ପୁଲୱାମାର ପ୍ରତିଶୋଧ : ଗଡିଲା ୩୦୦ ଆତଙ୍କି ମୁଣ୍ଡ, ମସୁଦର ଶଳା, ଭାଇ , ଭିଣୋଇ ସମସ୍ତେ ନିହତ, ଜାଣନ୍ତୁ ପୁରା ଖବର
26/02/2019 at 5:49 PM

ନୂଆଦିଲ୍ଲୀ୨୬|୨: ପୁଲୱାମାର ପ୍ରତିଶୋଧ ।ପୁଲୱାମା ଆକ୍ରମଣର ୧୨ ଦିନ ।୧୨ଟି ମିରେଜ୍ ଯୁଦ୍ଧ ବିମାନ ।୨୧ ମିନିଟ୍ର ଆକ୍ରମଣ ।ଆଉ ୨୦୦ରୁ ୩୦୦ ଆତଙ୍କବାଦୀ ସଫା ।ଯେଉଁ କ୍ୟାମ୍ପରେ ପୁଲୱାମା ଆକ୍ରମଣର ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଥିଲା ସେହି କ୍ୟାମ୍ପ ଉପରେ ବୋମା ବର୍ଷା କଲା ଭାରତୀୟ ବାୟୁସେନା ।ଆଉ ୪୦ ଜଣ ସିଆରପିଏଫ୍ ଯବାନଙ୍କ ବଳିଦାନର ପ୍ରତିଶୋଧ ନେଇଛି ଦେଶ । …

ପ୍ରତିଶୋଧ ।ଇଟାର ଜବାବ ପଥରରେ ।୪୦ ସହିଦ୍ଙ୍କ ବଳିଦାନର ଜବାବରେ ସଫାହେଲେ ୩୦୦ ଆତଙ୍କୀ ।ସାରା ଦେଶରେ ଭାରତୀୟ ଯବାନଙ୍କ ବୀରତ୍ବକୁ ନେଇ ଉତ୍ସାହର ମାହୋଲ୍ ।ପୁଲୱାମା ଆକ୍ରମଣର ୧୨ ଦିନରେ ଭାରତୀୟ ବାୟୁସେନାର ସିକ୍ରେଟ୍ ଅପରେସନ୍ ।ବୋକା ବନିଗଲା ପାକିସ୍ତାନ ସେନା ।ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପ୍ଲାନିଂ ଯୋଗୁଁ ପାକିସ୍ତାନକୁ ଲାଗିଲା ବଡ଼ ଝଟ୍କା ।

ଓସାମା ବିନ୍ ଲାଡେନ୍କୁ ମାରିବା ପାଇଁ ଆମେରିକା ପାକିସ୍ତାନ ଉପରେ ଯେଉଁ ଷ୍ଟାଇଲ୍ରେ ଆକ୍ରମଣ କରିଥିଲା ସେହି ଷ୍ଟାଇଲ୍ରେ ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀରରେ କରିଛି ରାତି ଅଧିଆ ହମ୍ଲା ।ପାକ୍ ଅଧିକୃତ କାଶ୍ମୀରର ମୁଜାଫରାବାଦ ସେକ୍ଟରର ବାଲାକୋଟ୍ ଓ ଅନ୍ୟ ଦୁଇଟି ସ୍ଥାନରେ ଭାରତୀୟ ବାୟୁସେନାର ୧୨ଟି ମିରାଜ୍-2000 ବିମାନ କରିଛନ୍ତି ବୋମା ବର୍ଷା ।୨୦୦ରୁ ୩୦୦ ଜୈସ୍-ଏ-ମହମ୍ମଦ, ଲକ୍ସର-ଇ-ତୋଇବା ଓ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।

ସେମାନଙ୍କ ମଧ୍ୟରେ ଅଛନ୍ତି ଜୈସ୍ର ୨୫ ଜଣ କମାଣ୍ଡର । ଜୈସ୍ର ଆତଙ୍କୀ ଲଞ୍ଚ୍ ପ୍ୟାଡ୍ ଏଥିରେ ସଂପୂର୍ଣ୍ଣ ଧ୍ବଂସ ପାଇଯାଇଛି ।ଏହି ଆକ୍ରମଣ ସଂପର୍କରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।…

