ନବବଧୂ ଭଳି ସଜେଇ ହୋଇ ସହିଦଙ୍କୁ ଅନ୍ତିମ ବିଦାୟ ଦେଲେ ବିଧବା ପତ୍ନୀ : ଜାଣନ୍ତୁ କାହିଁକି?

Published By : Prameya-News7 Bureau | February 18, 2019 IST

କଙ୍ଗ୍ରା ୧୮/୨: ଗତ ଗୁରୁବାର ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବାନ ସହୀଦ ହୋଇଥିଲେ। ସେହି ସିଆରପିଏଫ ଯବାନଙ୍କ ମଧ୍ୟରୁ ତିଳକରାଜ ଜଣେ ଯାହା ସ୍ତ୍ରୀଙ୍କ ନାଁ ସାବିତ୍ରୀ। ସହିଦ ତିଳକରାଜଙ୍କ ପତ୍ନୀ ତାଙ୍କ ଅନ୍ତିମ ବିଦାୟରେ ସେହି ବିବାହ ପୋଷାକ ପିନ୍ଧିଥିଲେ ଯାହା ପିନ୍ଧି ସାବିତ୍ରୀ ତାଙ୍କ ଶାଶୁ ଘରକୁ ଆସିଥିଲେ।

{"id":86328,"width":598,"height":496}

ସାବିତ୍ରୀଙ୍କ ଆଖରୁ ଲୁହ ବୋହିବା ବନ୍ଦ ହେଉନଥିଲା କାରଣ ଏହି ଆକ୍ରମଣରେ ସେ ତାଙ୍କ ସ୍ବାମୀଙ୍କୁ ସବୁଦିନ ପାଇଁ ହରାଇ ଦେଇଥିଲେ। ଏହିପରି ଶୋକାକୁଳ ପରିବେଶକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଆଖିରୁ ମଧ୍ୟ ଲୁହ ଆସିଯାଇଥିଲା। ସେଥିପାଇଁ ପାକିସ୍ତାନର କାପୁରୁଷତାର ଜବାବ ଦେବାର କ୍ରୋଧ ସମସ୍ତଙ୍କ ମନରେ ରହିଛି।

{"id":86329,"width":595,"height":399}

ଜଣେ ଐତିହାସିକଙ୍କ କହିବାନୁସାରେ ଯେତେବେଳେ ସ୍ବାମୀ ସ୍ତ୍ରୀ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ସେତେବେଳେ ଏପରି କିଛି ରୀତି ବା ପ୍ରଥା ଥାଏ ଯାହାକୁ ପୂରା କରାଯାଇଥାଏ ଏବଂ ଶେଷ ପର୍ଯ୍ୟନ୍ତ ପାଳନ କରାଯାଇଥାଏ। ଏପରି କ୍ଷେତ୍ରରେ ଏକ ପ୍ରଥା ଏପରି ଥାଏ ଯେ ସ୍ତ୍ରୀ କହିଥାଏ ମୁଁ ସବୁବେଳେ ବିବାହିତା ରହିବି। ଏହାର ଅର୍ଥ ସ୍ବାମୀଙ୍କ ପୂର୍ବରୁ ସେ ଦୁନିଆ ଛାଡ଼ି ଚାଲି ଯିବେ।

{"id":86331,"width":595,"height":401}

ଯଦି ଏପରି ନହୋଇଥାଏ ତେବେ କୈାଣସି କାରଣରୁ ସ୍ବାମୀଙ୍କ ମୃତ୍ୟୁ ପୂର୍ବରୁ ହୋଇଗଲା ତାହେଲେ ସେ ନିଜ ସ୍ବାମୀଙ୍କୁ ସେହି ବିବାହ ପୋଷାକରେ ବିଦାୟ ଜଣାଇଥାନ୍ତି। ସାବିତ୍ରୀ ଦୁଃଖରେ ମ୍ରିୟମାଣ ହୋଇ ଏହି ପରମ୍ପରାକୁ ପାଳନ କରିଥିଲେ।

{"id":86333,"width":595,"height":357}

ଏହି ପରମ୍ପରା ଅତି ପୁରୁଣା ଯାହାକୁ ଯାହାକୁ ଗାଁ ଲୋକେ ଭଲ ଭାବେ ପାଳନ କରି ଆସୁଛନ୍ତି। ହିମାଚଳ ପ୍ରଦେଶର ଲୋକେ ଏହି ପ୍ରଥାକୁ ଜୀବନର ଶେଷ ଯାତ୍ରା ଯାଏଁ ପାଳନ କରନ୍ତି।

{"id":86335,"width":594,"height":396}

ଏହି ଶୋକାକୁଳ ପରିବେଶରେ ସହିଦ ତିଳକରାଜଙ୍କ ବଡ଼ ପୁଅ ନିଜ ୨୨ଦିନର ସାନ ପୁଅକୁ ଗେହ୍ଲ କରି ଚୁପ୍ କରାଉଥିଲା। ଘର ଭିତରେ ତିଳକରାଜଙ୍କ ଶବାଧାର ଖୋଲାଯାଇ ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା।

{"id":86336,"width":594,"height":392}

ସହିଦ ତିଳକରାଜଙ୍କ ଅଢ଼େଇ ବର୍ଷର ବଡ଼ପୁଅ ବରୁଣ ବାରମ୍ବାର ଶବାଧାର ଖୋଲିବାକୁ ଜିଦ୍ କରୁଥିଲା। ଏହା ପରେ ପରିବାର ଲୋକେ ବରୁଣକୁ ମାଆ ଏବଂ ସାନ ଭାଇଙ୍କ ପାଖକୁ ନେଇ ଯାଇଥିଲେ।

{"id":86337,"width":599,"height":351}

ସହିଦ ତିଳକରାଜଙ୍କ ଅନ୍ତିମ ଦର୍ଶନ ନିମନ୍ତେ ଘର ପାଖରେ ଅଧିକ ଭିଡ଼ ହୋଇଯିବା କାରଣରୁ ଗେଟରୁ ବାହାରିବା ଅସମ୍ଭବ ଥିଲା। ଏଥିପାଇଁ ପାର୍ଥିବ ଶରୀରକୁ ଘର ପଛପଟେ କ୍ଷେତଜମି ରାସ୍ତାରେ ନିଆଯାଇଥିଲା।         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.