Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଟିକେଟ୍ ଅଫରକୁ ସହିଦ ମନୋଜ ବେହେରାଙ୍କ ପରିବାରର ପ୍ରତ୍ୟାଖାନ, ସହିଦ ପ୍ରସନ୍ନଙ୍କ ପତ୍ନୀ ସିଧା ସିଧା କହିଲେ ନା ରାଜନୀତିରେ ରୁଚି ଅଛି ନା ଧୈର୍ଯ୍ୟ

12/03/2019 at 7:21 PM

ଭୁବନେଶ୍ବର୧୨|୩: ଓଡିଆ ସହିଦଙ୍କ ପରିବାରକୁ ରାଜନୀତିକୁ ଟାଣିଛନ୍ତି ତିନିଦଳ। ଟିକେଟର ଲୋଭ ଦେଖାଇ ଅନୁକମ୍ପାର ଭୋଟ ହାତେଇବାକୁ ଆରମ୍ଭ ହୋଇଛି ଉଦ୍ୟମ। ଏନେଇ ଦୁଇ ପରିବାରକୁ ଆସୁଛି ଅଫର। ସହିଦଙ୍କ ପରିବାରକୁ ନେଇ ରାଜନୀତି ଜୋର। ସହିଦ ମନୋଜ ବେହେରା ଓ ପ୍ରସନ୍ନ ସାହୁଙ୍କ ପତ୍ନୀଙ୍କୁ ଟିକେଟ ଦେବାକୁ ସବୁ ଦଳ ଆଗ୍ରହୀ ଥିବା ବେଳେ ତାଙ୍କ ପରିବାର କଣ କହୁଛନ୍ତି ଚାଲନ୍ତୁ ଦେଖିବା। ରାଜନୀତି ମଇଦାନକୁ ଓହ୍ଲାଇପାରନ୍ତି ସହିଦଙ୍କ ପତ୍ନୀ । ପୁଲୱାମା ଆକ୍ରମଣରେ ସହିଦ ମନୋଜ ବେହେରାଙ୍କ ପତ୍ନୀଙ୍କୁ ଆଗାମୀ ବିଧାନସଭି ନିର୍ବାଚନରେ ପ୍ରାର୍ଥୀ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ଚର୍ଚା ଚାଲିଛି । ଏଥିପାଇଁ ବିଜେଡି-ବିଜେପି ଭିତରେ ଟଣାଓଟରା ଲାଗିଥିବା ବେଳେ କଂଗ୍ରେସ ବି ପଛରେ ପଡ଼ିନି।

ଟିକେଟ୍ ଅଫରକୁ ସହିଦ ମନୋଜ ବେହେରାଙ୍କ ପରିବାରର ପ୍ରତ୍ୟାଖାନ । ନିର୍ବାଚନ ଲଢିବାକୁ ଆଗ୍ରହ ନଥିବା କହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି । ନିଆଳି ସଂରକ୍ଷିତ ଆସନରୁ ପ୍ରାର୍ଥୀ ହେବାକୁ ସହିଦ ମନୋଜଙ୍କ ପତ୍ନୀ ଇଲିଲତା ବେହେରାଙ୍କୁ ବିଜେଡି, ବିଜେପି ଓ କଂଗ୍ରେସରୁ ପ୍ରସ୍ତାବ ଆସିଥିଲା । ଏକଥା ସ୍ବୀକାର କରିଛନ୍ତି ସହିଦ ମନୋଜଙ୍କ ମା’କିନ୍ତୁପୁଅର ମୃତ୍ୟୁରେ ପରିବାରର ଅନ୍ତର କାନ୍ଦୁଥିବାବେଳେ ଏ ପ୍ରସ୍ତାବ କେବେଳ ପ୍ରହସନ ବୋଲି ସେ କହିଛନ୍ତି । ଆମ ବୋହୂ ରାଜନୀତି କରିବନି ବୋଲି ଇଲିଲତାଙ୍କ ଶାଶୂ,  ଶ୍ବଶୁର ଶୁଣାଇଦେଇଛନ୍ତି ।

ପୁଲଓ୍ବାମା ଆତଙ୍କୀ ହମଲାର ଅନ୍ୟ ଜଣେ ସହିଦ୍ ଜଗତସିଂହପୁରର ପ୍ରସନ୍ନ ସାହୁଙ୍କ ପରିବାରକୁ ମଧ୍ୟ ରାଜ୍ୟନୀତିକୁ ଟାଣିବାର ପ୍ରୟାସ ହୋଇଥିଲା । ତାଙ୍କ ପତ୍ନୀଙ୍କୁ ରାଜନୀତିକୁ ଆଣିବାକୁ ତିନି ପ୍ରମୁଖ ଦଳ ପ୍ରୟାସ କରୁଥିବା ଚର୍ଚ୍ଚା ହୋଇଥିଲା । କିନ୍ତୁ ଏଭଳି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ସହିଦ ପ୍ରସନ୍ନଙ୍କ ପତ୍ନୀସିଧା ସିଧା କହିଛନ୍ତି ନା ରାଜନୀତିରେ ରୁଚି ଅଛି ନା ଧୈର୍ଯ୍ୟ । ସେ କିମ୍ବା ତାଙ୍କ ପରିବାରର ଅନ୍ୟ କେହି ରାଜନୀତି କାଦୁଅରେ ପଶିବାକୁ ଚାହାଁନ୍ତିନି ବୋଲି ଶୁଣାଇଦେଇଛନ୍ତି ।

ସହିଦଙ୍କ ପତ୍ନୀଙ୍କୁ ଟିକେଟ ଦେଇ ଅନୁକମ୍ପା ଗୋଟାଇବାକୁ ଛକାପଞ୍ଛାରେ ମାତିଥିଲେ ତିନି ଦଳ । ଏହାକୁ ନେଇ କିଛି ଦିନ ହେଲା ଚର୍ଚ୍ଚା ଚାଲିଥିଲା । କିନ୍ତୁ ଦୁଇ ପରିବାରର ସ୍ପଷ୍ଟିକରଣ ଏହି ଚର୍ଚ୍ଚାରେ ବ୍ରେକ୍ ଲଗାଇଛି ।

   Related Posts