କାଶ୍ମୀରରେ ଆତଙ୍କବାଦୀଙ୍କ ପୁଲୱାମା ଭଳି ପୁଣି ଏକ ଆକ୍ରମଣ ଷଡ଼ଯନ୍ତ୍ର ବିଫଳ, ୫୨କେଜି ବିସ୍ଫୋରକ ଜବତ

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ ୧୭।୯: ଜମ୍ମୁ-କାଶ୍ମୀରରେ ପୁଲୱାମା ଭଳି ପୁଣି ଏକ ବଡଧରଣର ଆକ୍ରମଣ ଲାଗି ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରକୁ ଭାରତୀୟ ସେନା ବିଫଳ କରିଦେଇଛି। ଗୁରୁବାର କାଶ୍ମୀର ଗଡିକାଲର କରେବା ଅଞ୍ଚଳରୁ ୫୨ କେଜି ବିସ୍ଫୋରକ ଜବତ କରାଯାଇଛି। ସେନାର ତଲାସ ଅଭିଯାନ ବେଳେ ପାଣିଟାଙ୍କି ଓ ସିଣ୍ଟେକ୍ସରେ ଏହି ସବୁ ବିସ୍ଫୋରକ ଲୁଚାହୋଇ ରଖାଯାଇଥିବା ଦେଖାଯାଇଥିଲା।

{"id":331097,"width":578,"height":324,"sizeSlug":"large"}

ଜବତ ବିସ୍ଫୋରକରେ ବହୁ ପରିମାଣର ସୁପର-୯୦ ଓ ଏସ୍-୯୦ ସାଙ୍ଗକୁ ଡିଟୋନେଟର ରହିଛି। ଯେଉଁ ସ୍ଥାନରୁ ସେନା ଏହି ସବୁ ବିସ୍ଫୋରକ ଜବତ କରିଛି ତାହା ଜାତୀୟ ରାଜମାର୍ଗର ଖୁବ୍ ନିକଟରେ ଓ ପୁଲୱାମା ବିସ୍ଫୋରଣ ସ୍ଥଳ ପାଖାପାଖି ବୋଲି ସେନା ସୂତ୍ରରୁ ଜାରି ବୟାନରେ କୁହାଯାଇଛି। ଏଠାକୁ ପୁଲୱାମା ଭଳି ପୁଣି ଏକ କାଣ୍ଡ କରିବା ଲାଗି ଆତଙ୍କବାଦୀ ବିସ୍ଫୋରକ ଆଣିଥାଇ ପାରନ୍ତି ବୋଲି ଏବେ ସନ୍ଦେହ କରାଯାଉଛି। ଯାହକୁ ସେମାନେ ହୁଏତ ଫିଦାଇନ୍‌ ଅଥବା ଅନ୍ୟ ଉପାୟରେ ଆକ୍ରମଣ ଲାଗି ବ୍ୟବହାର କରିଥାନ୍ତେ।

{"id":331098,"width":580,"height":325,"sizeSlug":"large"}

ମୋଟ ୪୧୬ ପ୍ୟାକେଟ୍ ବିସ୍ଫୋରକ ଜବତ ହୋଇଛି। ଏହା ଛଡା ୫୦ଟି ଡିଟୋନେଟର ମଧ୍ୟ ମିଳିଛି। ଫଳରେ ସେନା ଓ ଅର୍ଦ୍ଧସୈନିକ ବଳଙ୍କ ବିରୋଧରେ ଆତଙ୍କବାଦୀଙ୍କ ଏକ ବଡ ଧରଣର ଷଡ଼ଯନ୍ତ୍ର ବିଫଳ ହୋଇଥିବାର ଏବେ ଅନୁମାନ କରାଯାଉଥିବା ସେନା ଅଧିକାରୀ କହିଛନ୍ତି। ତେବେ ଯେଉଁଠାରୁ ବିସ୍ଫୋରକ ଜବତ ହୋଇଛି ଏଥିରୁ ଆତଙ୍କବାଦୀ ଆଉ ଏକ ପୁଲୱାମା ଯୋଜନାରେ ଥିବା ସ୍ପଷ୍ଟ ହୋଇଯାଇଛି ବୋଲି ଅଧିକାରୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.