Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଆତଙ୍କବାଦୀ ତଲାସି ଅଭିଯାନ ଜାରୀ : ଜଣେ ମେଜରଙ୍କ ସମେତ ୪ ଜଣ ଯବାନ ସହିଦ, ଡିଆଇଜି ଆହତ

18/02/2019 at 6:40 PM

କାଶ୍ମୀର ୧୮/୨ : ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ କମରାନ ଓରଫ ଗାଜି ରସିଦ ସଫା । ପୁଲୱାମା ପିଙ୍ଗଲାନ୍ରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ କମରାନ ରସିଦ୍ ତାର ସହଯୋଗୀ ପ୍ରାଣ ହରାଇଛି । ତେବେ ଏହି ଏନକାଉଣ୍ଟରରେ ଜଣେ ମେଜରଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଛନ୍ତି । ୩ ଜଣ ଗୁରୁତର ଆହତ ହୋଇଛନ୍ ଯେଉଁଥିରେ ଦକ୍ଷିଣ କାଶ୍ମୀର ଡିଆଇଜି ଅଛନ୍ତି । ସେହି ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବାରୁ ସେଠାରେ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି । …

ପୁଲୱାମାର ପ୍ରତିଶୋଧ । ପୁଲୱାମାରେ ସିଆରପିଏଫ୍‌ ପାର୍ଟି ଉପରେ ଆତଙ୍କୀ ହମ୍‌ଲାର ମାଷ୍ଟରମାଇଣ୍ଡ ଗାଜି ରସିଦ୍‌ ଓରଫ କମରାନ୍‌ ସଫା । ତା ସହିତ ତାର ସହଯୋଗୀ ହିଲାଲ ବି ସେନା ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛି । କାଶ୍ମୀରରେ ଲୁଚିଥିବା ସବୁ ଆତଙ୍କୀକୁ ସଫା କରିବା ପାଇଁ ସେନା ଓ ସୁରକ୍ଷା କର୍ମୀ ଆରମ୍ଭ କରିଥିବା ଅପରେସନ୍‌ ମିଶନ୍‌-୬୦ର ଏହା ହେଉଛି ପ୍ରଥମ ପଦକ୍ଷେପ । ପୁଲୱାମାରୁ ମାତ୍ର ୧୦ କିଲୋମିଟର ଭିତରେ ପିଙ୍ଗଲାନ୍ ଅଞ୍ଚଳରେ କମରାନ୍ ଓ ତାର ସହଯୋଗୀମାନେ ଲୁଚିଥିବା ନେଇ ଭାରତୀୟ ସେନା ଗତକାଲି ରାତିରେ ପାଇଥିଲା ଇନ୍‌ପୁଟ ।

ସେହି ଅନୁସାରେ ସେନା, ସିଆରପିଏଫ୍‌ ଓ ପୋଲିସ ମିଳିତ ରାତି ୧୨ ଟାରୁ ଭାବେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଲୁଚିଥିବା ଏକ ଘରେ ସେନା ପକ୍ଷରୁ ଚଢାଉ ବେଳେ ଆତଙ୍କବାଦୀ ପ୍ରବଳ ଗୁଳିମାଡ କରିବା ସହ ରକେଟ୍‌ ମାଡ କରିଥିଲେ । ଯେଉଁଥିରେ ଜଣେ ସେନା ମେଜର, ଜଣେ ଲେଫଟନାଣ୍ଟ କର୍ଣ୍ଣେଲଙ୍କ ସହ ୫ଜଣ ସହିଦ ହୋଇଛନ୍ତି । ତେବେ ସେନା ସେହି ଘରକୁ ଉଡାଇ ଦେଇଥିଲା । ଯେଉଁଥିରେ କମରାନ୍‌ ଓ ତାର ସହଯୋଗୀ ହିଲାଲର ମୃତ୍ୟୁ ହୋଇଛି ।

ସେନାର ୫ ଜଣ ସହିଦ ହେବା ପରେ ଅପେରସ୍‌ନକୁ ପାଖପାଖି ୪ ଘଣ୍ଟା ପର୍ଯ୍ୟନ୍ତ ରୋକି ଦିଆଯାଇଥିଲା । ପରେ ଅପରେସନ୍‌ ଆରମ୍ଭ ହୋଇଛି । ଲୁଚିଥିବା ଆଉ କିଛି ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଯେଉଁଥିରେ ୩ ଜଣ ସେନା ଯବାନ ଗୁରୁତର ଆହତ ହୋଇଛନ୍ତି । ସହିଦ୍ ମାନେ ହେଲେ ମେଜର ବିଭୁତି ଶଙ୍କର ଦୋଣ୍ଡିୟାଲ, ହାବିଲଦାର ଶିବରାମ, ସିପାହୀ ଅଜୟ କୁମାର ଓ ସିପାହୀ ହରି ସିଂହ ।

ଏନକାଉଣ୍ଟରରେ ଜଣେ ସ୍ଥାନୀୟ ବାସିନ୍ଦା ମଧ୍ୟ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ଆତଙ୍କୀ କମରାନ ଗାଜି ହେଉଛି ସେହି ଆତଙ୍କବାଦୀ ଯିଏ ପୁଲୱାମାରେ ସିଆରପିଏଫ୍ ଗାଡ଼ି ଉପରେ ଆତ୍ମଘାତୀ ଆକ୍ରମଣ କରିଥିବା ଆଦିଲ ଅହମ୍ମଦ ଡାରକୁ ଟ୍ରେନିଂ ଦେଇଥିଲା । ଗାଜି ୨୦୦୮ରେ ଜୈସ-ଏ-ମହମ୍ମଦ ସଂଗଠନରେ ସାମିଲ ହୋଇ ତାଲିବାନ ଠାରୁ ଟ୍ରେନିଂ ନେଇଥିଲା । ଗାଜି ନିଜର ସହଯୋଗୀ ମାନଙ୍କ ସହିତ ଗତବର୍ଷ ଅକ୍ଟୋବରରେ ଭାରତରେ ପ୍ରବେଶ କରିଥିଲା ଆଉ ଦକ୍ଷିଣ କାଶ୍ମୀରରେ ଲୁଚି ରହିଥିଲା । ସହିଦ ଯବାନ ମାନେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର

ପୁଲୱାମା ଆତ୍ମଘାତୀ ବିସ୍ଫୋରଣ ଘଟଣାକୁ ମିଶାଇ ଏ ପର୍ଯ୍ୟନ୍ତ ୪୫ ଜଣ ଯବାନ ସହିଦ ହେଲେଣି। ପୁଲୱାମା ହମଲାରେ ଛାନଭିନ୍ ଜୋରଦାର ହୋଇଛି । ପୁଲୱାମା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ୨୧ ସନ୍ଦିଗ୍ଧଙ୍କୁ ଧରା ଯାଇଛି । ଆଗକୁ ଏହି ଲଢେଇ ଆହୁରି ଜୋର୍ ଧରିବ ବୋଲି ଜଣା ପଡିଛି ।

   Related Posts