ପୁଲଓ୍ବାମା ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ଡ ଅବଦୁଲ ରସିଦ ଘାଜି ମୃତ

Published By : Prameya-News7 Bureau | February 18, 2019 IST

ପୁଲଓ୍ବାମା ୧୮|୨:  ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଜୈସ୍-ଏ-ମହମ୍ମଦର ଆତଙ୍କବାଦୀ ଅବଦୁଲ ରସିଦ ଘାଜିର ମୃତ୍ୟୁ ହୋଇଛି । ଗତ ୧୪ତାରିଖରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଥିଲା ଅବଦୁଲ ରସିଦ ଘାଜି । ପୁଲଓ୍ବାମା ଫିଙ୍ଗଲାନରେ ଏକ ଘରେ ଘାଜି ସହ ଆଉ ଜଣେ ଆତଙ୍କବାଦୀ ମଧ୍ୟ ଲୁଚି ରହିଥିଲା । ଘାଜି ଲୁଚିଥିବା ଘରକୁ ବିସ୍ଫୋରଣରେ ଉଡାଇଦେଲେ ସୁରକ୍ଷାକର୍ମୀ । ତେବେ ଘାଜି ସହ ଆଉ ଜଣେ ଆତଙ୍କବାଦୀର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । ଘାଜିର ମୃତ୍ୟୁ ନେଇ ସରକାରୀ ସ୍ତରରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

{"id":86280}

ଗତକାଲିଠାରୁ ଜମ୍ମୁକାଶ୍ମୀର ପୁଲଓ୍ବାମା ଫିଙ୍ଗଲାନରେ ସୁରକ୍ଷାକର୍ମୀ ଜୋରଦାର ସର୍ଚ୍ଚ ଅପରେସନ ଚଳାଇଥିଲେ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଆତଙ୍କବାଦୀଙ୍କ ଗୁଳିରେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର ୪ଜଣ ଯବାନ ସହିଦ ହୋଇଛନ୍ତି । ଜଣେ ମେଜରଙ୍କ ସମେତ ୪ ଯବାନ ସହିଦ ହୋଇଥିବା ଜଣାପଡିଛି । ମେଜର ଜେନେରାଲ ଡି.ଏସ୍. ଡୋଣ୍ଡିୟାଲ, ହେଡ୍ କନଷ୍ଟେବଳ ସେବାରାମ, ଅଜୟ କୁମାର ଓ ହରି ସିଂହ ସହିଦ ହୋଇଛନ୍ତି । ଗୁଳିବିନିୟମ ବେଳେ ଦୁଇ ଜଣ ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଗତ ୧୪ତାରିଖରେ ସିଆରପିଏଫ୍ ଯବାନଙ୍କର ଫୌଜ ଉପରେ ହୋଇଥିବା ଆକ୍ରମଣସ୍ଥଳଠାରୁ ମାତ୍ର ୨-୪କିମି ଦୂରରେ ଘାଜିକୁ ଏନକାଉଣ୍ଟର କରାଯାଇଛି । ଗତ ୧୬ ତାରିଖରେ ଜମ୍ମୁକାଶ୍ମୀର ରାଜୌରୀ ଏଲଓସିରେ ଆଇଇଡି ବିସ୍ଫୋରଣରେ ଆର୍ମି ଅଫିସର ସହିଦ ହୋଇଥିଲେ । ଜମ୍ମୁକାଶ୍ମୀରରେ ୫ଦିନ ମଧ୍ୟରେ ମୋଟ୍ ୪୫ ଯବାନ ସହିଦ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.