Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଅନ୍ତିମ ବିଦାୟ , ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଶେଷକୃତ୍ୟ…

31/10/2021 at 10:03 AM

ନୂଆଦିଲ୍ଲୀ ୩୧।୧୦ : ଅଲବିଦା ପାୱାରଷ୍ଟାର ପୁନିତ ରାଜକୁମାର। ପରିବାର, ପ୍ରିୟଜନ ଓ ହଜାର ହଜାର ଫ୍ୟାନ୍‌ଙ୍କ ଗ୍ରହଣରେ କନ୍ନଡ ଅଭିନେତା ପୁନିତଙ୍କୁ ଦିଆଯାଇଛି ଶେଷ ବିଦାୟ। ବେଙ୍ଗାଳୁରୁର କାନ୍ତିରବା ଷ୍ଟାଡିୟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁନିତଙ୍କ ଶେଷକୃତ୍ୟ ହୋଇଛି। ବାପା ରାଜକୁମାରଙ୍କ ସମାଧୀ ନିକଟରେ ଚିରନିଦ୍ରାରେ ଶୋଇଛନ୍ତି ପୁନିତ ରାଜକୁମାର।

ଏହି ସମୟରେ ତାଙ୍କ ସମାଧୀ ସ୍ଥଳରେ ଶହ ଶହ ସଂଖ୍ୟାରେ ଭିଡ ଜମିଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ବି ସମାଧୀ ସ୍ଥଳରେ ଉପସ୍ଥିତ ଥିଲେ। ପୁନିତଙ୍କୁ ଶେଷ ବିଦାୟ ଜଣାଇବା ବେଳେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ। ଗତକାଲି ରାତିରେ ପୁନିତଙ୍କ ଦୁଇ ଝିଅ ବିଦେଶରୁ ଫେରିବା ପରେ ତାଙ୍କ ଶେଷକୃତ୍ୟ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ବାପାଙ୍କୁ ଏଭଳି ଅବସ୍ଥାରେ ଦେଖି ନିଜ କୋହକୁ ସମ୍ଭାଳି ପାରିନଥିଲେ ଦୁଇ ଝିଅ। ପୁନିତଙ୍କୁ ଶେଷ ଥର ପାଇଁ ଦେଖିବାକୁ କର୍ଣ୍ଣାଟକର ବହୁ ବରିଷ୍ଠ ନେତା, ସହ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ ସମସ୍ତ ଅଭିନେତା, ଅଭିନେତ୍ରୀ ପହଞ୍ଚିଥିଲେ। କେବଳ ସେତିକି ନୁହେଁ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌ମାନେ ମଧ୍ୟ ତାଙ୍କୁ ଶେଷଥର ଦେଖିବା ପାଇଁ ଭିଡ ଜମାଇଥିଲେ। ତାଙ୍କ ହଠାତ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। ୪୬ ବର୍ଷ ବୟସରେ ପୁନିତଙ୍କ ମୃତ୍ୟୁରେ ପୂରା ସାଉଥ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ବଲିଉଡ ଇଣ୍ଡଷ୍ଟ୍ରିକୁ ଶକ୍ତ ଝଟକା ଲାଗିଛି।

   Related Posts