Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସବୁଠୁ ଧନୀ ଚା’ବାଲାଙ୍କ ବିଷୟରେ ଜାଣନ୍ତୁ, ରୋଜଗାର କରନ୍ତି ମାସକୁ ୧୨ଲକ୍ଷ ଟଙ୍କା

30/04/2019 at 7:43 PM

ପୁଣେ ୩୦/୪: ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଆପଣ ବହୁତ ଚା’ବାଲାଙ୍କ ସମ୍ପର୍କରେ ଆଲୋଚନା ହୋଇଥିବା ଶୁଣିଥିବେ । ବେଳେ ବେଳେ ଏମାନଙ୍କ ଭିତରୁ କିଛି ଚା ବାଲାଙ୍କ କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥିବ। କିନ୍ତୁ ଜଣେ ଚା’ବାଲାଙ୍କ କଥା ଶୁଣି ମଧ୍ୟ ଆପଣ ହତବାକ୍ ହୋଇଯିବେ। ଏହି ଚା’ବାଲା ଚା ବିକି ଏତେ ରୋଜଗାର କରୁଛି ଯେ କୈାଣସି ବଡ଼ ବଡ଼ ବ୍ୟବସାୟୀ ମଧ୍ୟ ସେତିକି ରୋଜଗାର କରୁନଥିବେ।

କେବଳ ଏତିକି ନୁହେଁ ଏହି ଚା’ବାଲା ଜଣେ ସାଧାରଣ ଚାବାଲା ନୁହଁନ୍ତି ବରଂ ମହାରାଷ୍ଟ୍ରର ଜଣେ ଧନୀ ଚା’ବାଲା। ଏହି ଚା’ବାଲା ମାସକୁ ୧୨ଲକ୍ଷ ଟଙ୍କା ରୋଜଗାର କରିଥାଆନ୍ତି। ଏହି ଚା’ବାଲାଙ୍କ ନାଁ ହେଉଛି ନବନାଥ ୟେବଲେ। ୟେବଲେ ଟି ଷ୍ଟଲ୍ ନାମରେ ତାଙ୍କର ପ୍ରସିଦ୍ଧ ଚାହା ଦୋକାନ ରହିଛି। ଏହି ଚା’ ଦୋକାନରେ ଦିନକୁ ହଜାର କପ୍ ଚା’ ବିକ୍ରି ହୋଇଥାଏ।

ନବନାଥଙ୍କ କହିବାନୁସାରେ ପୁଣେରେ ଚା’ ବ୍ରାଣ୍ଡର ଆଇଡିଆ ତାଙ୍କ ମନକୁ ୨୦୧୧ରୁ ଆସିଥିଲା। ଏହାପରେ ୟେବଲେ ଟି ଷ୍ଟଲର ନିର୍ମାଣକର୍ତ୍ତା ନବନାଥଙ୍କ ପରିଚୟ ଏତେ ବଢ଼ିଯାଇଥିଲା ଯେ ସେ ଏହି ଚା’ ବ୍ରାଣ୍ଡକୁ ବିଶ୍ବ ସ୍ତରରେ ଲୋକପ୍ରିୟ କରିବାକୁ ଚାହୁଁଛନ୍ତି। ଏହି ଟାଉନରେ ତାଙ୍କର ଦୁଇଟି ଆଉଟଲେଟ୍ ରହିଛି ଏବଂ ଦିନକୁ ସେମାନେ ପାଖାପାଖି ୩୦୦୦-୪୦୦୦ରୁ ଅଧିକ କପ୍ ଚା’ ବିକ୍ରି କରନ୍ତି। ଯାହା ଫଳରେ ପ୍ରତି ମାସରେ ତାଙ୍କର ଆୟ ୧୦ରୁ ୧୨ଲକ୍ଷ ହୋଇଥାଏ।

ପୁଣେରେ କେହି ଭଲ ଚା’ବାଲା ନଥିଲେ ସେଥିପାଇଁ ସେ ଚାରି ବର୍ଷ ଯାଏଁ ଚାହା ଉପରେ ଗବେଷଣା କରିଥିଲେ ଏବଂ ଭଲଭାବେ ଉନ୍ନତମାନର ଚା’ ବ୍ରାଣ୍ଡ ପ୍ରସ୍ତୁତ କରିଥିଲେ। ଏବେ ତାଙ୍କ ପ୍ରତ୍ୟେକ ଟି ଷ୍ଟଲରେ ୧୦-୧୫ଜଣ ଲୋକ କାମ କରନ୍ତି।

   Related Posts