Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଜାମ୍ମୁ କାଶ୍ମୀରରେ ପୁଣି ପୁଲୱାମା ହମଲା ଭଳି ଷଡଯନ୍ତ୍ର : ସେନା ଠିକ ସମୟରେ ଡିଫ୍ୟୁଜ କଲା କାର୍ ରେ ଥିବା ଆଇଇଡି

28/05/2020 at 11:18 AM

ଶ୍ରୀନଗର ୨୮/୦୫ : ଜାମ୍ମୁ କାଶ୍ମୀରରେ ଗୁରୁବାର ଦିନ ପୁଲୱାମା ହମଲା ଭଳି ଏକ ଷଡଯନ୍ତ୍ର ବିଫଳ ହୋଇଛି | ସମାଚାର ଏଜେନ୍ସି ପିଟିଆଇ ସୂତ୍ର ଅନୁଯାୟୀ, ପୁଲୱାମା ନିକଟରେ ଏକ ଧଳା ସାଣ୍ଟ୍ରୋ କାରରେ ଆଇଇଡି ପ୍ଲାଣ୍ଟ କରାଯାଇଥିଲା | ସୁରକ୍ଷାକର୍ମୀ ଠିକ ସମୟରେ ଏହାକୁ ଡିଫ୍ୟୁଜ କରିଦେଇଥିଲେ | ପୁରା ଅଞ୍ଚଳରେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି |

ପୋଲିସ ସୂଚନା ଅନୁଯାୟୀ, କାରରେ ଫେକ ରେଜିଷ୍ଟ୍ରେସନ ନମ୍ବର ରହିଥିଲା | ପୋଲିସ କାରକୁ ରୋକିବାକୁ ଚେଷ୍ଟା କରିବାରୁ କାରଟି ଦ୍ରୁତ ଗତିରେ ପଳାଇବାକୁ ଉଦ୍ୟମ କରିଥିଲା | ସୁରକ୍ଷାବଳ କାର ଉପରକୁ ଗୁଳି ଚଲାଇଥିଲେ | ଫଳରେ ଡ୍ରାଇଭର କାର ଛାଡି ପଳାଇଥିଲା | ପୋଲିସ ମହାନିର୍ଦେଶକ ବିଜୟ କୁମାରଙ୍କ କହିବାନୁଯାୟୀ, ହଲଵା ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା | ସେଥିପାଇଁ ବୁଧବାର ଦିନରୁ ଏହି ଆଇଇଡି କାରର ତଲାଶ ଜାରି ରହିଥିଲା | ସେ କହିଛନ୍ତି, ଆର୍ମି, ପୋଲିସ ଓ ଅର୍ଦ୍ଧସୈନିକବଳ ମିଳିତ ଭାବେ ଏହି ସର୍ଚ୍ଚ ଅପରେସନ କରିଥିଲେ | ପରେ ବୋମା ନିରୋଧକ ଟିମ ଆସି ଆଇଇଡିକୁ ଡିଫ୍ୟୁଜ କରିଥିଲେ | କାରରେ ଏତେ ମାତ୍ରାରେ ବିସ୍ଫୋଟକ ଥିଲା ଯେ କାର ପଳାଇବାକୁ ଉଦ୍ୟମ କଲାବେଳେ ଆଖପାଖ ଅଞ୍ଚଳର ଅନେକ ଘର କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି | ଧଳା ସାଣ୍ଟ୍ରୋ କାରରେ ଦୁଇ ଚକିଆ ଗାଡିର ନମ୍ବର ପ୍ଲେଟ୍ ଲଗାଯାଇଥିଲା |

ଗତବର୍ଷ ଫେବୃଆରୀ ମାସରେ ପୁଲୱାମାରେ ଆତଙ୍କୀ ହମଲା ହୋଇଥିଲା | ସେତେବେଳେ ମଧ୍ୟ ଏହିଭଳି ଏକ ହମଲା କରାଯାଇଥିଲା | ଏହି ଆତଙ୍କ ହମଲାରେ ୪୦ ଯବାନ ଶହୀଦ ହୋଇଥିଲେ | ଜବାବରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରିଥିଲେ | ଭାରତୀୟ ସେନା ପାକିସ୍ତାନ ଵାଲାକୋଟରେ ପଶି ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର ଅନେକ ଶିବିରକୁ ଧ୍ବଂସ କରିଥିଲେ |

   Related Posts