ଗୁଳି ବିନିମୟକୁ ଯିବା ପୂର୍ବରୁ ବିଭୂତି ମାଆ ଏବଂ ସ୍ତ୍ରୀଙ୍କୁ ଫୋନରେ କହିଥିଲେ ଏହି କଥା : ତାଙ୍କ ମାଆ ଏବଂ ସ୍ତ୍ରୀଙ୍କୁ ଏହିପରି ଭାବେ କାଟିବାକୁ ପଡ଼ିଥିଲା ରାତି

Published By : Prameya-News7 Bureau | February 21, 2019 IST

ଡେହରାଡୁନ୍ ୨୧/୨: ଗୁଳିବିନିମୟ ହୋଇଥିବା ଦିନ ରାତିରେ କୈାଣସି ବିପଦର ଆଶଙ୍କା ଭୟରେ ମେଜରଙ୍କ ପୂରା ପରିବାର ରାତି ସାରା ଜଗିଥିଲେ। ସକାଳେ ତାଙ୍କ ସହିଦ ହେବାର ଖବର ଆସିବାରୁ ତାଙ୍କ ଆଶଙ୍କା ହୃଦୟବିଦାରକ ସତ୍ୟରେ ପରିଣତ ହୋଇଥିଲା। ତାଙ୍କ ପୂରା ପରିବାର ଏହି ଘଟଣାରେ ଭାଙ୍ଗି ପଡ଼ିଥିଲେ। ଘରେ କେହି ବି ପୁରୁଷ ବାକି ରହିଲେନି।

{"id":87283,"width":595,"height":377}

ପ୍ରତିଦିନ ଭଳି ଅପରେସନକୁ ଯିବା ପୂର୍ବରୁ ମେଜର ବିଭୂତି ରବିବାର ରାତି ପାଖାପାଖି ୧୦ଟାବେଳେ ମାଆ ଏବଂ ସ୍ତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ। ଫୋନରେ କଥା ହେବାବେଳେ ସେ ଏକ ଅପରେସନକୁ ଯାଉଥିବା କଥା କହିଥିଲେ। ଫେରି କଥାହେବେ ବୋଲି କହିଥିଲେ। ନିଜର ଯତ୍ନ ନେବେ। କଥା ସରିଥିଲା। ଏହା ପରେ ମାଆ,ସ୍ତ୍ରୀ ଏବଂ ଭଉଣୀ ନିଜ ନିଜ ରୁମକୁ ଶୋଇବାକୁ ଚାଲିଯାଇଥିଲେ।

{"id":87284,"width":594,"height":380}

ରାତି ପାଖାପାଖି ୧୨.୩୦ବେଳେ ହଠାତ୍ ପତ୍ନୀ ନିତିକାଙ୍କ ନିଦ ଭାଙ୍ଗିଯାଇଥିଲା। ସେ ଅତ୍ୟନ୍ତ ଡରିଯାଇଥିଲେ ଏବଂ ମନରେ ଏକ ଅଦ୍ଭୁତ ଉଦବେଗ ପ୍ରକାଶ ପାଇଥିଲା। ଏହା ପରେ ମେଜର ବିଭୂତିଙ୍କ ମାଆ ସରୋଜ ଢୋଣ୍ଡିଆଲଙ୍କ ହଠାତ୍ ନିଦ ଭାଙ୍ଗିଯାଇଥିଲା। ରାତିସାରା ତାଙ୍କ ପରିବାର ଏକ ଅଜଣା ଭୟରେ ଜଗି ରହିଥିଲେ। ରାତିରେ ତାଙ୍କ ପରିବାର ତାଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ସେତେବେଳେ ତାଙ୍କ ଅପରେସନ ଚାଲିଥିଲା।

{"id":87285,"width":593,"height":492}

ପାଖାପାଖି ରାତି ୧:୩୦ରେ ମେଜର ବିଭୂତି ଆତଙ୍କବାଦୀ ଗୁଳି ବିନିମୟରେ ଗୁରୁତର ହୋଇଥିଲେ। ଚିକିତ୍ସା ସମୟରେ ସେ ସହିଦ ହୋଇଯାଇଥିଲୋ। ସକାଳେ ପତ୍ନୀ ପାଖାପାଖି ୫ଟାବେଳେ ଟ୍ରେନରେ ଦିଲ୍ଲୀ ଯାଇଥିଲେ। ତଥାପି ତାଙ୍କ ଚିନ୍ତା କମ୍ ହୋଇନଥିଲା।

{"id":87286,"width":596,"height":335}

ସୋମବାର ସକାଳେ ପାଖାପାଖି ସାଢ଼େ ନଅଟାବେଳେ ନିତିକାଙ୍କ ଫୋନ୍ ରିଙ୍ଗ୍ ହୋଇଥିଲା। ପ୍ରଥମେ ଭାବିଥିଲେ ଯେ ମେଜର ଫୋନ୍ କରିଥିବେ। ଫୋନ୍ ନମ୍ବର ମେଜରଙ୍କ ଥିଲା। କିନ୍ତୁ ଜଣେ ସେନା ଅଧିକାରୀ ମେଜରଙ୍କ ଫୋନରେ ତାଙ୍କୁ ଫୋନ୍ କରିଥିଲେ। ଫୋନର ଇୟରପିସରୁ ବାହାରୁଥିବା ଗୋଟିଏ ଗୋଟିଏ ଶବ୍ଦ ତାଙ୍କ କାନରେ ଯେପରି କାଚ ଭଳି ଫାଟୁଥିଲା। ତାଙ୍କ ଆଖି ସାମ୍ନାରେ କଳା ଅନ୍ଧାର ଘୋଟିଯାଇଥିଲା।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.