Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ପୁଲୱାମାରେ ଆତଙ୍କୀ ହମଲାକୁ ନେଇ ପୂର୍ବରୁ ସୂଚନା ଥିଲା : ଫେସବୁକରେ କମେଣ୍ଟ କରି କାଶ୍ମିରୀ ଯୁବକ ଗିରଫ

17/02/2019 at 12:22 PM

ଶ୍ରୀନଗର ୧୭/୨ : ଜାମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କୀ ହମଲାକୁ ନେଇ ହିମାଚଳ ପ୍ରଦେଶର ବଦ୍ଦୀ ଜିଲ୍ଲା ପୋଲିସ ଜଣେ ଛାତ୍ରକୁ ଗିରଫ କରିଛି | ଛାତ୍ର ଜଣକ ପୁଲୱାମା ଆତଙ୍କୀ ହମଲା ପରେ ସୋସିଆଲ ମିଡ଼ିଆରେ ଦେଶ ବିରୋଧୀ ମନ୍ତବ୍ୟ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି | ଛାତ୍ର ନିଜ ଫେସବୁକ ପୋଷ୍ଟରେ ଲେଖିଥିଲା ଯେ, ପୁଲୱାମାରେ ଆତଙ୍କବାଦ ହମଲା ହେବା ନେଇ ସେ ପୂର୍ବରୁ ଜାଣିଥିଲା | ଆତଙ୍କବାଦୀଙ୍କୁ ଛାତ୍ର ଲେଖିଥିଲା ଯେ, ଭଗବାନ କରନ୍ତୁ ତୁମମାନଙ୍କୁ ସ୍ୱର୍ଗ ପ୍ରାପ୍ତି ହେଉ | ଛାତ୍ରର ଏହି ଫେସବୁକ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପୋଲିସ ଉକ୍ତ ଛାତ୍ରକୁ ଗିରଫ କରି ଅଧିକ ତଦନ୍ତ କରୁଛି |


ସୂଚନାଯୋଗ୍ୟ ଯେ, କାଶ୍ମୀରରେ ପଢ଼ୁଥିବା ଏହି ଛାତ୍ରର ନାଁ ତହସୀନ ଗୁଲ | ପୁଲୱାମାରେ ଆତଙ୍କବାଦ ହମଲା ହେବାର ଅଛି ବୋଲି ତହସୀନ ପାଖରେ ପୂର୍ବରୁ ସୂଚନା ଥିଲା ବୋଲି କୁହାଯାଉଛି | ସେ ଫେସବୁକରେ ଏକ ଅନଂକବାଦ ସଂଗଠନର ପୋଷ୍ଟରେ କମେଣ୍ଟ ମଧ୍ୟ କରିଥିଲା | ପୋଷ୍ଟରେ ଦିଆଯାଇଥିବା କମେଣ୍ଟରେ ପୁଲୱାମାରେ ଆଇଇଡି ବିସ୍ଫୋରଣ କରିବାକୁ ଯୋଜନା ପ୍ରସ୍ତୁତି ହେଉଛି ବୋଲି ଲେଖା ଯାଇଥିଲା | ଏହି ପୋଷ୍ଟରେ ତହସୀନ କମେଣ୍ଟ କରିଥିଲା ଯେ, ‘ଆଲହା ତାଲା ସଲାମତ ରଖେ’


ଏହି ମାମଲାରେ ୟୁନିଭର୍ସିଟି ବରୋଟିଵାଲା ଥାନାରେ ସୂଚନା ଦେଇଥିଲେ | ଉକ୍ତ ଛାତ୍ରକୁ ଗିରଫ କରିବା ପାଇଁ ୟୁନିଭର୍ସିଟି ଥାନାରେ ଏତଲା ଦେଇଥିଲା | ଜିଲ୍ଲା ପୋଲିସ ଅଧିକାରୀ ରୋହିତ ମାଲପାଣି କହିଛନ୍ତି ଯେ, ୟୁନିଭର୍ସିଟି ପ୍ରଶାସନଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତ ଛାତ୍ରକୁ ଗିରଫ କରାଯାଇଛି |

   Related Posts