ଦିନେ ଅଭ୍ୟାସ ପାଇଁ ନଥିଲା ମଇଦାନ: ଆଜି ନିରଜ ଚୋପ୍ରାଙ୍କ ନାଁରେ ନାମିତ ହେଲା ପୁନେର ନବନିର୍ମିତ ଷ୍ଟାଡିୟମ

Published By : Prameya-News7 Bureau | August 24, 2021 IST

ପୁନେ ୨୪/୦୮ : ଟୋକିଓ ଅଲିମ୍ପିକରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନିରଜ ଚୋପ୍ରାଙ୍କ ନାଁରେ ପୁନେରେ ନବନିର୍ମିତ ଷ୍ଟାଡିୟମର ନାମକରଣ କରାଯାଇଛି। ଏନେଇ ନିରଜଙ୍କ କୋଚ ଓ ସହଯୋଗୀ ଖୁସି ଜାହିର କରିଛନ୍ତି। ସେ କହିଛନ୍ତି ଯେ ଦିନେ ନିରଜଙ୍କ ପାଖରେ ଅଭ୍ୟାସ କରିବାକୁ ପଡିଆ ବି ନଥିଲା କିନ୍ତୁ ଆଜି ପୁନେରେ ତାଙ୍କ ନାଁରେ ଷ୍ଟାଡିୟମ ଅଛି। ଏହା ପାନିପତ ଓ ହରିୟାଣା ନୁହେଁ ବରଂ ସାରା ଦେଶ ପାଇଁ ଗର୍ବର ବିଷୟ।

{"id":500827,"width":674,"height":449,"sizeSlug":"full","linkDestination":"none"}

କୋଚ ଜିତେନ୍ଦ୍ର କହିଛନ୍ତି ଯେ ଯେତେବେଳେ ନିରଜଙ୍କୁ ପ୍ରଥମେ ଜାଭେଲିନ ଥ୍ରୋ କରାଇଥିଲେ ସେତେବେଳେ ସେ ତାଙ୍କ ମଧ୍ୟରେ ଦୃଢ ସମ୍ଭାବନା ଦେଖିଥିଲେ ଓ ତାଙ୍କୁ ପ୍ରସ୍ତୁତ ହେବାକୁ କହିଥିଲେ। ସେତେବେଳେ ଜିଲ୍ଲାରେ କେବଳ ସିବକି ଷ୍ଟାଡିୟମ ଥିଲା। ଶିବାଜୀ ଷ୍ଟାଡିୟମକୁ ନିରଜ ଓ ତାଙ୍କ ସହଯୋଗୀ ସମତଳ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ନିରଜଙ୍କ ସହଯୋଗୀ ଓ ଆଉ ଜଣେ କୋଚ ଜୟବିର ଅହଲାବତ ତାଙ୍କୁ ନିଜ ସହ ସମତଳ ଗ୍ରାଉଣ୍ଡ ତଲାଶରେ ଯମୁନାନଗର ଷ୍ଟାଡିୟମ ନେଇଯାଇଥିଲେ। ଯମୁନାନଗର ଯିବାପରେ ନିରଜ ଆଉ କେବେ ପାନିପତ ଷ୍ଟାଡିୟମକୁ ପଛ କରି ଦେଖିନଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ବର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କ ନାଁରେ ପୁନେ ଷ୍ଟାଡିୟମ ନାମିତ କରିବାକୁ ଘୋଷଣା କରିଥିଲେ। ସୋମବାର ଏହି ଷ୍ଟାଡିୟମ ଉଦଘାଟନ ହେବାରଥିଲା କିନ୍ତୁ କୌଣସି କାରଣବଶତଃ ଉଦଘାଟନ ହୋଇପାରିନଥିଲା।

{"id":500830,"width":642,"height":555,"sizeSlug":"full","linkDestination":"none"}

ଜଣେ ଗ୍ରାମୀଣ କହିଛନ୍ତି ଯେ ନିରଜଙ୍କ ନାଁରେ ସରକାର ଷ୍ଟାଡିୟମର ନାମକରଣ କରିବା ତାଙ୍କ ଗାଁ ପାଇଁ ଗର୍ବର ବିଷୟ। ଏହା ପୂର୍ବରୁ ଗାଁର କୌଣସି ଖେଳାଳି ଏତେ ବଡ ଉପଲବ୍ଧି ପ୍ରାପ୍ତ କରିନଥିଲେ। ବର୍ତ୍ତମାନ ଗାଁର ସମସ୍ତ ଯୁବକ ନିରଜଙ୍କ ଭଳି ଖେଳରେ ଭଲ ପ୍ରଦର୍ଶନ କରି ଦେଶର ନାଁ ରଖିବାକୁ ଚାହୁଁଛନ୍ତି। ନିରଜ ଏବେ ଦେଶ ପାଇଁ ଗୌରବ ଓ ପ୍ରେରଣାର ପ୍ରତୀକ।

ଆଥଲେଟିକ କୋଚ ଜିତେନ୍ଦ୍ର ଜାଗଲାନ କହିଛନ୍ତି ଯେତେବେଳେ ନିରଜ ପ୍ରଥମଥର ୨୫ ମିଟରରୁ ଅଧିକ ଜାଭେଲିନ ଥ୍ରୋ କରିଥିଲେ ତାଙ୍କ ପ୍ରତିଭାକୁ ଦେଖି ସେ ତାଙ୍କୁ ସମତଳ ମଇଦାନରେ ଅଭ୍ୟାସ କରିବାକୁ କହିଥିଲେ। ଶିବାଜୀ ଷ୍ଟାଡ଼ିୟନ ସମତଳ ହୋଇନଥିବାରୁ ଏବଂ ଘାସ ଥିବାରୁ ସେଠାରେ ଅଭ୍ୟାସ ପାଇଁ ଅସୁବିଧା ହେଉଥିଲା। ନିରଜ ଯମୁନାନଗର, ଓଡିଶା, ପଟିଆଲା ଭଳି ବଡ ବଡ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି।

{"id":500832,"sizeSlug":"full","linkDestination":"none"}

ହରିୟାଣାର ଆଥଲେଟିକ୍ସ ଫେଡେରେଶନର ସଚିବ ରାଜକୁମାର ମିତାନ କହିଛନ୍ତି ଯେ ସେନାର ଖେଳ ଷ୍ଟାଡିୟମର ନାଁ ହରିୟାଣାର ଲାଲ ନୀରଜ ଚୋପ୍ରାଙ୍କ ନାମରେ ନାମିତ ହେବା ଗର୍ବର ବିଷୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.