ୟୁନିଫର୍ମ ପିନ୍ଧି ନଥିଲେ ଅଟୋ ଡ୍ରାଇଭର, ୪ ହଜାର ୨୫୦ ଜଣଙ୍କ ଫାଇନ୍‌ କାଟିଲା ପୋଲିସ୍‌

Published By : Prameya-News7 Bureau | September 15, 2021 IST

ପୁନେ, ୧୫/୦୯: ମୁମ୍ୱାଇର ପୁନେ ସହରରେ ପୋଲିସ୍ର କଡ଼ା ଚେକିଂରୁ ବର୍ତ୍ତି ପାରିନାହାନ୍ତି ଅଟୋରିକ୍ସା ଡ୍ରାଇଭର । ପୋଲିସ୍‌  ୟୁନିଫର୍ମ ପିନ୍ଧି ନଥିବା କାରଣରୁ ୪୨୫୦ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ସେମାନଙ୍କ ଠାରୁ ଫାଇନ୍‌ ଆଦାୟ କରାଯାଇଛି । ସେହିପରି ଡ୍ରାଇଭିଂ ଲାଇସେନ୍ସ ପାଖରେ ରଖିନଥିବାରୁ ୭୩୦ ଜଣଙ୍କର ଚାଲାଣ କଟାଯାଇଛି । ୩୦୮ ଜଣ ଆର୍‌ଟିଓ ଦେଇଥିବା ବ୍ୟଜ୍‌ ପିନ୍ଧି ନଥିବାରୁ ପୋଲିସ୍‌ ସେମାନଙ୍କ ଫାଇନ୍‌ କାଟିଥିବା ବେଳେ ଆର୍‌ଟିଓର ସମସ୍ତ ଡକ୍ୟୁମେଣ୍ଟ ରଖିନଥିବାରୁ ୭୨୯ ଜଣଙ୍କର ଫାଇନ୍‌ କଟାଯାଇଥିବା ଜଣାପଡ଼ିଛି ।

ସେପ୍ଟେମ୍ୱର ୧୪ ତାରିଖ ଦିନ ମୋଟ ୬,୦୦୨ ଜଣ ଅଟୋରିକ୍ସା ଡ୍ରାଇଭରଙ୍କ ଉପରେ ଟ୍ରାଫିକ୍‌ ପୋଲିସ୍‌ ଆକ୍ସନ ନେଇଛି । ଗତ ୯ ତାରିଖରୁ ପୁନେ ପୋଲିସ୍‌ ଓ ଆର୍‌ଟିଓ ମିଳିତ ଭାବେ ସ୍କ୍ୱାଡ ଗଠନ କରିଛନ୍ତି । ଏଥିରେ କେବଳ ରିକ୍ସା ଚଳକଙ୍କୁ ତଲାସି କରାଯାଉଛି । ତେବେ ଟ୍ରାଫିକ୍‌ ପୋଲିସ୍‌ର ଡେପୁଟି କମିଶନର ରାହୁଲ୍‌ ଶ୍ରୀରାମେ କହିଛନ୍ତି, ରିକ୍ସା ଚାଳକଙ୍କୁ ସଚେତନ ପାଇଁ ଏପରି କରାଯାଉଛି । ପ୍ରାୟତଃ ଚାଳକ ୟୁନିଫର୍ମ ପିନ୍ଧୁ ନାହାନ୍ତି । ଆଉ କିଛି ଆର୍‌ଟିଓ କାଗଜ ପତ୍ର ଆଣୁ ନାହାନ୍ତି । ସେଥି ପାଇଁ ଏହି ସ୍କ୍ୱାର୍ଡକୁ ଗଠନ କରାଯାଇଛି । ଅଗଷ୍ଟ ୩୧ ତାରିଖରେ ଜଣେ ନାବାଳିକାଙ୍କୁ ଅଟୋ ଡ୍ରାଇଭର ପୁନେ ରେଲ୍‌ୱେ ଷ୍ଟେସନ୍‌ରୁ ଅପହରଣ କରିନେଇ ଦୁଷ୍କର୍ମ କରିଥିବା ଜଣାପଡ଼ିବା ପରେ ପୋଲିସ୍‌ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା କହିଛନ୍ତି ପୋଲିସ୍‌ ଏସ୍‌ପି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.