌନ୍ଦର୍ଯ୍ୟରଣ ପ୍ରକଳ୍ପର କାମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୪ ଯୋଡ଼ା ଶବ ସତ୍କାର ପାଇଁ ବ୍ୟବସ୍ଥା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.