ଗାଡି ପଙକଚର ହେବାର ଆଉ ରହିବନି ଟେନସନ୍, ଟାୟାର ନିର୍ମାତା ବଜାରକୁ ଆଣିବେ ଏହି ଅଦଭୂତପୂର୍ବ ଟାୟାର

Published By : Prameya-News7 Bureau | August 26, 2019 IST

ଗାଡି ଚାଳକଙ୍କ ମନରେ ସର୍ବଦା ଗୋଟିଏ ଭୟ ଥାଏ। ତାହା ହେଉଛି ଚକ ପଙକଚର ହେବାର। ହେଲେ ଏବେ ଏଥିଲାଗି ଆଉ ଚିନ୍ତାକରିବାକୁ ପଡିବନି। ବଜାରରେ ଏଭଳି ଟାୟାର ଏବେ ଉପଲବ୍ଧ ହେବାକୁ ଯାଉଛି ଯାହା କେବେ ପଙକଚର ହିଁ ହେବନି। ଟାୟାର ନିର୍ମାତା କମ୍ପାନୀ ମିସେଲିନ୍ ଓ ଜେନେରାଲ ମୋଟର୍ସ ମିଳିତ ଭାବେ ଏଭଳି ଟାୟାର ବିକଶିତ କରିଛନ୍ତି। ଯାହା ରାସ୍ତାରେ କେବେ ଚାଳକକୁ ଧୋକା ଦେବନି।

{"id":149404}

ନୂଆ ଟାୟାରର ନାମ ରହିଛି ‘ୟୁପଟିସ୍’ । ଯାହାକୁ ଏବେ ବିଭିନ୍ନ ବାହନରେ  ପରୀକ୍ଷାମୂଳକ ପ୍ରୟୋଗ କରାଯାଉଛି। ପଙକଚର ହେଉନଥିବା ଏହି ଟାୟାରରେ ପ୍ରେସର ବି ଦେବାକୁ ପଡିବନି। ଖୁବ୍ ଶୀଘ୍ର ସମଗ୍ର ବିଶ୍ୱରେ ଏହି ଟାୟାର ଉପଲବ୍ଧ କରିବା ଲାଗି ଏବେ କମ୍ପାନୀ ଯୋଜନା ପ୍ରସ୍ତୁତ କରୁଛି। ଏହି ଟାୟାରକୁ ସେଭର୍ଲେର ପ୍ରୋଟୋଟାଇପ୍ ବୋଲ୍ଟ ଇଭି କାରରେ ଲଗାଇ ପରୀକ୍ଷା କରାଯାଉଛି। ଏଭଳି ଟାୟାର ବିକଶିତ କରିବା ଲାଗି ମିସେଲିନକୁ ପୁରା ୫ ବର୍ଷ ସମୟ ଲାଗିଛି।

{"id":149405}

ପୂର୍ବରୁ ଏହି ଟାୟାର କେବଳ ଏକ ପରିକଳ୍ପନା ଥିଲା। ତେବେ ତାକୁ ବାସ୍ତବତାରେ ରୂପାନ୍ତରିତ କରିବାକୁ ଢେର ସମୟ ଲାଗିଯାଇଛି। ଏଥିଲାଗି କମ୍ପାନୀ ୫୦ କୋଟି ଟଙ୍କା ନିବେଶ କରିଛି। ଏହି ଟାୟାରର ସବୁଠୁ ବଡ ସୁବିଧା ହେଲା ଏହାର କୌଣସି ମେଣ୍ଟେନାନ୍ସ ନାହିଁ। ବଜାରରେ ଏବେ ଉପଲବ୍ଧ ହେଉଥିବା ଟାୟାରମାନଙ୍କ ତୁଳନାରେ ୟୁପଟିସ୍ ର ରୋଡକୁ ଅଧିକ କାମୁଡିଧରି ଚାଲିବ। ଏହାର ଗ୍ରିପକୁ ସେହି ଅନୁସାରେ ପ୍ରସ୍ତୁତ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.