ପୁଲୱାମା ଆତଙ୍କୀ ହମଲା ପାଇଁ ବିସ୍ଫୋରକ ଯୋଗାଇଥିବା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମୁଦ୍ଦାସିର ଖାନ ପୋଲିସ ଗୁଳିରେ ନିହତ
11/03/2019 at 7:58 PM

ନୂଆଦିଲ୍ଲୀ୧୧|୩: ପୁଲୱାମା ଘଟଣାର ମାଷ୍ଟରମାଇଣ୍ଡ ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା। ଦକ୍ଷିଣ କାଶ୍ମୀରର ଟ୍ରାଲ ଅଞ୍ଚଳରେ ଆତଙ୍କବାଦୀ -ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ମାଷ୍ଟରମାଇଣ୍ଡ ନିହତ। ପୁଲୱାମା ଆତ୍ମଘାତୀ ହମଲା ପରେ ଏଯାଏ ସୁରକ୍ଷାକର୍ମୀଙ୍କ କରାଯାଇଥିବା ବିଭିନ୍ନ ଅପରେସନରେ ଜୈସ ଏ ମହମ୍ମଦର ୬ ଆତଙ୍କବାଦୀଙ୍କ ସମେତ ମୋଟ ୧୮ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସେନା ପକ୍ଷରୁ ଦିଆଯାଇଛି ସୂଚନା।

ପୁଲୱାମା ଆତଙ୍କୀ ହମଲାର ମୁଖ୍ୟ ଷ଼ଡଯନ୍ତ୍ରକାରୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ। ଦକ୍ଷିଣ କାଶ୍ମୀରର ଟ୍ରାଲ ଅଞ୍ଚଳରେ ଆତଙ୍କବାଦୀ –ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ମାଷ୍ଟରମାଇଣ୍ଡ ମୁଦ୍ଦାସିର ଖାନ ନିହତ ବୋଲି ଜମ୍ମୁ କାଶ୍ମୀର ପୋଲିସ ଦେଇଛି ସୂଚନା। ଏନକାଉଣ୍ଟରରେ ତିନି ଆତଙ୍କବାଦୀଙ୍କ ମୃତ ଦେହ ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବାପାଇଁ ସମ୍ଭବ ହୋଇନି। ସେମାନଙ୍କର ପରିଚୟ ଜାଣିବାପାଇଁ ସୁରକ୍ଷାକର୍ମୀ ଚଳାଇଛନ୍ତି ପ୍ରୟାସ। ଟ୍ରାଲର ପିଙ୍ଗଲିସ ଅଞ୍ଚଳରେ ଆତଙ୍କାବାଦୀ ଲୁଚି ରହିଥିବାନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିବାପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରି ତଲାସି ଅଭିଯାନ କରାଯାଇଥିଲା।

ଲୁଚି ରହିଥିବା ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବାପରେ ସୁରକ୍ଷାକର୍ମ ଏହାର ପାଲଟା ଜବାବ ଦେଇଥିଲେ। ପୁଲୱାମା ଘଟଣାପରେ ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟୀ ମୁଦାସିର ଆତଙ୍କୀ ହମଲାର ମୁଖ୍ୟ ଷଡଯନ୍ତ୍ରକାରୀ ଥିଲା। ମୁଦାସିର ହି ଫିଦାୟିନ ହମଲାରେ ବ୍ୟବହାର କରିଯାଇଥିବା କାର ଏବଂ ବିସ୍ଫୋରକ ଆୟୋଜନ କରିଥିଲା ପୋଲ ବୋଲି ବୋଲି ଜମ୍ମୁ କାଶ୍ମୀର ପୋଲିସ କହିଛି। ଆତ୍ମଘାତୀ ହମଲା କରିଥିବା ଆତଙ୍କବାଦୀ ଆଦିଲ ଅହମ୍ମଦ ଦର ମୁଦାସିର ସହିତ ନିରନ୍ତର ଯୋଗାଯୋଗରେ ରହୁଥିଲା ବୋଲି ସୁରକ୍ଷାକର୍ମୀ କହିଛନ୍ତି।

ମୁଦାସିର ଟ୍ରାଲର ମୀର ମୋହଲ୍ଲାର ବାସୀନ୍ଦା। ୨୦୧୭ରେ ଏବେ ବେଆଇନ ଘୋଷିତ ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦରେ ଯୋଗ ଦେଇଥିଲା ମୁଦାସିର। ପରବର୍ତ୍ତୀ ସମୟରେ ଦୁର୍ଦାନ୍ତ ଆତଙ୍କୀ ନୁର ମହମ୍ମଦ ତାନ୍ତ୍ରେ ଓରଫ ନୁର ଟ୍ରାଲିର ସମ୍ପର୍କରେ ଆସିଥିଲା ମୁଦାସିର।୨୦୧୭ ଡିସେମ୍ବରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତାନ୍ତ୍ରେର ମୃତ୍ୟୁ ପରେ ମୁଦାସିର ଗାଏବ ହୋଇଯାଇଥିଲା। ୨୦୧୮ ରେ ଲେଥପୋରାରେ ସିଆରପିଏଫ କ୍ୟାମ୍ପରେ ହମଲା ପରେ ସୁରକ୍ଷାକର୍ମୀଙ୍କ ରାଡାରକୁ ଆସିଥିଲା ମୁଦାସିର।

ଫେବୃଆରୀ ୧୪ ପୁଲୱାମା ଘଟଣାର ଜାତୀୟ ତଦନ୍ତରକାରୀ ସଂସ୍ଥା ଏନଆଇଏ କରୁଛି। ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ଏନଆଇଏ ମୁଦାସିର ଖାନର ଘରେ ଗତ ଫେବୃଆରୀ ୨୭ରେ ମଧ୍ୟ ଛାନଭିନ୍ କରିଥିଲା।