Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ପୁଲୱାମା ଆତ୍ମଘାତୀ ହମଲାକୁ ନେଇ ବୟାନ ରଖିଲା ପାକିସ୍ତାନ : “ଭାରତ ଏବଂ ଭାରତୀୟ ଗଣମାଧ୍ୟମ ବିନା ପ୍ରମାଣରେ ଦୋଷାରୋପ କରୁଛି”

17/02/2019 at 1:14 PM

ଶ୍ରୀନଗର ୧୭/୨ : ଗୁରୁବାର ଦିନ କାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କୀ ହମଲାକୁ ନେଇ ନିଜର ପକ୍ଷ ରଖିଛି ପାକିସ୍ତାନ | ପାକିସ୍ତାନ କହିଛି ଯେ, ଭାରତ ଏବଂ ଭାରତୀୟ ଗଣମାଧ୍ୟମ ଖାଲିଟାରେ ପାକିସ୍ତାନ ଉପରେ ଅଭିଯୋଗ କରୁଛି | ପୁଲୱାମାରେ ହୋଇଥିବା ଆତଙ୍କବାଦ ହମଲା ଏକ ଗମ୍ଭୀର ଘଟଣା ବୋଲି କହିଛି ପାକିସ୍ତାନ |
ପାକିସ୍ତାନ କହିଛି ଯେ, ବିନା ପ୍ରମାଣରେ ଭାରତ ସରକାର ଏବଂ ଭାରତୀୟ ଗଣମାଧ୍ୟମ ପାକିସ୍ତାନ ଉପରେ ଯେଉଁ ଅଭିଯୋଗ କରୁଛି କରୁଛି ତାକେ ସେ ଖାରଜ କରୁଛି |


ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ପୁଲୱାମାରେ ୨୫୦୦ ସିଆରପିଏଫ ଯବାନଙ୍କୁ ନେଇ ଯାଉଥିବା ୭ଟି ଗାଡିକୁ ଏକ ଆଇଇଡି ବିସ୍ଫୋରଣରେ ଉଡାଇ ଦିଆଯାଇଥିଲା | ବିସ୍ଫୋରଣରେ ୪୨ ଯବାନ ସହିଦ ହୋଇଛନ୍ତି | ଏକ କାରରେ ଏହି ବିସ୍ଫୋଟକ ରଖାଯାଇଥିଲା | ଯବାନଙ୍କ ଗାଡି କାର ପାଖକୁ ଆସିଲା ବେଳକୁ ବିସ୍ଫୋରଣ କରାଯାଇଥିଲା | କାଶ୍ମୀରରେ ଏହା ସବୁଠାରୁ ବଡ ଆତଙ୍କୀ ହମଲା | କାଶ୍ମୀରରେ ୧୯୮୯ ମସିହା ପରେ ଆତଙ୍କବାଦୀ ଆକ୍ରମଣ ଆରମ୍ଭ ହୋଇଥିଲା | ସେଦିନ ଠାରୁ ଏହା ସବୁଠାରୁ ବଡ ଆତଙ୍କୀ ହମଲା |


ଏହି ବିସ୍ଫୋରଣ ପାଇଁ ପାକିସ୍ତାନର ଜୈସ-ଏ-ମହମ୍ମଦ ଆତଙ୍କବାଦ ସଂଗଠନ ଦାୟୀ ବୋଲି ସଂଗଠନ ନିଜେ ସ୍ୱୀକାର କରିଛି | ଏହି ଘଟଣା ପାଇଁ ମସୁଦ ଅଜହର ସମ୍ପୂର୍ଣ ରୂପେ ଦାୟୀ | କାରଣ ମାସୁଦ ଅଜହର ସବୁବେଳେ ଭାରତ ବିରୋଧରେ ଭାଷଣ ଦେଇଥାଏ | ଆତଙ୍କ ହମଲାକୁ ନେଇ ଭାରତ ଛଡା ସମଜା ବିଶ୍ୱରେ ପାକିସ୍ତାନକୁ ନିନ୍ଦା କରାଯାଇଛି | ପାକିସ୍ତାନର ସମସ୍ତ ଏଟଂବଡ଼ ସଂଗଠନକୁ ବନ୍ଦ କରିବା ଏବଂ ଆତଙ୍କବାଦୀକୁ ସହଯୋଗ କରିବା ବନ୍ଦ କରିବା ପାଇଁ ଭାରତ ଦାବି କରିଛି | କିନ୍ତୁ ଘଟଣାକୁ ନେଇ ପାକିସ୍ତାନ ସମସ୍ତ ଅଭିଯୋଗ ଖାରଜ କରିଦେଇଛି | ପାକିସ୍ତାନ କହିଛି ଯେ, ପୁଲୱାମା ଆତଙ୍କୀ ହମଲାରେ ତାର କୌଣସି ହାତ ନାହିଁ |


