Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ପ୍ରଥମ ଘଟଣା: ମା ଠାରୁ ଗର୍ଭସ୍ଥ ଶିଶୁକୁ କୋଭିଡ୍-୧୯ ସଂକ୍ରମିତ, ପୁନେ ସେସୁନ ହସ୍ପିଟାଲରେ ମିଳିଛି ପ୍ରମାଣ

28/07/2020 at 9:04 PM

ପୁନେ ୨୮।୦୭: ଦେଶରେ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ର ରାଜ୍ୟରେ କରୋନା ସାଙ୍ଘାତିକ ରହିଛି। ଏହା ମଧ୍ୟରେ ପୁନେରୁ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ପୁନେ ସ୍ଥିତ ସେସୁନ  ହସ୍ପିଟାଲରେ ଗର୍ଭନଳୀ ମାଧ୍ୟମରେ ମାଠୁ ଶିଶୁ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମଣ ପହଞ୍ଚିବା ଦେଶର ପ୍ରଥମ ମାମଲା। ଡାକ୍ତର ଏହାକୁ ଭର୍ଟିକାଲ ଟ୍ରାନ୍ସମିଶନର ଆଖ୍ୟା ଦେଇଛନ୍ତି।

ସଂକ୍ରମିତ ମାର ଗର୍ଭାଶୟରେ ଶିଶୁ ଥିବା ବେଳେ ଗର୍ଭନାଳ ଦେଇ ସଂକ୍ରମଣ ବ୍ୟାପିଛି। ସେସୁନ ହସ୍ପିଟାଲର ଶିଶୁ ରୋଗ ବିଭାଗର ଅଧ୍ୟକ୍ଷ ଡ. ଆରତି କିନିକର ମଙ୍ଗଳବାର କହିଛନ୍ତି ଯେବେ କୌଣସି ବ୍ୟକ୍ତି ସଂକ୍ରମଣର ଶିକାର ହୁଏ ତେବେ ସେ ମୁଖ୍ୟତଃ ଏମିତି କୌଣସି ବସ୍ତୁ ସଂସ୍ପର୍ଶରେ ଆସିଥାଏ ଯେଉଁଥିରେ ସଂକ୍ରମଣ ବ୍ୟାପିଥାଏ। ସେ କହିଛନ୍ତି ଯଦି ମା ସଂକ୍ରମିତ ଥାଏ ତେବେ ପ୍ରସବ ପରେ ସ୍ତନ୍ୟପାନ କରାଇବା କିମ୍ବା ଅନ୍ୟ କୌଣସି କାରଣରେ ସଂସ୍ପର୍ଶରେ ଆସିଲେ ଯାଇ ହିଁ ଶିଶୁ ସଂକ୍ରମିତ ହୋଇଥାଏ। କିନିକର କହିଛନ୍ତି ସାଧାରଣ ଭାଷାରେ କହିଲେ ଜନ୍ମ ସମୟରେ ଶିଶୁ ସଂକ୍ରମିତ ହୁଏ ନାହିଁ ବରଂ ଏହାର ତିନି ଚାରି ଦିନ ପରେ ହୋଇପାରେ।

ସେ କହିଛନ୍ତି ଭର୍ଟିକାଲ ଟ୍ରାନ୍ସମିଶନରର ଅର୍ଥ ଶିଶୁ ଯେବେ ଗର୍ଭାଶୟରେ ଥାଏ ଏବଂ ମା ସଂକ୍ରମିତ ଥାଏ ତବେ ଗର୍ଭନଲୀ ଜରିଆରେ ସଂକ୍ରମଣ ଶିଶୁଠାରେ ପ୍ରବେଶ କରିପାରେ। ଏହି ମାମଲାରେ ପ୍ରସବ ପୂର୍ବରୁ ମା ଠାରେ କୋଭିଡ୍-୧୯ର ସଂକ୍ରମଣ ଥିଲା।

ସେ କହିଛନ୍ତି ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର) ସମସ୍ତ ଗର୍ଭବତୀ ମହିଳାଙ୍କ ଯାଞ୍ଚ  ବାଧ୍ୟତାମୂଳକ କରି ଦେଇଛି। ଏଥିପାଇଁ ମହିଳାଙ୍କ ଯାଞ୍ଚ ହୋଇଥିଲା, କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ପରେ ଶିଶୁ ଜନ୍ମ ପରେ ତା ନାକରୁ ନିଆଯାଇଥିବା ମ୍ୟୁକସର ନମୂନା ଓ ଗର୍ଭନଳୀର ଯାଞ୍ଚ କରିବାପରେ କରୋନା ରିପୋର୍ଟ ପଜିଟିଭ୍ ଆସିଛି।

ସେ କହିଛନ୍ତି ନବଜାତ ଓ ମାକୁ ପୃଥକ ପୃଥକ ଓ୍ଵାର୍ଡରେ ରଖାଯାଇଛି। ଜନ୍ମର ଦୁଇ-ତିନି ଦିନ ପରେ ଶିଶୁଠାରେ ଜ୍ଵରର ଲକ୍ଷଣ ଦେଖିବାକୁ ମିଳିଛି। ଶିଶୁକୁ ଚିକିତ୍ସା ପ୍ରଣାଳୀରେ ରଖାଯାଇଥିଲା ଏବଂ ଦୁଇ ସପ୍ତାହ ପରେ ଶିଶୁ ସୁସ୍ଥ ହୋଇ ଯାଇଛି। ମା ଓ ଶିଶୁକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

ଯାଞ୍ଚ ବେଳେ ଜଣା ପଡିଲା ଯେ, ଏହା ଭର୍ଟିକାଲ ଟ୍ରାନ୍ସମିଶନ ମାମଲା ଥିଲା। ଆମେ ତିନି ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କଲୁ ଏବଏଂ ଆଣ୍ଟିବଡି ପ୍ରତିକ୍ରିୟା ଜାଣିବା ପାଇଁ ମା ଓ ନବଜାତର ରକ୍ତ ନମୂନା ଯାଞ୍ଚ କଲୁ। ସେତେବେଳକୁ ଶରୀରରେ ଆଣ୍ଟି ବଡି ହୋଇ ସାରିଥିଲା। ଡାକ୍ତର କହିଛନ୍ତି ଏହା ବହୁତ ଚ୍ୟାଲେଞ୍ଜିଂ ଘଟଣା ଥିଲା। ଶିଶୁଠାରେ ଗମ୍ଭୀର ଭାବେ କରୋନା ଭୂତାଣୁ ସଂକ୍ରମିତ ହୋଇଥିଲା। ଶିଶୁର ସଫଳତାପୂର୍ବକ ଉପଚାର କରିବା ପାଇଁ ଅଧିକ ସତର୍କତାର ଆବଶ୍ୟକତା ଥିଲା।

   Related Posts