୫୮ ବର୍ଷ ପରେ ପୁଣି ଥରେ..ଜାଣନ୍ତୁ ଦେଶରେ କେଉଁଠି କେବେ କେବେ ହୋଇଛି ହାଇପ୍ରୋଫାଇଲ ଚପର କ୍ରାସ

Published By : Prameya-News7 Bureau | December 08, 2021 IST

ନୂଆଦିଲ୍ଲୀ ୮।୧୨: ଦେଶର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ୍) ଏବେ ପରଲୋକରେ। ତାମିଲନାଡୁ କୁନ୍ନୁରରେ ଏକ ସୈନ୍ୟ ହେଲିକପ୍ଟର ଦୁର୍ଘଟଣାରେ ସପତ୍ନିକ ପ୍ରାଣ ହରାଇଛନ୍ତି। ତେବେ ଦେଶରେ ବରିଷ୍ଠ ସେନା ଅଧିକାରୀଙ୍କ ସହ ଏହା ପ୍ରଥମ ବିମାନ ଦୁର୍ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଏହିପରି ଦୁର୍ଘଟଣାରେ ହାଇପ୍ରୋଫାଇଲ ସୈନ୍ୟ ଅଧିକାରୀ ପ୍ରାଣ ହରାଇଥିବାର ନଜିର ରହିଛି। ତେବେ ଦେଶରେ ପ୍ରାୟ ୫୮ ବର୍ଷ ବାଦେ ଦ୍ୱିତୀୟବାର ଏପରି ଦୁର୍ଘଟଣା ହୋଇଥିବା ବେଳେ ସିଡିଏସ୍ ବିପିନ ସିଂ ରାୱାତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୧ ସୈନ୍ୟ ଅଧିକାରୀ ପ୍ରାଣ ହରାଇଛନ୍ତି।

କୁନ୍ନୁର ପୂର୍ବରୁ ୨୨ନଭେମ୍ବର ୧୯୬୩ରେ ଜମ୍ମୁ-କାଶ୍ମୀର ପୁଂଛ ରେ ଉଚ୍ଚ ସୈନ୍ୟ ଅଧିକାରୀଙ୍କୁ ନେଇ ଯାଉଥିବା ଏକ ସୈନ୍ୟ ହେଲିକପ୍ଟର କ୍ରାସ ହୋଇଥିଲା। ଏହି ଦୁର୍ଘଟଣାରେ ସେନାର ତତ୍କାଳୀନ କିଛି ବଡ଼ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଯେଉଁମାନେ ପ୍ରାଣ ହରାଇଥିଲେ ସେମାନଙ୍କ ମଧ୍ୟରେ ଲେଫ୍ଟନାଣ୍ଟ ଜେନେରାଲ ଦୌଲତ ସିଂହ, ଲେଫ୍ଟନାଣ୍ଟ ଜେନେରାଲ ବିକ୍ରମ ସିଂହ, ଏୟାରଭାଇସ୍ ମାର୍ସଲ ଇଡବ୍ଲୁ ପିଣ୍ଟୋ, ମେଜେର ଜେନେରାଲ କେ.ଏନ.ଡି.ନାନାବତୀ, ବ୍ରିଗେଡିୟର ଏସ.ଆର.ଓବ୍ରୟ ଓ ଫ୍ଲାଇଟ ଲେଫ୍ଟନାଣ୍ଟ ଏସ.ଏସ. ସୋଢି ପ୍ରାଣ ହରାଇଥିଲେ।

{"id":556583,"width":840,"height":472,"sizeSlug":"full","linkDestination":"none"}

ପୁଞ୍ଛ ସୈନ୍ୟ ହେଲିକପ୍ଟର ଦୁର୍ଘଟଣାକୁ ନେଇ ତତ୍କାଳୀନ ପ୍ରତିରକ୍ଷାମନ୍ତ୍ରୀ ୱାଇ.ବି.ଚୌହାନ ସଂସଦରେ ବିବୃତ୍ତି ରଖିଥିଲେ। ଏହି ଦୁର୍ଘଟଣାରେ ଆମର ସୈନ୍ୟ ବିଭାଗ ବହୁ ପ୍ରତିଷ୍ଠିତ, ସକ୍ଷମ ଓ ଯୋଗ୍ୟ ଅଧିକାରୀଙ୍କୁ ହରାଇଲା ବୋଲି ଗୃହକୁ କହିଥିଲେ। ତେବେ ସିଡିଏସ ରାୱତଙ୍କ ଚୋପର କ୍ରାସ ୧୯୫୨ ଡେଭୋନ କ୍ରାସକୁ ପୁଣି ଥରେ ମନେ ପକାଇ ଦେଇଛି। ଯେଉଁଥିରେ ସେନାର ଦୁଇ ଭାବି ମୁଖ୍ୟଙ୍କ ସମେତ ଶୀର୍ଷ ଅଧିକାରୀମାନେ ମଧ୍ୟ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାରୁ ଅଳ୍ପକେ ଜୀବନ ବଞ୍ଚାଇଥିବା ଲେଫ୍ଟନାଣ୍ଟ ଜେନେରାଲ ଏସ.ଏମ.ଶ୍ରୀନାଗେଶ ଓ ମେଜର ଜେନେରାଲ କେ.ଏସ.ଥିମୟା ପରେ  ଦେଶର ସେନା ମୁଖ୍ୟ ହୋଇଥିଲେ।

ଏହା ପୂର୍ବରୁ ୧୯୯୩ ମସିହାରେ ଭୁଟ୍ଟାନରେ ଏକ ଏମଆଇ-୮ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସେନାର କେତେକ ବରିଷ୍ଠ ଅଧିକାରୀ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଯାଇଥିଲେ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧିକାରୀଙ୍କ ମଧ୍ୟରେ ତତ୍କାଳୀନ ଇଷ୍ଟ କମାଣ୍ଡର ସେନାମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଜମିଲ ମହମୂଦ ମଧ୍ୟ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.