ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ପଡିବ ବଳି

Published By : Prameya-News7 Bureau | January 12, 2021 IST

ବଲାଙ୍ଗୀର୧୨/୧: ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ପଡ଼ିବ ବଳି। ଏ ନେଇ ସୂଚନା ଦେଇଛନ୍ତି ମିଳିତ ଶୁଲିଆ ଯାତ୍ରା କମିଟିର ସଭାପତି ମୟ ପ୍ରଧାନୀ। ଆସନ୍ତା ୧୯ ତାରିଖରେ ପାଳନ ହେବାକୁ ଥିବା ଶୁଲିଆ ଯାତ୍ରା ସମ୍ପୂର୍ଣ୍ଣ ଆଦିବାସୀ ରୀତି ନୀତିରେ ପାଳନ ହେବ।

ଏଥିଲାଗି ଆଜି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଶୁଲିଆ ପୀଠ ଖଇରଗୁରା ଠାରେ ଯାତ୍ରା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରା ଯାଇଥିଲା।  ପୂର୍ବବର୍ଷ ଭଳି ଏଥର ମଧ୍ୟ ପୀଠରେ ବଳି ପଡିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ କରୋନା ଲାଗି ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି। ହେଲେ ପୀଠରେ ବଳି ଦେବା ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରା ଯାଇନଥିବା କହିଛନ୍ତି ମିଳିତ ଯାତ୍ରା କମିଟିର ସଭାପତି ମୟ ପ୍ରଧାନୀ । ସେପଟେ ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳି ପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.