Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପୁଲୱାମା ବିସ୍ଫୋରଣରେ ଅଳ୍ପକେ ବର୍ତ୍ତିଯାଇଥିବା ଯବାନ ବଖାଣିଲେ ଆତଙ୍କୀ ହମଲାର ଆଖିଦେଖା କାହାଣୀ

17/02/2019 at 12:10 PM

ନୂଆ ଦିଲ୍ଲୀ୧୭|୨: ଆତଙ୍କବାଦୀ ଆକ୍ରମଣକୁ ନେଇ ପୁରା ଦେଶବାସୀ କ୍ରେ।ଧରେ। ପୁଲୱାମା ହମଲାରେ ବିସ୍ଫୋରକରେ ଭରାଯାଇଥିବା ଲାଲ ରଂଗର ଇକୋ ଗାଡି ଆକ୍ରମଣ ପାଇଁ ବ୍ୟବହାର କରାଯାଇଥିଲା। ଏହି ଭୟଙ୍କର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିବା ଏବଂ ଘଟଣା ସାକ୍ଷୀ ଜଣେ ସିଆରପିଏଫ ଯବାନ ଗୋଟେ ସାକ୍ଷାତକାରରେ ତାଙ୍କ ଅନୁଭୂତି କହିଛନ୍ତି।

ଆତଙ୍କବାଦୀ କିଭଳି ଭାବେ ସିଆରପିଏଫ ସେନାଙ୍କୁ ଟାର୍ଗେଟ କରିଥିଲେ ତାହା ସେ ବଖାଣିଛନ୍ତି । ସିଆରପିଏଫ ଯବାନ ଅସୀମ ଅସଗର । ସେ ମଧ୍ୟ ୧୪ ତାରିଖ ଦିନ ଶ୍ରୀନଗର ଯାଉଥିବା ୨୫୦୦ସିଆରପିଏଫ୍‌ ଯବାନଙ୍କ ମଧ୍ୟରୁ ଜଣେ । ସେ କହିଛନ୍ତି ଯେ ପୁରା ସେନା ଦଳ ସକାଳ ୩.୩୦ରେ ଶ୍ରୀନଗର ଯିବାକୁ ବାହାରିଥିଲେ। ଯବାନଙ୍କର ମୋଟ ୭୮ଟି ଗାଡି ଥିଲା। ସେନାଙ୍କ ଗାଡି ପୁଲୱାମା ଅୱନ୍ତିପୁରା ପହଞ୍ଚିଲା ପରେ ହଠାତ୍‌ ଗୋଟେ ଲାଲ ରଂଗର ଇକୋ ଗାଡି ସାମ୍ନାକୁ ଆସିଥିଲା। ତାପରେ ଇକୋ ଗାଡି ଟି ଜିଗ୍‌ ଜାଗ୍‌ ଗତିରେ ଯବାନଙ୍କ ଗାଡି ମଝିରେ ପଶୁଥିଲା।   

ଅସୀମ କହିଥିଲେ ଯେ ସେ ଗାଡିକୁ ସାଇଡ ହେବା ପାଇଁ ବାରମ୍ୱାର ଚେତାବନୀ ଦିଆଯାଇଥିଲା। ୫-୬ ନମ୍ୱରରେ ଚାଲିଥିବା ଗାଡି ଇକୋ ଗାଡିକୁ ବାଡିରେ ମାରିଲା ପରେ ମଧ୍ୟ ଗାଡି ଟି ଜିଗ୍‌ ଜାଗ୍‌ ଗତିରେ ଯବାନଙ୍କ ଗାଡି ମଝିରେ ପଶୁଥିଲା ଓ ବାହାରୁଥିଲା। ଇକୋ ଗାଡି ଧିରେ ଧିରେ ଯବାନଙ୍କର ୩ ନମ୍ୱର ଗାଡି ପାଖରେ ପହଞ୍ଚିଲା ପରେ ଏହି ବିସ୍ଫୋରଣ ହୋଇଥିଲା। ଆତଙ୍କବାଦୀ ଯବାନଙ୍କୁ ଫାଇରିଂଗ କରିବା ମଧ୍ୟ ଆରମ୍ଭ କରିଥିଲେ।

   Related Posts