Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

ଦିବଂଗତ ଅଭିନେତା ପୁନିତ ରାଜ କୁମାରଙ୍କ ସମ୍ପତ୍ତି ଥିଲା ଏତେ, ଖୋଲିଥିଲେ ଅନାଥାଶ୍ରମ, ବୃଦ୍ଧାଶ୍ରମ ଏବଂ ଗୋଶାଳା

4/11/2021 at 8:17 PM

ନୂଆଦିଲ୍ଲୀ ୦୪/୧୧ : କନ୍ନଡ ଚଳଚିତ୍ର ଜଗତର ପାଓ୍ବାରଷ୍ଟାର ପୁନିତ ରାଜକୁମାରଙ୍କ ଗତ ଅକ୍ଟୋବର ୨୯ ତାରିଖରେ ଦୁଃଖଦ ନିଧନ ଘଟିଛି । ହୃଦଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନଥିଲା । ୧୯୭୫ ମାର୍ଚ୍ଚ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ପୁନିତ ପିଲା ଦିନରୁ ହିଁ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ । ତାଙ୍କ ବାପା ରାଜ କୁମାର ମଧ୍ୟ ଭାରତୀୟ ସିନେମା ଜଗତର ଜଣେ ବିଚକ୍ଷଣ ଅଭିନେତା ଥିଲେ ।

୪୬ ବର୍ଷୀୟ ପୁନିତ ରାଜ କୁମାର ଚଳଚିତ୍ର ଜଗତରେ ବେଶ ସୁନାମ କମାଇଥିଲେ । ଅନେକ ହିଟ୍‌ ଫିଲ୍ମରେ ସେ ତାଙ୍କର ଅଭିନୟର ଯାଦୁ ଛାଡିଯାଇଛନ୍ତି । ତାଙ୍କର ପ୍ରଥମମ ଚଳଚିତ୍ର ଥିଲା ‘ପ୍ରେମଡା କନିକେ’ । ଶିଶୁ କଳାକାର ଭାବେ ଅଭିନୟ କରି ୧୯୮୯ ମସିହାରେ ସେ ଫିଲ୍ମ ଜଗତରୁ କିଛି ବର୍ଷ ପାଇଁ ଦୂରେଇ ଯାଇଥିଲେ । ତେବେ ପୁଣି ଥରେ ୨୦୦୦ ମସିହାରେ ତାଙ୍କର ଜଲଓ୍ବା ଦେଖିବାକୁ ମିଳିଥିଲା । ସେବେଠାରୁ ସେ ଆଉ ପଛକୁ ଫେରିନଥିଲେ ।

ପୁନିତ ରାଜ କୁମାରଙ୍କ ରୋଜଗାର ବାବଦରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆହୁରି ଚକିତ ହୋଇଯିବେ ତାଙ୍କର ସମାଜସେବା ମନୋବୃତ୍ତି ପାଇଁ । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ଥିଲା ୨୫ ମିଲିୟନ ଅର୍ଥାତ ଭାରତୀୟ ମୁଦ୍ରାରେ ୧୮୬ କୋଟି ଟଙ୍କା । ତାଙ୍କ ଭଳି ବ୍ୟକ୍ତିତ୍ବ ମଧ୍ୟ ବିରଳ । କାରଣ ନିଜ ରୋଜଗାରର ଅନେକ ଟଙ୍କା ସେ ଗରିବ ଅସହାୟମାନଙ୍କ ପାଇଁ ଖର୍ଚ୍ଚ କରିଥାନ୍ତି ।

କରୋନା ମହାମାରୀ ସମୟରେ ଯେତେବେଳେ ସମଗ୍ର ଦେଶ ହାହାକାର ଡାକୁଥିଲା ସେତେବେଳେ ପୁନିତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୫୦ ଲକ୍ଷ ଟଙ୍କା ଦାନ କରିଥିଲେ । କର୍ଣ୍ଣାଟକରେ ଭୟଙ୍କର ବନ୍ୟା ସମୟରେ ସେ ମଧ୍ୟ ସିଏମ୍‌ ରିଲିଫ୍ ଫଣ୍ଡକୁ ୫ ଲକ୍ଷ ଟଙ୍କାର ସହାୟତା କରିଥିଲେ । କେବଳ ସେତିକି ନୁହେଁ ପୁନିତ ରାଜ କୁମାର ୨୬ଟି ଅନାଥ ଆଶ୍ରମ, ୧୬ଟି ବୃଦ୍ଧାଶ୍ରମ ଏବଂ ୧୯ଟି ଗୋଶାଳ ମଧ୍ୟ ଖୋଲିଥିଲେ । ସେଠି ଯେତେ ଟଙ୍କା ଖର୍ଚ୍ଚା ହୁଏ ସବୁ ଖର୍ଚ୍ଚ ପୁନିତ ହିଁ ବହନ କରୁଥିଲେ । ବଞ୍ଚିଥିବା ବେଳେ ତ ସେ ସବୁବେଳେ ଲୋକଙ୍କ ପାଇଁ କାମ କରୁଥିଲେ । ମୃତ୍ୟୁ ପରେ ବି ସେ ତାଙ୍କ ଚକ୍ଷୁ ଦାନକରି ଅମର ପାଲଟିଯାଇଛନ୍ତି । ଭେଟେରାନ୍‌ ଅଭିନେତା ପୁନିତ ରାଜ କୁମାରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

   Related Posts