ପୁଲଓ୍ବାମା ଆକ୍ରମଣକୁ ବର୍ଷେ : କେମିତି ଥିଲା ସେହି ଏୟାର ଷ୍ଟ୍ରାଇକ୍, କିପରି ଥିଲା ଭାରତର ମୁକାବିଲା

Published By : Prameya-News7 Bureau | February 14, 2020 IST

ନୂଆଦିଲ୍ଲୀ ୧୪।୨: ପୁଲୱାମା ଆକ୍ରମଣକୁ ପୁରିଛି ବର୍ଷେ । ଆଜିର ଦିନରେ ଜାମ୍ମୁ କାଶ୍ମୀର ପୁଲୱାମରେ ହୋଇଥିଲା ଭୟଙ୍କର ଆତଙ୍କବାଦୀ ହମଲା । ଏଥିରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ତେବେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ମନେ ପକାଉଛନ୍ତି ଦେଶବାସୀ ।

{"id":224332,"sizeSlug":"large"}

୨୦୧୯ ଫେବ୍ରୁଆରୀ ୧୪ ରେ ପୁଲୱାମା ରାଜପଥରେ ଲମ୍ବା ଲାଇନ୍ ହୋଇ ସିଆରପିଏଫ୍ ଯବାନଙ୍କ କାଫିଲା ଚାଲିଥିଲା । ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ହଠାତ୍ ଯବାନଙ୍କ ବସ୍ କୁ ଧକ୍କା ଦେଇଥିଲା ଆରଡିଏକ୍ସ ବୋଝେଇ କାର୍ । ଆଉ ପିଛୁଳାରେ ସବୁ ଖିନଭିନ୍ ହୋଇଯାଇଥିଲା ।

{"id":224333,"sizeSlug":"large"}

ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆରପିଏଫର ୪୦ ଯବାନ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା । ଏହି ଘଟଣା ପରେ ଶୋକରେ ବୁଡ଼ିଯାଇଥିଲା ପୂରା ଦେଶ ।

{"id":224334,"sizeSlug":"large"}

ଏହି ଘଟଣା ଭିଆଇଥିବା ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ ଉପରେ ଆକ୍ରମଣ ପାଇଁ ଆରମ୍ଭ ହୋଇଥିଲା ଅପରେସନ । ଆତଙ୍କବାଦୀ ଆକ୍ରମଣ ଘଟଣାର ୧୨ ଦିନ ପରେ ଅର୍ଥାତ୍ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀରର ବାଲାକୋଟ୍ ରେ ଥିବା ଜୈସ୍-ଇ-ମହମ୍ମଦର ବିଭିନ୍ନ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ପାଖାପାଖି ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।

{"id":224335,"sizeSlug":"large"}

ଫେବୃଆରୀ ୨୭ ତାରିଖରେ ପାକ୍ ବାୟୁସେନା ଜମ୍ମୁକାଶ୍ମୀରର ସୈନ୍ୟ ଶିବିର ଉପରେ ଆକ୍ରମଣ ପାଇଁ ଯୋଜନା କରିଥିଲା । ମାତ୍ର ଭାରତୀୟ ବାୟୁସେନା ସେହି ଉଦ୍ୟମକୁ ବିଫଳ କରିଦେଇଥିଲା । ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ମିଗ୍ ୨୧ ବିମାନ ପାକ୍ ବାୟୁସେନାର ଏଫ-୧୬କୁ ଧ୍ବଂସ କରିଥିଲେ ।

{"id":224336,"sizeSlug":"large"}

ଏହାପରେ ତାଙ୍କୁ ପିଓକେରେ ଅବତରଣ କରିବାକୁ ପଡିଥିଲା । ସେଠାରେ ତାଙ୍କୁ ପାକିସ୍ତାନ ସେନା ବନ୍ଦୀ କରିଦେଇଥିଲେ । କୂଟନୀତିର ଚକ୍ରବ୍ୟୁହରେ ପଡି ବନ୍ଦୀ କରିବାର ଦୁଇ ଦିନ ପରେ ପାକିସ୍ତାନକୁ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଛାଡିବାକୁ ପଡିଥିଲା । ତେବେ ଓ୍ବାଘା ବର୍ଡର ଅଟାରୀ ଗେଟ୍ ଦେଇ ଓ୍ବିଙ୍ଗ୍ କମାଣ୍ଡର ସ୍ବଦେସ ପ୍ରତ୍ୟାବର୍ତ୍ତନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.