Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ପୁଲଓ୍ବାମାରେ ଜାରି ରହିଛି ଏନକାଉଣ୍ଟର : ଆତଙ୍କବାଦୀଙ୍କ ଗୁଳିରେ ଡ଼ିଆଇଜି ଆହତ

18/02/2019 at 4:53 PM

ପୁଲଓ୍ବାମା ୧୮/୨ : ପୁଲଓ୍ବାମାରେ ୧୭ ଘଣ୍ଟା ହେଲା ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି | ଏନକାଉଣ୍ଟରରେ ପୁଲଓ୍ବାମା ଆତ୍ମଘାତୀ ହମଲାର ମାଷ୍ଟର ମାଇଣ୍ଡ ତଥା ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର କମାଣ୍ଡର ଗାଜି ରସିଦ ନିହତ ହୋଇଛି | ଆତଙ୍କୀଙ୍କ ଗୁଳିରେ ୪ ଯବାନ ସହିଦ ହୋଇଥିବାବେଳେ ଲେଫ୍ଟେନେଣ୍ଟ କର୍ଣ୍ଣଲଙ୍କ ସମେତ ୨ ଯବାନ ଆହତ ହୋଇଥିଲେ | ଆହତମାନଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି | ଏନକାଉଣ୍ଟରରେ ଦକ୍ଷିଣ କାଶ୍ମୀରର ଡ଼ିଆଇଜି ଅମିତ କୁମାର ଆହତ ହୋଇଛନ୍ତି | ତାଙ୍କ ଗୋଡରେ ଗୁଳି ବାଜିଛି | ଡ଼ିଆଇଜିଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି |

   Related Posts