ଓଡିଶାର ପଞ୍ଚମ୍ୟାନ ସତ୍ୟପୀର ପ୍ରଧାନ ରଚିଲେ ବିଶ୍ବ ରେକର୍ଡ଼

Published By : Prameya-News7 Bureau | September 27, 2018 IST

ଭୁବନେଶ୍ୱର ୨୭/୯ : ଗିନିଜି ୱାର୍ଲଡ ରେକର୍ଡର ନିଶା । ଓଡିଶାର ପଞ୍ଚମ୍ୟାନ ସତ୍ୟପୀର ପ୍ରଧାନ ରଚିଲେ ବିଶ୍ବ ରେକର୍ଡ଼ । ଏକ ମିଟିରେ ସିଙ୍ଗଲ ହ୍ୟାଣ୍ଡ ଓ୍ବାନ କେଜି ଓ୍ବେଟ ପଂଚିଙ୍ଗ ବର୍ଗରେ ଗିନିଜ ୱାର୍ଲଡ ରେକର୍ଡ଼ କରିଥିବା ଦାବି କରିଛନ୍ତି । ଶହେ କିୁ ଦୁଇ ଶହ ନୁହେଁ ଗୋଟିଏ ମିନିଟ ଭିତରେ ୩୧୨ ଥର ପଂଚିଙ୍ଗ କରି ଗିନିଜ ୱାର୍ଲଡ ରେକର୍ଡ କରିବାର ପ୍ରଚେଷ୍ଠା କରିଛନ୍ତି । ଭୁବନେଶ୍ବର ଜୟଦେବ ଭବନ ପରିସରରେ ଅନୁଷ୍ଠିତ ଏ ସବୁ କାର୍ଯ୍ୟକ୍ରମ ଭିଡିଓ ସୁଟିଙ୍ଗ କରାଯାଇଛି । ଏକ୍ସପର୍ଟ ଓ ସାକ୍ଷୀଙ୍କ ଉପସ୍ଥିତିରେ ହାତରେ ଏକ କିଲୋ ଓଜନର ଡ୍ରମ୍ବଲ ଧରି ଏକ ମିନିଟରେ ପଂଚ ପ୍ୟାଡକୁ ୩୧୨ ଥର ପଂଚିଙ୍ଗ କରି ଗିନିଜ ୱାର୍ଲଡ ରେକର୍ଡର ଦାବିଦାର ପାଇଁ ଦାବି କରିଛନ୍ତି । ସତ୍ୟପୀର ଏସବୁ ପ୍ରମାଣ ସହ ଭିଡିଓ ଗିନିଜ ୱାର୍ଲଡ ରେକର୍ଡର କର୍ତ୍ତୃପକ୍ଷଙ୍କୁ ପଠାଇବେ । ପୁର୍ବରୁ ଏକ ମିନିଟ ଭିତରେ ୨୬୦ ପଂଚିଙ୍ଗର ରେକର୍ଡ ରହିଛି। [gallery ids="45741"]   ୨୦୧୭ ମସିହା ଜୁନ ୨୦ ତାରିଖରେ ସତ୍ୟପୀର ଓ୍ବାନ ହେଣ୍ଡ ପଞ୍ଚେଷ୍ଟ ଇନ ଓ୍ବାନ ମିନିଟ ବର୍ଗରେ ପାକିସ୍ଥାନର ମହମଦ ରସିଦଙ୍କ ରେକର୍ଡକୁ ଭାଙ୍ଗି ଗିନିଜ ୱାର୍ଲଡ ରେକର୍ଡ ଅଧିକାରୀ ହୋଇ ସାରିଛନ୍ତି। ଏବେ ଓ୍ବାନ ହେଣ୍ଡ ପଞ୍ଚେଷ୍ଟ ଇନ ଓ୍ବାନ ମିନିଟ ହୋଲଡିଙ୍ଗ ଓ୍ପାନ କେଜି ଓ୍ବେଟ ବର୍ଗରେ ଗିନିଜ ୱାର୍ଲଡ ରେକର୍ଡ ନାଁରେ ଥିବା ୨୬୦ ରେକର୍ଡ ଭାଙ୍ଗଥିବା ଦାବି କରିଛନ୍ତି। ଏକ ମିନିଟରେ ଭିତରେ ୩୧୨ ପଂଚ କରି ରେକର୍ଡ କରିଛନ୍ତି। ସେପଟେ ସତ୍ୟପୀରଙ୍କ ଅଭ୍ୟାସ ଓ ନିଷ୍ଡା ଯୋଗୁ ଏହି ସଫଳତା ମିଳିବ ବୋଲି ଅାଶା କରିଛନ୍ତି ତାଙ୍କ ପରିବାର ଲୋକ ଓ ସମ୍ପର୍କୀୟ। ହେଲେ ନିଜ ଅଭ୍ୟାସ ଓ ନିଷ୍ଠା ବଳରେ ସତ୍ୟପୀର ଗିନିଜ ୱାର୍ଲଡ ରେକର୍ଡର ଦାବିଦାର ହେବାକୁ ଯାଉଥିବା ଦାବି କରିଛନ୍ତି । ତେବେ ଗିନିଜ ୱାର୍ଲଡ ରେକର୍ଡ କର୍ତ୍ତୃପକ୍ଷ ଓଡିଶାର ପଂଚ ମ୍ୟାନ ସତ୍ୟପୀରଙ୍କୁ କେବେ ସାର୍ଟିଫିକେଟ ଦେଉଛନ୍ତି ତାକୁ ହିଁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.