Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ରୋଗ ପ୍ରତିରୋଧକ କ୍ଷମତା ସମ୍ପନ୍ନ ରୁମ ଫ୍ରେଶନର ଯାହା ନିୟନ୍ତ୍ରଣ କରିବ କରୋନା ସଂକ୍ରମଣ

4/09/2020 at 4:29 PM

ପୁଣେ ୦୪/୦୯ : ପୁଣେର ଏକ ଇନଷ୍ଟିଚ୍ୟୁଟ ହର୍ବଲ ରୁମ ଫ୍ରେଶନର ତିଆରି କରିଛି ଯାହା କରୋନା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ | ଗୁରୁବାର ଦିନ ଏନେନି ସୁରକ୍ଷା ମନ୍ତ୍ରାଳୟ ସୂଚନା ଦେଇଛି | ଏହି ରୁମ ଫ୍ରେଶନରକୁ ‘ହେଲ୍ଜି ଏୟାର’ ନାଁ ଦିଆଯାଇଛି | ଏହି ରୁମ ଫ୍ରେଶନରରେ ପ୍ରାକୃତିକ ତୈଳ ରହିଛି | ଏହା କୋଠରୀରୁ ଟକ୍ସିକ ଫ୍ୟୁମ ବାହାର କରିବା ସହ ବାୟୁକୁ ମଧ୍ୟ ଶୁଦ୍ଧ କରିବ | ଏହା ଏକ ରୋଗ ପ୍ରତିରୋଧକ ଭଳି ମଧ୍ୟ କାମ କରିଥାଏ |

ସୁରକ୍ଷା ମନ୍ତ୍ରାଳୟ ସୂଚନା ଅନୁଯାୟୀ, ହେଲ୍ଜି ଏୟାର ପୁଣେର ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡ଼ଭାନ୍ସ ଟେକନୋଲିଜି ଡେଭେଲପ କରିଛି | ଏହି ରୁମ ଫ୍ରେଶନର ବିଭିନ୍ନ ପ୍ରକାରର ହର୍ବଲ ଅଏଲରେ ତିଆରି ଯେପରିକି, ନିମ୍ବ ତେଲ, ନୀଳଗିରି ତେଲ, କର୍ପୁର, ଡାଲଚିନି, ତୁଳସୀ, ଲେମ୍ବୁ, ହଳଦୀ, ଲବଙ୍ଗ, ଜୁଆଣି, ଲାଭେଣ୍ଡର, ଗୁଜୁରାତି, ନ୍ୟାଚୁରାଲ ଏଂସୋସିଆଲ ଅଏଲ, ରାଇମୁନିଆ ନାମକ ଫୁଲ ଏବଂ ଦେବଦାରୁ ତେଲ |

ମନ୍ତ୍ରାଳୟ କହିଛି ଯେ, ହେଲ୍ଜି ଏୟାର ରୋଗ ପ୍ରତିରୋଧକ ଭାବେ କାର୍ଯ୍ୟ କରିଥାଏ ଏବଂ ଏହା ଏନ୍ଟି ମାଇକ୍ରୋବାୟାଲ, ଏନ୍ଟି ଫଙ୍ଗଲ, ନନ ମ୍ୟୁଟେଜେନିକ ଏବଂ ନନ ଟକ୍ସିକ | ଏହି ରୁମ ଫ୍ରେଶନର କୋଠରୀକୁ ଶୁଦ୍ଧ କରିବା ସହ କୋଠରୀରୁ ଟକ୍ସିକ ଫ୍ୟୁମ ଦୂର କରିଥାଏ | ଯାହାଫଳରେ ଆପଣ ଶାନ୍ତିରେ ନିଶ୍ୱାସ ନେଇପାରିବେ | ମନ୍ତ୍ରାଳୟ କହିଛି ଯେ, ଏହି ରୁମ ଫ୍ରେଶନରକୁ ଘରେ, ଅଫିସରେ, କନ୍ଫରେନ୍ସ ହଲ, ହସ୍ପିଟାଲ, ସିନେମା ହଲ, ମଲ, ଏୟାରପୋର୍ଟ କିମ୍ବା ରେଳ ଷ୍ଟେସନର ୱେଟିଂ ରୁମ ଏବଂ ବିଭିନ୍ନ ସାଧାରଣ ସ୍ଥଳରେ ବ୍ୟବହାର କରାଯାଇପାରିବ |

   Related Posts