ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ହାଇକମିଶନରଙ୍କୁ ସମନ

Published By : Prameya-News7 Bureau | February 15, 2019 IST

ନୂଆଦିଲ୍ଲୀ ୧୫|୨:  ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କେନ୍ଦ୍ର ସରକାର ଏବେ ପାକିସ୍ତାନ ବିରୋଧରେ କଡା ପଦକ୍ଷେପ ନେବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଭାରତୀୟ ବିଦେଶ ମନ୍ତ୍ରଣାଳୟର କଡା ଆଭିମୁଖ୍ୟ ଗ୍ରହଣ କରିଛି । ଦିଲ୍ଲୀରେ ପାକିସ୍ତାନ ହାଇକମିଶନରଙ୍କୁ ସମନ କରାଯାଇଛି ।

ପାକିସ୍ତାନ ହାଇକମିଶନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଫଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସୁରକ୍ଷାରେ ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି ଶ୍ରୀନଗର-ଜମ୍ମୁ ହାଇୱେରେ ସିଆରପିଏଫ୍ ଯବାନମାନଙ୍କୁ ନେଇ ୭୦ଟି ବସ୍ ଯାଉଥିବା ବେଳେ ଅୱନ୍ତିପୁରାଠାରେ ହଠାତ୍ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏକ ଆଇଇଡି ବିସ୍ଫୋରକ ଭର୍ତ୍ତି ଗାଡ଼ି ସିଧା ଆସି ଦୁଇଟି ସିଆରପିଏଫ୍ ବସକୁ ଧକ୍କା ଦେଇଥିଲା । ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଫଳରେ ୩୭ଜଣ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ସିଆରପିଏଫର ୨୫ ଶହ ୪୭ଜଣ ଯବାନ ଏକ ଟ୍ରାଂଜିଟ କ୍ୟାମ୍ପରୁ ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଆତଙ୍କୀ ହମଲା କରିଥିଲେ । ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଅଓ୍ବନ୍ତିପୁରାରେ ସିଆରପିଏଫ୍ ଯବାନଙ୍କ ବସ୍ ଉଡ଼ାଇବା ପାଇଁ ଆତ୍ମଘାତୀ ଆତଙ୍କବାଦୀ ୩୫୦ କିଲୋ ବିସ୍ଫୋରକ ବ୍ୟବହାର କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.