ପୁଲୱାମା ଆତଙ୍କୀ ହମଲା : ୧୦କି.ମି. ପର୍ଯ୍ୟନ୍ତ ଶୁଣାଯାଇଥିଲା ବିସ୍ଫୋରଣ ଶବ୍ଦ

Published By : Prameya-News7 Bureau | February 15, 2019 IST

କାଶ୍ମୀର ୧୫|୨: ଜମ୍ମୁକାଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସହିଦ ଯବାନଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି । ଏବେ ୪୦ ଜଣ ଯବାନ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଧିକ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି ।

{"id":85325}

ଶ୍ରୀନଗର-ଜମ୍ମୁ ହାଇୱେରେ ସିଆରପିଏଫ୍ ଯବାନମାନଙ୍କୁ ନେଇ ୭୦ଟି ବସ୍ ଯାଉଥିବା ବେଳେ ଅୱନ୍ତିପୁରାଠାରେ ହଠାତ୍ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏକ ଆଇଇଡି ବିସ୍ଫୋରକ ଭର୍ତ୍ତି ଗାଡ଼ି ସିଧା ଆସି ଦୁଇଟି ସିଆରପିଏଫ୍ ବସକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବଡ ଧରଣର ବିସ୍ଫୋରଣ ହେବା ସହ ୩୦ ଜଣ ଯବାନ ସହିଦ ହୋଇଥିଲେ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ୧୦ରୁ ୧୨ କିମି ପର୍ଯ୍ୟନ୍ତ ଶୁଣାଯାଇଥିଲା । ଏପରିକି ଶ୍ରୀନଗର କିଛି ଅଞ୍ଚଳ ପର୍ଯ୍ୟନ୍ତ ମଧ୍ୟ ଶୁଣାଯାଇଥିଲା । ସ୍ଥାନୀୟ ଲୋକ କହିଛନ୍ତି ଯେ ସହିଦ ହୋଇଥିବା ଯବାନମାନଙ୍କ ମୃତଦେହ ଜମ୍ମୁକାଶ୍ମୀର ରାଜମାର୍ଗରେ ଖଣ୍ଡ ବିଖଣ୍ଡିତ ହୋଇ ପଡିଥିଲା ।

{"id":85324}

ସିଆରପିଏଫର ୨୫ ଶହ ୪୭ଜଣ ଯବାନ ଏକ ଟ୍ରାଂଜିଟ କ୍ୟାମ୍ପରୁ ଜମ୍ମୁରୁ ଶ୍ରୀନଗର ଯାଉଥିବା ବେଳେ ଆତଙ୍କୀ ହମଲା କରିଥିଲେ । ଜୈଶ- ଏ-ମହମ୍ମଦ ଆତଙ୍କୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଅଓ୍ବନ୍ତିପୁରାରେ ସିଆରପିଏଫ୍ ଯବାନଙ୍କ ବସ୍ ଉଡ଼ାଇବା ପାଇଁ ଆତ୍ମଘାତୀ ଆତଙ୍କବାଦୀ ୩୫୦ କିଲୋ ବିସ୍ଫୋରକ ବ୍ୟବହାର କରିଥିଲା ବୋଲି ଜଣାପଡ଼ିଛି।

{"id":85327}

ଏହି ଆକ୍ରମଣ ପାଇଁ ଆତ୍ମଘାତୀ ସଦସ୍ୟ ଆଦିଲ ଅହମ୍ମଦ ଡାର୍ କୁ ନିୟୋଜିତ କରାଯାଇଥିଲା। ଜୈଶ ଆଦିଲ୍ ର ଏକ ଭିଡିଓ ମଧ୍ୟ ଜାରି କରିଛି । ଯେଉଁ ଭିଡିଓକୁ ବିସ୍ଫୋରଣ କରିବା ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା । ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି ତାହା ଲାଥପୋରା କମାଣ୍ଡୋ ଟ୍ରେନିଂ ସେଣ୍ଟରରୁ ଅଳ୍ପ ଦୂର । ସେଠାରେ ୩୧ ଡିସେମ୍ବର ୨୦୧୭ରେ ଆତଙ୍କବାଦୀମାନ ଆକ୍ରମଣ କରିଥିଲେ । ଆକ୍ରମଣ ଫଳରେ ସିଆରପିଏଫ୍ ର ୫ଜଣ ଯବାନ ସହିଦ ହୋଇଥିଲେ ।

{"id":85328}

ପୁଲୱାମାରେ ଆତଙ୍କବାଦୀ ହମଲା ପରେ ପୁରା ଅଞ୍ଚଳକୁ ସେନା ସିଲ୍ କରି ସର୍ଚ୍ଚ ଅପରେସନ ଜାରି ରଖିଛି । ପୁରା ଦକ୍ଷିଣ କାଶ୍ମୀରରେ ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି । ଶ୍ରୀନଗରରେ ଇଣ୍ଟରନେଟ୍ ସ୍ପିଡ୍ କମାଇ ଦିଆଯାଇଛି । ଜମ୍ମୁକାଶ୍ମୀର ପୋଲିସ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛି । ତଦନ୍ତରେ ଏନଆଇଏ ମଧ୍ୟ ଜମ୍ମୁ ପୋଲିସର ସହଯୋଗ କରିବ । ଆଜି କାଶ୍ମୀର ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଆଜି ମଧ୍ୟ କ୍ୟାବିନେଟ୍ ସୁରକ୍ଷା କମିଟିର ବୈଠକ ବସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.