ପୁଲଓ୍ଵମା ଘଟଣାରେ ବ୍ୟବହୃତ ଆରଡ଼ିଏକ୍ସ ପାକିସ୍ତାନରୁ ଆସିଥିବା ମିଳିଲା ପ୍ରମାଣ

Published By : Prameya-News7 Bureau | February 21, 2019 IST

ପୁଲଓ୍ଵମା ଘଟଣାରେ ଥଣ୍ଡା ପଡ଼ିନି ଭାରତ । ପ୍ରତିଶୋଧ ନେବାକୁ ସହୀଦ ହୋଇଥିବା ଜବାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି । ଏହି ଘଟଣା ପଛରେ କଣ ରହିଛି କାରଣ ଖୋଜିବାକୁ ଅବହେଳା ମଧ୍ୟ କରିନାହିଁ ଭାରତ ।

ସିଆରପିଏଫ ଜବାନ ଗାଡ଼ି ଉପରେ ଯେଉଁ ଆତଙ୍କୀ ଆକ୍ରମଣ କରାଯାଇଥିଲା, ବ୍ୟବହୃତ ହୋଇଥିବା ଆରଡ଼ିଏକ୍ସ କେଉଁଠାରୁ ଆସିଥିଲା ଭାରତକୁ ମିଳିଛି ଏହି ବଡ଼ ଖବର । ଏହି ଖବରର ସତ୍ୟାସତ ଉପରେ ପାକିସ୍ତାନ ଏହିଘଟଣା ସହ ସଂପୃକ୍ତ ଅଛିକି ନାହିଁ ଜଣାପଡ଼ିବ ।

ରାଷ୍ଟ୍ରିୟ ଯାଂଚ ଏଜେନ୍ସି ଓ ସେଣ୍ଟ୍ରାଲ ଫୋରେନସିକ ସାଇନସ୍ ଲ୍ୟାବ ଏହିସବୁ ଘଟଣାର ଯାଂଚ କରି ଜାଣିବାକୁ ପାଇଛି , ଏହି ସବୁ ବିସ୍ଫୋରକ ପାକିସ୍ତାନରୁ ହିଁ ଆସିଥିଲା । ଆତଙ୍କୀ ମହଜୁଦ ପରିମାଣରେ ବିସ୍ଫୋରକ ଆଣି ଏହିସବୁ କାମରେ ଲଗାଇଥିଲେ । ପରବର୍ତ୍ତୀ ସମୟରେ ହମାଲା ପାଇଁ ମଧ୍ୟ ବ୍ୟବହାର କରିବାକୁ ଯୋଜନା ପ୍ରସ୍ତୁତ କରିବା କଥା ସ୍ଫଷ୍ଟ କରିଛି ଏହି ଯାଂଚ ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.