Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ସମଗ୍ର ପୁଣେ କଣ୍ଟେନମେଣ୍ଟ ଜୋନ ଘୋଷିତ, ୭ ଦିନିଆ ସଟ୍ ଡାଉନ୍‌ରେ ଟ୍ୱିନ୍ ସିଟି

20/04/2020 at 3:15 PM

ପୁଣେ : ଯୌଥ ମହାନଗରୀୟ ଅଞ୍ଚଳ ପୁଣେ ଓ ପିମ୍ପରି ଛିଞ୍ଚିୱାଡକୁ ରବିବାର ମଧ୍ୟରାତ୍ରରୁ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ୭ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ମାତ୍ରାଧିକ ସଂକ୍ରମଣ ଆଶଙ୍କାରେ ମେଟ୍ରୋ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଫଳରେ ସାଢେ ୭ ନିୟୁତ ଜନସଂଖ୍ୟା ବିଶିଷ୍ଟ ଦୁଇ ମେଟ୍ରୋ ସହର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ରାଜ୍ୟରେ କୋଭିଡ-୧୯କୁ ନେଇ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପୁଣେ ମଣ୍ଡଳ ଆୟୁକ୍ତଙ୍କ ସହ ଆଲୋଚନା କରିବା ପରେ ଲକଡାଉନ୍‌ ନିୟମକୁ ଅଧିକ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ପୁଣେ ଓ ପିମ୍ପରି ଚିଞ୍ଚୱାଡରେ ୭ ଦିନିଆ ସଟ୍‌ଡାଉନ୍‌ ଜାରି ହୋଇଛି।

ଗତକାଲି ମଧ୍ୟରାତ୍ରରେ ମେଟ୍ରୋ କର୍ତ୍ତୃପକ୍ଷ ଯୌଥ ସହରାଞ୍ଚଳକୁ କଣ୍ଟୈନମେଣ୍ଟ ଘୋଷଣା କରିବା ସହ ସମସ୍ୟ ପ୍ରବେଶ ଓ ପ୍ରସ୍ଥାନ ମାର୍ଗ ସିଲ କରିଛନ୍ତି। ମହାରାଷ୍ଟ୍ରରେ ରବିବାର ଗୋଟିଏ ଦିନରେ ୫୫୨ଟି ନୂଆ କରୋନା ପଜେଟିଭ କେସ୍ ମିଳିଛି। ଫଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୨୦୦ରେ ପହଞ୍ଚିଥିବା ବେଳେ ପୁଣେରେ ପରିସ୍ଥିତି ବିଗିଡିବାକୁ ଯାଉଥିବାରୁ କଡକଟକଣା ଜାରି କରାଯାଇଛି। ସଟ୍ ଡାଉନ୍‌ରେ ଲୋକଙ୍କୁ ଘରୁ ପଦାକୁ ବାହାରିବାକୁ ମନା କରାଯାଇଥିବା ବେଳେ ନିତ୍ୟାନ୍ତ ଅତ୍ୟାବଶକୀୟ ସାମଗ୍ରୀ ହୋମ ଡେଲିଭରୀରେ ଘରେ ପହଞ୍ଚାଇ ଦିଆଯିବ ବୋଲି କୁହାଯାଇଛି।

ସେହିପରି ସଟଡାଉନ୍‌ କାଳରେ କଣ୍ଟୈନମେଣ୍ଟ ଘୋଷିତ ଅଞ୍ଚଳରେ ବାଣିଜ୍ୟ କାରବାର ଅବଧି ମଧ୍ୟ ପରିବର୍ତ୍ତିତ ହୋଇଛି। ଏହି ସମୟରେ ଅଣ୍ଡା, ମାଛ, ପରିବା ଓ ଦୁଗ୍ଧ କାରବାର ସକାଳ ୭ଟାରୁ ଅପରାହ୍ନ ୨ଟା ମଧ୍ୟରେ ହେବ। ଔଷଧ ଓ ଅନ୍ୟ ତେଜରାତି ଦୋକାନ ନିୟମିତ ସମୟ ଖୋଲା ରହିବେ। ସେହିପରି  ସହରାଞ୍ଚଳରେ ବ୍ୟାଙ୍କିଙ୍ଗ ସମୟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ସୁଦ୍ଧା ବ୍ୟାଙ୍କମାନଙ୍କୁ କାରବାର ଶେଷ କରିବାକୁ କୁହାଯାଇଛି।  

   Related Posts