ପୁଣେର ଅଧା ଜନସଂଖ୍ୟା କରୋନା ସଂକ୍ରମିତ ? ସିରୋ ସର୍ଭେରେ ୫୧.୫ ପ୍ରତିଶତ ଲୋକଙ୍କ ଶରୀରରେ ମିଳିଲା ଆଣ୍ଟିବଡି

Published By : Prameya-News7 Bureau | August 18, 2020 IST

ପୁଣେ ୧୮।୦୮: କରୋନା ପ୍ରଭାବିତ ମହାରାଷ୍ଟ୍ରର ପୁଣେରେ ଲୋକଙ୍କଠାରେ ସଂକ୍ରମଣର ଯାଞ୍ଚ ପାଇଁ ସିରୋ ସର୍ଭେ କରାଯାଇଛି। ଏହି ସର୍ଭେରେ ପୁଣେର ୫୧.୫ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ମିଳିଛି। ଫଳାଫଳ ଚକିତ କରିବା ଭଳି ରହିଛି କାରଣ ଶରୀରରେ କୋଭିଡ୍-୧୯ ଆଣ୍ଟିବଡି ଥିବାର ଅର୍ଥ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ସାରିଛନ୍ତି। ଏହା ମଧ୍ୟ କୁହାଯାଇ ପାରିବ ଯେ, ସହରର ଅର୍ଦ୍ଧାଧିକ ଲୋକ କରୋନା ସଂକ୍ରମିତ ହୋଇ ସାରିଛନ୍ତି।

ପୁଣେରେ ମହାମାରୀ ଓ ସିରମ ସର୍ଭିଲାନ୍ସ କୋଭିଡ୍-୧୯ର ଅଧ୍ୟୟନରେ ନଗର ନିଗମର ପାଞ୍ଚ ପ୍ରଭାବିତ ଅଞ୍ଚଳରୁ ୧୬୪୪ ନମୂନା ସଂଗ୍ରହ କରାଯାଇଥିଲା। ଏହି ଅଞ୍ଚଳରେ ପଜିଟିଭ୍ ହାର ୩୬.୧ ପ୍ରତିଶତରୁ ୬୫.୪ ପ୍ରତିଶତ ମଧ୍ୟରେ ରହିଛି। ଭବାନୀ ପେଠ ଓ୍ଵାର୍ଡ ଅନ୍ତର୍ଗତ ଲୋହିଆନଗର-କାସେଓ୍ଵାଡି ଅଞ୍ଚଳରେ କରୋନା ସଂକ୍ରମଣ ହାର ସର୍ବାଧିକ ରହିଛି।

{"id":316622,"sizeSlug":"large"}

ସର୍ଭେ ଟିମ୍‌ରେ ଥିବା ବରିଷ୍ଠ ଗବେଷକ ଅର୍ଣ୍ଣବ ଘୋଷଙ୍କ ଅନୁଯାୟୀ ଏହି ଅଞ୍ଚଳରେ କରୋନା ସଂକ୍ରମଣ ଅଧିକ ଥିବା ଯାଞ୍ଚରୁ ଜଣା ପଡିଛି। ଏହି ଅଧ୍ୟୟନ ପୁଣେ ନଗର ନିଗମ ଓ ଭାରତୀୟ ବିଜ୍ଞାନ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁୟଟ୍  ମିଳିତ ଭାବେ କରିଛନ୍ତି। ଅଧ୍ୟୟନରେ ଶରୀରରେ SARS-CoV-2 ତୂଳନାରେ IgG ଆଣ୍ଟିବଡିର ମାତ୍ରା ଅଧିକ ଥିବା ଜଣା ପଡିଛି।

ଜୁଲାଇ ୧ ସୁଦ୍ଧା ମିଳିଥିବା କରୋନା ପଜିଟିଭ୍ ମାମଲାକୁ ଆଧାର ମାନି ଜୁଲାଇ ୨୦ରୁ ଅଗଷ୍ଟ ୫ ମଧ୍ୟରେ ଏହି ସର୍ଭେ କରାଯାଇଛି। ଆଣ୍ଟିବଡିର ଉପସ୍ଥିତି ସବୁ ପ୍ରକାରର ସୁବିଧା ପାଉଥିବା ଲୋକଙ୍କଠାରେ ଦେଖିବାକୁ ମିଳିଛି। ବଙ୍ଗଳାରେ ରହୁଥିବା ୪୯ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ଝୁପୁଡିରେ ରହୁଥିବା ୫୬ ରୁ ୬୨ ପ୍ରତିଶତ, କୋଠାରେ ରହୁଥିବା ୩୩ ପ୍ରତିଶତ ଲୋକଙ୍କଠାରେ ସିରୋ ସର୍ଭେ କରାଯାଇଥିଲା।

ସର୍ଭେରେ ସାମିଲ ଲୋକଙ୍କ ମଧ୍ୟରେ ୫୨.୮ ପ୍ରତିଶତ ପୁରୁଷ, ୫୦.୧ ପ୍ରତିଶତ ମହିଳା ସାମିଲ। ଅନ୍ୟପକ୍ଷେ ସାର୍ବଜନୀନ ଶୌଚାଳୟ ବ୍ୟବହାର  କରୁଥିବା ୬୨.୨ ପ୍ରତିଶତ ଏବଂ ଅଲଗା ଶୌଚାଳୟ ବ୍ୟବହାର କରୁଥିବା ୪୫.୩ ପ୍ରତିଶତ ଲୋଙ୍କଠାରେ ଆଣ୍ଟିବଡି ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.