ଫେବ୍ରୁଆରୀ ୧୪ ପୁଲୱାମା ଆକ୍ରମଣ ।ଜୈସ-ଏ-ମହମ୍ମଦ ଆର୍ଡିଏକ୍ସ ଭର୍ତ୍ତି ଗାଡ଼ି ଦ୍ବାରା ଆତ୍ମଘାତୀ ଆକ୍ରମଣରେ ସହିଦ୍ ହୋଇଥିଲେ ସିଆର୍ପିଏଫ୍ର ୪୦ ଯବାନ ।ସାରା ଦେଶ ଶୋକରେ ଡୁବି ଯାଇଥିଲା ।ମହାନଗରୀରୁ ଗାଁ ଗହଳି ସବୁଠି ପାକିସ୍ତାନ ବିରୋଧରେ ପ୍ରତିଶୋଧ ପାଇଁ ଉଠିଥିଲା ତୀବ୍ର ସ୍ବର । ସହିଦ୍ ମାନଙ୍କୁ ସାରା ଦେଶ ଦୁଃଖର ସହିତ ଦେଇଥିଲା ବିଦାୟ ।ଆଉ ଏପଟେ ଭାରତୀୟ ସେନା ଆରମ୍ଭ କରିଦେଇଥିଲେ କଡ଼ା ଜବାବ ପାଇଁ ରଣନୀତି।…

୧୫ ଫେବୃଆରୀ- ପୁଲୱାମା ହମଲାର ଦିନକ ପରେ ପାକିସ୍ତାନକୁ ଜବାବ ଦେବା ଲାଗି ଏୟାର ଚିଫ ମାର୍ଶାଲ ବୀରେନ୍ଦ୍ର ସିଂ ଧନୋଓ ରଖିଥିବା ଏୟାର ଷ୍ଟ୍ରାଇକ୍ ଯୋଜନାକୁ ସରକାର ତୁରନ୍ତ ମଞ୍ଜୁରୀ ଦେଲେ ।…
୧୬-୨୦ ଫେବୃଆରୀ- ଏୟାରଫୋର୍ସ ଏବଂ ଆର୍ମି ମିଳିତ ଭାବରେ ହେରନ୍ ଡ୍ରୋନ୍ ଜରିଆରେ LoC ପାଖରେ ସ୍ଥିତି ଅନୁଧ୍ୟାନ କଲେ ।…
୨୦-୨୨ ଫେବୃଆରୀ- ବାୟୁସେନା ଏବଂ ଗୁଇନ୍ଦା ସଂସ୍ଥା ମିଳିତ ଭାବରେ ଟାର୍ଗେଟ୍ ସ୍ଥିର କଲେ ।
୨୧ ଫେବୃଆରୀ- NSA ଅଜିତ ଡୋଭାଲଙ୍କ ସହ PoKରେ ଏୟାର ଷ୍ଟ୍ରାଇକ୍ ଟାର୍ଗେଟ ନେଇ ଆଲୋଚନା ।…
୨୨ ଫେବୃଆରୀ- ଅପରେସନ ପାଇଁ ବାୟୁସେନାର ୧ସ୍କ୍ବାଡ୍ରନ ‘ଟାଇଗର୍ସ’ ଏବଂ ୭ସ୍କ୍ବାଡ୍ରନ ‘ବ୍ୟାଟେଲ୍ ଆକ୍ସିସ’ ଏୟାର ଷ୍ଟ୍ରାଇକ୍ ପାଇଁ ପ୍ରସ୍ତୁତ କରାଗଲା ।…
୨୨ଫେବୃଆରୀ- ମିରାଜ୍ ସ୍କ୍ବାଡ୍ରନ ମିଶନ ପାଇଁ ୧୨ ଜେଟ୍ ବଛାଗଲା ।…
୨୪ ଫେବୃଆରୀ- ପଞ୍ଜାବ ଭଟିଣ୍ଡାରେ ବର୍ଣ୍ଣିଙ୍ଗ ଜେଟ୍ ଏବଂ ଉତ୍ତରପ୍ରଦେଶ ଆଗ୍ରାରେ ମିଡ୍ ଏୟାର ଫୁଏଲିଙ୍ଗ ଟ୍ରାଏଲ୍ ରନ୍।…
୨୫ ଫେବୃଆରୀ- ୧୨ଟି ମିରାଜ-2000 ବିମାନକୁ ଅପରେସନ ପାଇଁ ପ୍ରସ୍ତୁତ କରାଗଲା। ମିରାଜ ପାଇଲଟ୍ଙ୍କୁ ଟାର୍ଗେଟ୍ ସଂପର୍କରେ ଆବଗତ କରାଗଲା। ଲେଜର୍ ଗାଇଡେଡ୍ ବମ୍ ଦ୍ବାରା ମୁଜଫରାବାଦରେ ଆତଙ୍କୀ ଶିବିର ଉପରେ ହମଲା କରାଗଲା। ରାତି ୩.୨୦ରୁ ୪ଟା ଭିତରେ ବାୟୁସେନା ଦେଖାଇଲା ପରାକ୍ରମ। …
ଏହି ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ମୁଁ ଆପଣଙ୍କୁ ବିଶ୍ବାସ ଦେଉଛି ଯେ ଦେଶ ସୁରକ୍ଷିତ ହାତରେ ଅଛି ।…
ଭାରତୀୟ ବାୟୁସେନାର ଏହି ବିମାନ ଆକ୍ରମଣରେ ପ୍ରାଣ ହରାଇଛନ୍ତି ୫ ଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ।ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜୈସ୍-ଏ-ମହମ୍ମଦର ମୁଖିଆ ମାସୁଦ୍ ଆଝାରର ନିଜ ଭାଇ ମୌଲାନା ଅମ୍ମାର ରହିଛି ।ଆଉ ଜଣେ ହେଲା ମୌଲାନା ତଲ୍ହା ସୈଫ୍ ।ସେ ମାସୁଦ ଆଝାରର ଆଉ ଜଣେ ଭାଇ ଏବଂ ଜୈସ୍-ଏ-ମହମ୍ମଦ ପ୍ରଚାର ବିଭାଗର ମୁଖ୍ୟ ।ମୁଫ୍ତି ଆଜାହାର ଖାନ୍ କାଶ୍ମିରୀ । ସେ କାଶ୍ମୀର ଅପରେସନ୍ର ମୁଖ୍ୟ ଥିଲା ।ଇବ୍ରାହିମ ଆଝାର ।ମୌଲାନା ମାସୁଦ୍ ଆଝାରର ବଡ଼ ଭାଇ ।ୟୁସୁଫ୍ ଆଝାର ।ଯିଏକି ମାସୁଦ ଆଝାରର ଶଳା ତଥା ପ୍ରଶିକ୍ଷଣ କେନ୍ଦ୍ରର ମୁଖ୍ୟ ।ଏହି ଆକ୍ରମଣକୁ ପାକିସ୍ତାନ ପ୍ରଥମେ ଅସ୍ବୀକାର କରିଥିଲେ ମଧ୍ୟ ସେହି ଅଞ୍ଚଳର ଲୋକ ଆକ୍ରମଣ ନେଇ ସ୍ବୀକାର କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ସୁତ୍ରରୁ ପ୍ରକାଶ ।…

