ପୁଲଓ୍ଵାମାରେ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଥିଲେ ୪୦୦ ଯବାନ, ଷଡଯନ୍ତ୍ର ରଚିଥିଲା ଜଙ୍ଗ-ଏ-ବଦର

Published By : Prameya-News7 Bureau | May 28, 2020 IST

ନୂଆଦିଲ୍ଲୀ ୨୮।୦୫: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ପୁଣି ଥରେ ପୁଲଓ୍ଵାମା ପରି ଆକ୍ରମଣ କରିବାକୁ ଯୋଜନା କରିଥିଲେ, ଯାହାକୁ ପୋଲିସ ଓ ସୁରକ୍ଷାବଳଙ୍କ ଯବାନ ପଣ୍ଡ କରିଛନ୍ତି। ଏହି ଆକ୍ରମଣର ଟାର୍ଗେଟରେ ଥିଲେ ସୁରକ୍ଷାବଳର ୨୦ ଗାଡି, ଯେଉଁଥିରେ ୪୦୦ ଯବାନ ଯାତ୍ରା କରିଥାନ୍ତି। ଏହି ଆକ୍ରମଣ ପାଇଁ ଜଙ୍ଗ ଏ ବଦର ଷଡଯନ୍ତ୍ର ରଚିଥିଲା। କିନ୍ତୁ ପୋଲିସର ସୁରକ୍ଷାରେ କୌଣସି ତ୍ରୁଟି ହୋଇନଥିଲା ଏବଂ ବିସ୍ଫୋରକରେ ଭରା କାରକୁ ଉଡାଇ ଆତଙ୍କବାଦୀଙ୍କ ଏହି ଭୟଙ୍କର ଆକ୍ରମଣ ଯୋଜନାକୁ ପଣ୍ଡ କରିଛନ୍ତି ଯବାନ। ଏହି ଆକ୍ରମଣରେ ତିନି ଜଣ ଆତଙ୍କୀ ସାମିଲ ଥିବା ପୋଲିସ ଦାବି କରିଛି। ଏଥିରେ ପ୍ରଥମ ଆତଙ୍କବାଦୀର ନାଁ ଆଦିଲ, ଦ୍ଵିତୀୟର ନାଁ ଫୌଜି ଭାଇ। ତୃତୀୟ ଜଣକ ଜଣେ କାର ଡ୍ରାଇଭର। ପୋଲିସ ଏହି ଆତଙ୍କବାଦୀଙ୍କ ସନ୍ଧାନରେ ଜୁଟିଛି। ପୁଲଓ୍ଵାମା ଆକ୍ରମଣ ପରି ଏହି ମାମଲାର ତଦନ୍ତଭାର ଏନଆଇଏକୁ ଦିଆଯାଇଛି।

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଥିଲେ ୪୦୦ ଯବାନ

ପୋଲିସ ସନ୍ଦେହ କରୁଛି ଯେ, ଜୈଶର ନିଶାଣରେ ସିଆରପିଏଫର ୪୦୦ ଯବାନ ଥିଲେ। ଗୁରୁବାର ସିଆରପିଏଫର ୨୦ ଗାଡି ଶ୍ରୀନଗରରୁ ଜାମ୍ମୁ ପହଞ୍ଚିଥିଲା। ଜଣାପଡିଥିଲା ଯେ, ଯବାନଙ୍କ ଗାଡି ସକାଳ ୭ଟାରୁ ବକ୍ସି ଷ୍ଟାଡିୟମ କ୍ୟାମ୍ପରୁ ଜାମ୍ମୁ ଅଭିମୁଖେ ବାହାରିଥିଲେ। ଏହି ଗାଡିରେ ସବୁ ରାଙ୍କର ଅଫିସର ଓ ଯବାନ ଥିଲେ।

{"id":277361,"width":584,"height":209,"sizeSlug":"large"}

ଜଙ୍ଗ-ଏ-ବଦର କଣ

ରମଜାନର ୧୭ତମ ରୋଜେକୁ ଜଙ୍ଗ-ଏ-ବଦର ନାମରେ ଜଣାଯାଏ। ଏହି ଦିନ ଇସଲାମ ପାଇଁ ପ୍ରଥମ ଲଢେଇ ଲଢାଯାଇଥିଲା। ଜଙ୍ଗ-ଏ-ବଦର ୬୨୪ ଖ୍ରୀଷ୍ଟାବ୍ଦରେ ଲଢାଯାଇଥିଲା। କୁହାଯାଏ ଯେ, ଏହି ଲଢେଇରେ ଗୋଟିଏ ପଟେ ମକ୍କାର କୁରୈଶ କବିଲେର ପ୍ରାୟ ୧୦୦୦ ବଡ ବଡ ଯୋଦ୍ଧା ସାମିଲ ଥିବା ବେଳେ ଅନ୍ୟପଟେ ପ୍ୟାଗମ୍ବର ଓ ଏହାର ୩୧୩ ସାଥୀ ସାମିଲ ଥିଲେ। ଏଥିରୁ ଅଧିକାଂଶ କେବେ ଯୁଦ୍ଧ ଲଢିନଥିଲେ।

