ରୋଗର ଭୟଠୁ ବଳିଗଲା ଷ୍ଟାଇଲ୍ : ସୁନା ମାସ୍କ ପିନ୍ଧିଥିବା ଏହି ବ୍ୟକ୍ତି ଏବେ ସୋସିଆଲ ମିଡିଆ‌ରେ ଚର୍ଚ୍ଚିତ

Published By : Prameya-News7 Bureau | July 04, 2020 IST

ପୁଣେ ୪/୭: କରୋନା ଭାଇରସରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ଏବେ ସାଧାରଣ କଥା ହୋଇ ଗଲାଣି। ଏବେ ଭିନ୍ନ ଭିନ୍ନ ଧରଣର ମାସ୍କ ଦେଖା ଗଲାଣି। ଏହି ସମୟରେ ପୁଣେ ଜିଲ୍ଲାର ପିମ୍ପରି-ଚିଞ୍ଚଓ୍ବାଡ଼ର ବାସିନ୍ଦା ଶଙ୍କର କୁରାଣ୍ଡେ ନିଜ ଗୋଲ୍ଡ ମାସ୍କ ଅର୍ଥାତ୍ ସୁନାର ମାସ୍କକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ମାସ୍କର ମୂଲ୍ୟ ୨.୮୯ଲକ୍ଷ ଟଙ୍କା। ସେ କହିଛନ୍ତି ଯେ ଏହି ମାସ୍କରେ ଛିଦ୍ର ହୋଇଛି ଯାହା ଫଳରେ ନିଃଶ୍ବାସ ପ୍ରଶ୍ବାସ ନେବାକୁ କୌଣସି ଅସୁବିଧା ହେବ ନାହିଁ।

{"id":295851,"sizeSlug":"large"}

କିନ୍ତୁ ଏଯାଏଁ ସ୍ପଷ୍ଟ ହୋଇ ନାହିଁ ଯେ ଏହି ମାସ୍କ କରୋନା ଭାଇରସକୁ ରୋକିବାରେ ଫଳପ୍ରଦ ହେବ ନା ନାହିଁ। ଏହାକୁ ସେ ନିଜ ସଉକ ପାଇଁ ନିର୍ମାଣ କରିଛନ୍ତି। ସେ ସୋସିଆଲ୍ ମିଡିଆରେ ଜଣେ ବ୍ୟକ୍ତିଙ୍କୁ ସିଲଭର ମାସ୍କ ପିନ୍ଧିଥିବା ଦେଖିବା ପରେ ସୁନାର ମାସ୍କ ପିନ୍ଧିଥିଲେ। ଶଙ୍କର କୁରାଣ୍ଡେଙ୍କୁ ପିଲାଦିନରୁ ସୁନା ଗହଣା ପିନ୍ଧିବାର ଅତ୍ୟଧିକ ସଉକ ରହିଛି। ଏହି କାରଣରୁ ସେ ସବୁ ଆଙ୍ଗୁଠିରେ ସୁନାର ମୁଦି,ହାତରେ ସୁନାର ଚୁଡ଼ି ଏବଂ ବେକରେ ସୁନାର ବଡ଼ ଚେନ୍ ପିନ୍ଧନ୍ତି।

wp:core-embed/twitter {"url":"https://twitter.com/ANI/status/1279223272274628610","type":"rich","providerNameSlug":"twitter","className":""}
https://twitter.com/ANI/status/1279223272274628610
/wp:core-embed/twitter

ସୁନାର ମାସ୍କ ପିନ୍ଧୁଥିବା ଶଙ୍କର କୁରାଣ୍ଡେ ଯୁଆଡ଼େ ଯାଆନ୍ତି ଲୋକେ ତାଙ୍କ ମାସ୍କକୁ ନିଶ୍ଚୟ ଦେଖୁଛନ୍ତି। ସେ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କୁ ଚାନ୍ଦିର ମାସ୍କ ପିନ୍ଧିଥିବାର ଦେଖି ସୁନାର ମାସ୍କ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ସେ ବଣିଆ ସହ କଥା ହୋଇଥିଲେ ଏବଂ ଗୋଟିଏ ସପ୍ତାହରେ ସାଢ଼େ ୫ପାଉଣ୍ଡର ସୁନା ମାସ୍କ ପ୍ରସ୍ତୁତ କରି ଦେଇଥିଲେ। ତାଙ୍କର ଏହି ମାସ୍କ ତାଙ୍କ ପରିବାର ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି।

{"id":295862,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.