ଭାରତୀୟ ବାୟୁସେନା ପାକିସ୍ତାନର ୬ଟି ସ୍ଥାନରେ ୧୦୦୦ କେଜି ବୋମା ବର୍ଷା କରିଛନ୍ତି ।ଭାରତ ପକ୍ଷରୁ ଆକ୍ରମଣ ନେଇ କୌଣସି ସୂଚନା ଦିଆଯିବା ପୂର୍ବରୁ ଆଜି ସକାଳୁ ପାକିସ୍ତାନ ସେନାର ଜଣେ ବରିଷ୍ଠ ଅଧିକାରୀ ଗଫୁର୍ ନିଜେ ଟ୍ବିଟ୍ କରି ସୂଚନା ଦେଇଥିଲେ ।ତେବେ ନିଜ ଘା’ ଲୁଚାଇବାକୁ ଯାଇ ସେ କହିଥିଲେ ଯେ ପାକିସ୍ତାନ ବାୟୁସେନାର ଜବାବୀ କାର୍ଯ୍ୟାନୁଷ୍ଠାନର ଭାରତୀୟ ଯୁଦ୍ଧ ବିମାନ ଫେରିଯାଇଥିଲେ ।ଯାହାକି ମିଛ ବୋଲି ପ୍ରମାଣିତ ହୋଇଛି ।ଆଉ ପାକିସ୍ତାନ ଆକ୍ରମଣ ଘଟିଥିବା ସ୍ଥାନରୁ ଆତଙ୍କବାଦୀମାନଙ୍କର ମୃତଦେହ ଗୁଡ଼ିକୁ ହଟାଇ ନେଇଛି ।…