ଆରବ କ୍ଷେତ୍ରରେ ଏହି ଲଢେଇ ଖରାପ ବିରୋଧରେ ଲଢାଯାଇଥିବା କୁହାଯାଏ। ମାତ୍ର ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଏହି ଦିନରେ ଆକ୍ରମଣ କରିବାକୁ ଅନେକ ଥର ଚୟନ କରିଛନ୍ତି। କାଶ୍ମୀରରେ କଥିତ ଭାବେ ଆଜାଦୀ ନାମରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଏହାର ଏକ ଅଂଶ। ଆତଙ୍କବାଦୀ ଏହି ଦିନକୁ ଏଥିପାଇଁ ଚୟନ କରୁଛନ୍ତି କାରଣ ଲଢେଇ ‘ଆଜାଦୀ’ ନାମରେ ନହୋଇ ଇସଲାମ ପାଇଁ ହେବାରେ ଲାଗିଛି। ଏହା ପୂର୍ବରୁ ୨୦୧୯ ଫେବୃଆରୀ ୧୪ରେ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୪ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣ ଘଟାଇଥିବା ଜୈଶ ଇ ମହମ୍ମଦର ଆତଙ୍କବାଦୀ ଆଦିଲ ଅହମ୍ମଦ ଡାର ନିଜର ଶେଷ ବାର୍ତ୍ତାରେ ଏହା ସ୍ପଷ୍ଟ ଭାବେ କହିଥିଲା ଯେ, ତାଙ୍କର ଲଢେଇ କାଶ୍ମୀରରେ ଆଜାଦି ପାଇଁ ନହୋଇ ବରଂ ଇସଲାମ ପାଇଁ ହେଉଛି।

{"id":277360,"sizeSlug":"large"}

ଯୋଜନାରେ ସାମିଲ ଥିଲା ଆତଙ୍କୀ ଫୌଜି ଭାଇ ଓ ଆଦିଲ

କାଶ୍ମୀର ପୋଲିସର ଆଇଜି ବିନୟ କୁମାର କହିଛନ୍ତି ସେମାନଙ୍କୁ ପୂର୍ବରୁ ଏହି ଧରଣର ଆକ୍ରମଣ ଲାଗି ଗୁଇନ୍ଦା ତଥ୍ୟ ମିଳିଥିଲା, ତେଣୁ ସେମାନେ ସତର୍କତାର ସହ ଏହାର ମୁକାବିଲା ଲାଗି ସଂପୂର୍ଣ୍ଣ ପ୍ରସ୍ତୁତ ଥିଲେ। ବୁଧବାର ଇନପୁଟ୍ ମିଳିବା ପରେ ଜାଗା ଜାଗାରେ ପୋଲିସ ଚେକ୍‌ ପୋଷ୍ଟ ଲଗାଇଥିଲା। ଇନପୁଟ୍‌ରେ ମିଳିଥିବା ସାଣ୍ଟ୍ରୋ କାର ଉପରେ ପୋଲିସର ନଜର ଥିଲା ଏବଂ ଚେକ୍ ପୋଷ୍ଟରେ ରୋକିବାକୁ କୁହାଯାଇଥିଲା। କିନ୍ତୁ କାରଟି ନ ଅଟକିବାରୁ ପୋଲିସ୍ ଗୁଳି ବର୍ଷଣ କରିଥିଲା। ଏଥିରେ ଆତଙ୍କବାଦୀ କାର ଛାଡି ଫେରାର ମାରିଥିଲେ। ଅନ୍ଧକାରର ଫାଇଦା ଉଠାଇ ଆତଙ୍କବାଦୀ ଗାଏବ ହୋଇ ଯାଇଥିଲେ। ସକାଳେ ବୋମା ନିରୋଧକ ସ୍କ୍ଵାର୍ଡ ପହଞ୍ଚିବା ପରେ ତଲାସିରେ କାରରୁ ବିପୁଳ ମାତ୍ରାରେ ଆଇଇଡି ମିଳିଥିଲା। ବିନୟ କୁମାରଙ୍କ ଅନୁଯାୟୀ, ଏହି ଷଡଯନ୍ତ୍ରରେ ଜୈଶର ପାକିସ୍ତାନୀ କମାଣ୍ଡର ଫୌଜି ଭାଇ ସାମିଲ। ତାର ବୟସ ପ୍ରାୟ ୪୫ ବର୍ଷ। ଆଦିଲ ନାମକ କେହି ଜଣେ ଆତଙ୍କବାଦୀ ମଧ୍ୟ ଏଥିରେ ସାମିଲ। ଆଦିଲ ହିଜବୁଲ ଓ ଜୈଶ ଉଭୟଙ୍କ ଲାଗି କାମ କରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.