ପାକିସ୍ତାନ ଏନେଇ ଏକ ବୟାନ ଜାରି କରି କହିଛି ଯେ, ବିଶ୍ୱର ଯେକୌଣସି ସ୍ଥାନରେ ଆତଙ୍କବାଦ ହମଲା ହୁଏ ପାକିସ୍ତାନ ତାକୁ ନିନ୍ଦା କରିଥାଏ | ବିନା ପ୍ରମାଣରେ ଭାରତ ପାକିସ୍ତାନକୁ ନିନ୍ଦା କରୁଛି ବୋଲି କହିଛି ପାକିସ୍ତାନ |
ଅପରପକ୍ଷରେ ଭାରତର ବିଦେଶ ମନ୍ତ୍ରାଳୟ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ଘୋଷଣା ହୋଇଥିବା ମସୁଦ ଅଜହରକୁ ପାକିସ୍ତାନ ସରକାର ସୁରକ୍ଷା ଦେବା ସହ ଶରଣ ଦେଇଛି | ମସୁଦ ଅଜହରକୁ ଆତଙ୍କବାଦୀ ସଂଗଠନ ଚଲାଇବା ଏବଂ ଆତଙ୍କବାଦ ଠିକଣା ବଢାଇବାରେ ଏବଂ ଭାରତ ଉପରେ ହମଲା କରିବା ପାଇଁ ପାକିସ୍ତାନ ପୁରା ଛୁଟ ଦେଇଛି ବୋଲି ଭାରତୀୟ ବିଦେଶ ମନ୍ତ୍ରାଳୟ କହିଛନ୍ତି |


ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ୭ଟି ଗାଡିରେ ସିଆରପିଏଫର ୨୫୦୦ ଯବାନ ଜାମ୍ମୁର ଟ୍ରେନିଂ କ୍ୟାମ୍ପରୁ ଶ୍ରୀନଗର ଯାଉଥିଲେ | ଏତିକିବେଳେ ବିସ୍ଫୋରକ ଭରା ଏକ କାର ଯବାନଙ୍କ ଗାଡିକୁ ଧକ୍କା ଦେଇଥିଲା | ଘଟଣା ପାଖାପାଖି ୩ଟା ବେଳେ ଘଟିଥିଲା | କାର ଏକ ଆତ୍ମଘାତୀ ଆତଙ୍କବାଦ ଚଲାଉଥିଲା | ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଯବାନଙ୍କ ଗାଡି ଖଣ୍ଡ ଖଣ୍ଡ ହୋଇ ଉଡି ଯାଇଥିଲା | ବିସ୍ଫୋରଣରେ ଯବାନ ଛୀନ ଛତ୍ର ହୋଇଯାଇଥିଲେ | ବିସ୍ଫୋରଣର ଶବ୍ଦ ପ୍ରାୟ ୧୦ କି: ମି ଯାଏଁ ଶୁଭା ଯାଇଥିଲା | କାଶ୍ମୀରରେ ଏହା ସବୁଠାରୁ ଭୟଙ୍କର ବିସ୍ଫୋରଣ | କାରରେ ପାଖାପାଖି ୬୦ କିଲୋ ବିସ୍ଫୋରଣ ଥିବା ଜଣାପଡିଛି | ଆତ୍ମଘାତୀର କାରରେ ଆର୍ଡିଏକ୍ସ ମଧ୍ୟ ଥିବା ସୂଚନା ମିଳିଛି |

   Related Posts