ହାଉସମେଡ୍‌ର ଭିଜିଟିଂ କାର୍ଡ ହେଲା ଭାଇରାଲ, କାମ ପାଇଁ ସମଗ୍ର ଦେଶରୁ ମିଳୁଛି ଅଫର

Published By : Prameya-News7 Bureau | November 08, 2019 IST

ପୁଣେ୮|୧୧:ହାଉସମେଡ ହୋଇ ବିଭିଜିଟିଂ କାର୍ଡ ବ୍ୟବହାର କରୁଥିବା ମହିଳା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ଏହି ମହିଳାଙ୍କ ନାଁ ହେଉଛି ଗୀତା କାଲେ । ଗୀତା କାଲେ ଘରେ ଘରେ କାମ କରନ୍ତି। ନିକଟରେ ଗୀତା କାଲେଙ୍କର କାମ ବନ୍ଦ ହୋଇଯାଇଥିଲା। ଚାକିରୀ ବନ୍ଦ ହେବା ପରେ ସେ ଦୁଃଖିତ ଥିଲେ। ଗୀତା ଧନଶ୍ରୀ  ନାମକ ଜଣେ ମହିଳାଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ସାହାଯ୍ୟ କରିବାକୁ କହିଲେ।ଯେଉଁଥିପାଇଁ ଗୀତା ଏବେ ଚର୍ଚ୍ଚାରେ ଅଛନ୍ତି।

ତାଙ୍କୁ ସାହାଯ୍ୟ କରିବା ପାଇଁ ଧନଶ୍ରୀ ଭିଜିଟିଂ କାର୍ଡ ତିଆରି କରିଥିଲେ। ଏବେ ଏହି କାର୍ଡ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ ଯେ, ଗୀତାଙ୍କର ଏହି କାର୍ଡ ଧନଶ୍ରୀ ସିନ୍ଦେ ତିଆରି କରିଛନ୍ତି।ଗୀତା ଧନଶ୍ରୀଙ୍କ ଘରେ କାମ କରୁଥିଲେ।ଗୀତାଙ୍କ ଭାଇରାଲ ହେଉଥିବା କାର୍ଡରେ ଲେଖାଯାଇଛି ଯେ, “ଘର କାମ ମୌସି ଇନ ବାବଧନ”।

{"id":180955}

ଏଥିରେ ସେ କରିପାରୁଥିବା ଘର କାମର ବିବରଣୀ ମଦ୍ୟ ଦିଆଯାଇଛି ।  ଏହା ସହ କାର୍ଡରେ ପ୍ରତି କାମର ଦାମ ମଧ୍ୟ ଲେଖାଯାଇଛି। ଏହି ଭିଜିଟିଂ କାର୍ଡ ଆଧାର କାର୍ଡ ସହ ଭେରିଫାଏଡ ଅଛି। ଗୀତାଙ୍କ ପାଇଁ ୧୦୦ଟି ଭିଜିଟିଂ କାର୍ଡ ତିଆରି କରିଥିଲେ ଧନଶ୍ରୀ। ଧନଶ୍ରୀ ଏହି କାର୍ଡ ଗୁଡିକୁ ବାଣ୍ଟିବା ପାଇଁ ଗୀତାଙ୍କୁ କହିଥିଲେ।ଏବେ ଗୀତାଙ୍କୁ ଅନେକ ଅଫର ଆସୁଛି। କାରଣ ଧନଶ୍ରୀ ତାଙ୍କର ଏହି କାର୍ଡ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫଳରେ ଗୀତାଙ୍କୁ ସମଗ୍ର ଦେଶରୁ ଅନେକ ଫୋନ କଲ ଆସୁଛି।   

ଗୀତାଙ୍କୁ ସାହାଯ୍ୟ କରିବା ପାଇଁ ଧନଶ୍ରୀ ଏହି ଛୋଟ ପ୍ରୟାସ କରିଥିଲେ,  ଯାହା ଏବେ ଚାରିଆଡେ ଚର୍ଚ୍ଚାରେ ପରିଣତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.