Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁମ୍ବାଇ ପହଞ୍ଚିଲା ପଣ୍ଡିତ ଜଶରାଜଙ୍କ ପାର୍ଥିବ ଶରୀର, ଗୁରୁବାର ହେବ ଦାହ ସଂସ୍କାର

19/08/2020 at 7:39 PM

ମୁମ୍ବାଇ ୧୯।୮: ପ୍ରଶିଦ୍ଧ ଶାସ୍ତ୍ରୀୟ ଗାୟକ ପଦ୍ମବିଭୂଷଣ ପଣ୍ଡିତ ଜଶରାଜଙ୍କ ପାର୍ଥିବ ଶରୀର ବୁଧବାର ଆମେରିକା ନ୍ୟୁଜର୍ସିରୁ ଆସି ମୁମ୍ବାଇରେ ପହଞ୍ଚିଛି। ଗୁରୁବାର ଏଠାରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନରେ ତାଙ୍କର ଦାହ ସଂସ୍କାର ଅନୁଷ୍ଠିତ ହେବ।  ୯୦ ବର୍ଷ ବୟସ୍କ ୟଶରାଜ ସୋମବାର ନ୍ୟୁଜର୍ସିସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। 

ଜଶରାଜଙ୍କ ପାର୍ଥିକ ଶରୀରକୁ ତାଙ୍କ ବର୍ସୋବାସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ ଲାଗି ରଖାଯାଇଛି। ଭିଲେପାର୍ଲେ ପବନ ହଂସ ଶ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଟି ଅନୁଷ୍ଠିତ ହେବ। ତାଙ୍କ ଶେଷ ଦର୍ଶନ ଲାଗି ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ ବୋଲି ଆଶା କରାଯାଉଥିବା ବେଳେ ତାଙ୍କୁ ୨୧ ତୋପ ସଲାମୀ ଦିଆଯିବ।

କରୋନାଭାଇରସ ମହାମାରୀ ଯୋଗୁ ଭାରତରେ ଲକଡାଉନ୍‌ ଜାରି ହେବାରୁ ସେ ଆମେରିକାରେ ରହିଯିବାକୁ ନିଷ୍ପତ୍ତି ନେଇଥିଲେ। ଜଶରାଜଙ୍କ ପରିବାରରେ ତାଙ୍କ ପତ୍ନୀ ମଧୁରା, ପୁଅ ସାରଙ୍ଗ ଦେବ ଓ ଝିଅ ଦୁର୍ଗା ଜଶରାଜ ଅଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ସୌର ମଣ୍ଡଳର ଏକ ଗ୍ରହକୁ ପଣ୍ଡିତ ଜଶରାଜଙ୍କ ନାମରେ ନାମିତ କରାଯାଇଥିଲା। ଏହି ସମ୍ମାନ ପାଇବାରେ ଜଶରାଜ ଦେଶର ପ୍ରଥମ କଳାକାର।   

   Related Posts