ଲକ୍ ଡାଉନ୍ ପାଇଁ ମିଳିଲେନି ବ୍ରାହ୍ମଣ, ଗୁଗୁଲ ସାହାଯ୍ୟରେ ମନ୍ତ୍ର ପଢି ମହିଳା ଏସଆଇ କରାଇଲେ ବିବାହ

Published By : Prameya-News7 Bureau | May 02, 2020 IST

ଭୋପାଳ ୨।୫: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ବଳବତ୍ତର ରହିଛି । ଏହି ଲକ୍ ଡାଉନ୍ ସମୟରେ କିଛି ରୋଚକ ଘଟଣାମାନ ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ଲକ୍ ଡାଉନ୍ ଠିକ୍ ପାଳନ କରାଯିବା ନେଇ ପୋଲିସ ବେଶ୍ ତତ୍ପର ହୋଇଉଠିଛି । ଲକ୍ ଡାଉନ୍ ନିୟମ ପାଳନ କରୁନଥିବା ଲୋକଙ୍କ ପ୍ରତି କଠୋରତା ପ୍ରଦର୍ଶନ କରୁଥିବାର ମଧ୍ୟ ଦେଖାଯାଉଛି । ହେଲେ ଜଣେ ମହିଳା ପୋଲିସ ଅଧିକାରୀ ଯାହା କରିଦେଖାଇଛନ୍ତି ସେଥିପାଇଁ ସେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳା ପୋଲିସ ଏସଆଇ ବିବାହ କରାଇଥିବା ଦେଖିବାକୁ ମିଳିଛି ।

{"id":263453,"sizeSlug":"large"}

ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଲକ୍ ଡାଉନ୍ ମଧ୍ୟରେ ଏଭଳି ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି । ଜିଲ୍ଲାର ଶ୍ରୀନଗରର ବାସିନ୍ଦା ଲକ୍ଷ୍ମଣ ଚୌଧୁରୀ ନରସିଂହପୁରର ଇଟୱାରା ବଜାର ବାସିନ୍ଦା ରିତୁ ଚୌଧୁରୀଙ୍କୁ ବିବାହ କରିବାକୁ ଯାଉଥିଲେ । ଉଭୟ ପରିବାର ମଧ୍ୟ ବିବାହ ପାଇଁ ଜିଲ୍ଲା ପ୍ରଶାସନଠାରୁ ଅନୁମତି ପାଇଥିଲେ । ଏହି ବିବାହ ଝୋଟେଶ୍ବରର ପାର୍ବତୀ ମନ୍ଦିରରେ ସୀମିତ ଅତିଥିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାର ଥିଲା ।

{"id":263454,"sizeSlug":"large"}

ସେହି ସମୟରେ ଝୋଟେଶ୍ବର ପୋଲିସ ଷ୍ଟେସନର ମହିଳା ଏସଆଇ ଅଞ୍ଜଳି ଅଗ୍ନିହୋତ୍ରୀ ପାଟ୍ରୋଲିଂକୁ ଯାଇଥିଲେ । ଲକ୍ ଡାଉନ୍ ଯୋଗୁଁ ବିବାହ ପାଇଁ କୌଣସି ପଣ୍ଡିତ ମିଳିନଥିଲେ । ବ୍ରାହ୍ମଣ ନଥିବାରୁ ପରିବାରଲୋକ ସେଠାରେ ଥିବା ବ୍ରାହ୍ମଣ ସମ୍ପ୍ରଦାୟ ସହ ଜଡିତ ଝୋଟେଶ୍ବର ପୋଲିସ ଷ୍ଟେସନର ଦାୟିତ୍ବରେ ଥିବା ଅଞ୍ଜଳି ଅଗ୍ନିହୋତ୍ରୀଙ୍କୁ ବିବାହ ସଂପୂର୍ଣ୍ଣ କରିବା ପାଇଁ ଅନୁରୋଧ କରିଥିଲେ । ଏଭଳି ପରିସ୍ଥିତି ଦେଖି ସେ ନିଜେ ବିବାହ କରାଇଥିଲେ । ବିବାହ କରାଇବାକୁ ସେ ଗୁଗୁଲ ସାହାଯ୍ୟରେ କିଛି ମନ୍ତ୍ର ଜପ କରିଥିଲେ । ଏସଆଇ ଅଞ୍ଜଳି ଅଗ୍ନିହୋତ୍ରୀ ମନ୍ତ୍ର ପାଠ କରିବା ସମୟରେ ବର-କନ୍ୟା ସାତଫେରା ନେଇଥିଲେ । ଏମିତିରେ ବିବାହ ସମ୍ପନ୍ନ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.