ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ନେଇ ବଡ଼ ଖୁଲାସା : ଆତଙ୍କବାଦୀଙ୍କୁ ୩ଥର ବଦଳାଇବାକୁ ପଡ଼ିଥିଲା ନିଜ ଯୋଜନା

Published By : Prameya-News7 Bureau | February 19, 2019 IST

ପୁଲଓ୍ବାମା ୧୯/୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ନେଇ ବଡ଼ ଖୁଲାସା ହୋଇଛି। ଆତ୍ମଘାତୀ ଆକ୍ରମଣକାରୀ ଆଦିଲ ଅହମଦ ଡାର ସିଆରପିଏଫ ବାହିନୀକୁ ଲାଲ ରଙ୍ଗର ଇକୋ କାରରେ ଧକ୍କା ଦେଇଥିଲା। ମିଡିଆ ରିପୋର୍ଟରେ କୁହାଯାଉଛି ଯେ ଆଦିଲ ୨ମିନିଟ୍ ପର୍ଯ୍ୟନ୍ତ ସିଆରପିଏଫ ଯବାନଙ୍କ ଗୋଷ୍ଠୀ ସହ ଯାଇଥିଲା।

{"id":86644,"width":594,"height":365}

ଏହା ମଧ୍ୟ ଜଣା ପଡ଼ିଛି ଯେ ଆତଙ୍କବାଦୀମାନେ ପ୍ରଥମେ କ୍ୟାମ୍ପରେ ବାରୁଦମୟ ସୁଡ଼ଙ୍ଗ ବିଛାଇ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବାର ଷଡ଼ଯନ୍ତ୍ର କରିଥିଲେ। ଆତଙ୍କବାଦୀଙ୍କ କ୍ୟାମ୍ପରେ ଆକ୍ରମଣ କରିବାର ଯୋଜନା ୩ଥର ବିଫଳ ହୋଇଥିଲା। ଏହି ଉଦ୍ୟମରେ ଜୈସର ୧୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଜୈସ ପ୍ରଥମେ ଜାନୁୟାରୀରେ ବିସ୍ଫୋରକରେ ଭରି ରହିଥିବା ଗାଡ଼ି ଜରିଆରେ ଆକ୍ରମଣର ଷଡ଼ଯନ୍ତ୍ର କରିଥିଲେ। କିନ୍ତୁ ଅତ୍ୟଧିକ ତୁଷାରପାତ ହେବା ଯୋଗୁଁ ତାଙ୍କ ଯୋଜନା ଫେଲ୍ ମାରିଥିଲା।

{"id":86646,"width":595,"height":396}

ସୂଚନା ମିଳିଛି ଯେ ଆତଙ୍କବାଦ ସଙ୍ଗଠନ ଜୈସ-ଇ ମହମ୍ମଦର ମୁଖ୍ୟ ମସୁଦ ଅଜହର ନିଜ ପୁତୁରା ଉସମାନ ହାଇଦରର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଏହି ଆତଙ୍କବାଦ ଆକ୍ରମଣ କରାଇଥିଲା।

{"id":86648,"width":598,"height":329}

ଜାମ୍ମୁ-କାଶ୍ମୀରରେ ସିଆରପିଏଫ ବାହିନୀରେ ହୋଇଥବା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ କୈାଣସି ଜଣେ ବ୍ୟକ୍ତିର କାମ ନଥିଲା ବରଂ ଏହା ଏକ ଗୋଷ୍ଠୀର କାମ ଥିଲା। କେବଳ ଏହା ନୁହେଁ ସୁରକ୍ଷା ଅଭାବ ପାଇଁ ମଧ୍ୟ ଏହା ଘଟିଥିଲା। ଆଦିଲ ଡାର ସମ୍ଭବତଃ ୧୫୦ଗ୍ରାମର ଆମୋନିଆ ନାଇଟ୍ରେଟ୍ ପ୍ରୟୋଗ କରିଥିଲା। ଆମୋନିଆ ନାଇଟ୍ରେଟ୍ ଏକ ଉର୍ବରକ ଯାହା କମ୍ ତୀବ୍ରତା ଥିବା ବିସ୍ଫୋରଣ କରାଇଥାଏ। ଏବେ ତଦନ୍ତ ଆରମ୍ଭ ହୋଇଛି ସେଥିପାଇଁ ଏନଆଇଏ ପୁଲଓ୍ବାମା ଆକ୍ରମଣରେ ଆରଡିଏକ୍ସର ପ୍ରୟୋଗ କିମ୍ବା ଦୁଇଟି ବିସ୍ଫୋରକର ସମ୍ଭାବନାକୁ ନା କରି ନାହିଁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.